ରସାୟନ ବିଜ୍ଞାନରେ ଦୁଇ ଜଣଙ୍କୁ ମିଳିବ ନୋବେଲ ପୁରସ୍କାର

ନୂଆଦିଲ୍ଲୀ: ଚଳିତ ବର୍ଷ ରସାୟନ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି। ରସାୟନ ବିଜ୍ଞାନ ପାଇଁ ବୈଜ୍ଞାନିକ ବେଞ୍ଜାମିନ ଲିଷ୍ଟ ଏବଂ ଡେଭିଡ ଡବ୍ଳୁସି ମ୍ୟାକମିଲନଙ୍କୁ ଏହି ସମ୍ମାନଜନକ ପୁରସ୍କାର ମିଳିବ। ଏନେଇ ଷ୍ଟକହୋମ ସ୍ଥିତ ନୋବେଲ କମିଟି ପକ୍ଷରୁ ଘୋଷଣା ହୋଇଛି। ଏହି ଦୁଇ ବୈଜ୍ଞାନିକଙ୍କୁ ‘ଆସିମେଟ୍ରିକ ଅର୍ଗାନୋକାଟାଲିସିସ’ କ୍ଷେତ୍ରରେ ଉଲ୍ଲେଖନୀୟ ଗବେଷଣା ପାଇଁ ସେମାନଙ୍କୁ ଏହି ପୁରସ୍କାର ଦିଆଯିବ। ରସାୟନ ବିଜ୍ଞାନ ନୋବେଲ ସମିତିର ଜଣେ ସଦସ୍ୟ ପର୍ନିଲା ୱିଟଂଗ ଷ୍ଟାଫଶେଡ କହିଛନ୍ତି, […]

Nobel Prize-1

Madhupriya Mistry
  • Published: Wednesday, 06 October 2021
  • , Updated: 06 October 2021, 04:40 PM IST

ନୂଆଦିଲ୍ଲୀ: ଚଳିତ ବର୍ଷ ରସାୟନ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି। ରସାୟନ ବିଜ୍ଞାନ ପାଇଁ ବୈଜ୍ଞାନିକ ବେଞ୍ଜାମିନ ଲିଷ୍ଟ ଏବଂ ଡେଭିଡ ଡବ୍ଳୁସି ମ୍ୟାକମିଲନଙ୍କୁ ଏହି ସମ୍ମାନଜନକ ପୁରସ୍କାର ମିଳିବ। ଏନେଇ ଷ୍ଟକହୋମ ସ୍ଥିତ ନୋବେଲ କମିଟି ପକ୍ଷରୁ ଘୋଷଣା ହୋଇଛି। ଏହି ଦୁଇ ବୈଜ୍ଞାନିକଙ୍କୁ 'ଆସିମେଟ୍ରିକ ଅର୍ଗାନୋକାଟାଲିସିସ' କ୍ଷେତ୍ରରେ ଉଲ୍ଲେଖନୀୟ ଗବେଷଣା ପାଇଁ ସେମାନଙ୍କୁ ଏହି ପୁରସ୍କାର ଦିଆଯିବ।

ରସାୟନ ବିଜ୍ଞାନ ନୋବେଲ ସମିତିର ଜଣେ ସଦସ୍ୟ ପର୍ନିଲା ୱିଟଂଗ ଷ୍ଟାଫଶେଡ କହିଛନ୍ତି, 'ଏହି ଦୁଇ ବୈଜ୍ଞାନିକଙ୍କ ଅନୁସନ୍ଧାନ ରସାୟନିକ ଅଣୁମାନଙ୍କୁ ଏକା ସହ କିଭଳି ରଖାଯାଏ, ସେ ବିଷୟରେ ଚିନ୍ତା କରିବା ପାଇଁ ଏକ ନୂଆ ଉପାୟ ବାହାର କରିଛନ୍ତି। ଏହି ନୂଆ ଟୁଲବକ୍ସକୁ ଆଜି ବ୍ୟାପକ ରୂପେ ବ୍ୟବହାର କରାଯାଉଛି। ଏହା ମାନବ ଜାତିକୁ ଲାଭ ପହଞ୍ଚାଉଛି।'

ଜର୍ମାନ ବୈଜ୍ଞାନିକ ବେଞ୍ଜାମିନ୍‌ ଏବଂ ସ୍କଟିସ କେମିଷ୍ଟ ମ୍ୟାକମିଲନ ଉଭୟ ସ୍ୱତନ୍ତ୍ର ରୂପେ କାମ କରିଛନ୍ତି। ଚଳିତ ସପ୍ତାହ ଦିଆଯାଇଥିବା ଏହା ତୃତୀୟ ନୋବେଲ ପୁରସ୍କାର ଯାହା ଦୁଇ ଜଣଙ୍କୁ ବଣ୍ଟା ଯାଇଛି।

ପ୍ରତିବର୍ଷ ସ୍ୱିଡେନର ଷ୍ଟକହୋମସ୍ଥିତ ରୟାଲ ସ୍ୱିଡିସ ଏକାଡେମୀ ଅଫ ସାଇନ୍ସ ପକ୍ଷରୁ ନୋବେଲ ପୁରସ୍କାର ଦିଆଯାଇଥାଏ। ବୈଜ୍ଞାନିକ  ଆଲଫ୍ରେଡ ନୋବେଲଙ୍କ ଇଚ୍ଛାପତ୍ର ଅନୁସାରେ ଏହି ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା।

ଗତ ୧୨୦ ବର୍ଷରେ ଏପର୍ଯ୍ୟନ୍ତ ମୋଟ ୧୮୬ ଜଣ ବୈଜ୍ଞାନିକ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପାଇସାରିଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣ ମହିଳା ଅଛନ୍ତି।

https://twitter.com/NobelPrize/status/1445687884158160904?s=20

Related story