ପୁଅକୁ ଦେଖିବାକୁ ଯାଉଥିଲେ ବୃଦ୍ଧ ବାପା ମା’, ହେଲେ କୋଭିସିଲ୍ଟ ଟିକା ପାଇଁ ଉଡ଼ାଣ ଅନୁମତି ମିଳିଲାନି

ଲଣ୍ଡନ: ମହାମାରୀ କରୋନା ପାଇଁ ବର୍ଷେ ହେଲା ପୁଅଠାରୁ ଦୂରରେ ରହିଛନ୍ତି ବୃଦ୍ଧ ବାପା ମା’। ଏବେ ସଂକ୍ରମଣ କମିବାରୁ ସେମାନେ ବିମାନ ଯୋଗେ ପୁଅକୁ ଦେଖିବାକୁ ଯିବା ପାଇଁ ଯୋଜନା କରିଥିଲେ। ଟିକେଟ୍‌ ବୁକିଂ ସହ ଏୟାରପୋର୍ଟରେ ମଧ୍ୟ ବୃଦ୍ଧ ଦମ୍ପତି ପହଞ୍ଚିଥିଲେ। ହେଲେ ସେରମ ଇନଷ୍ଟିଚ୍ୟୁଟ ଉତ୍ପାଦନ କରିଥିବା କୋଭିସିଲ୍ଟ ଟିକା ଉଭୟଙ୍କ ଯୋଜନାରେ ପାଣି ପକାଇ ଦେଇଛି। ସେମାନେ କୋଭିସିଲ୍ଡ ଟିକା ନେଇଥିବାରୁ ବିମାନ କର୍ତ୍ତୃପକ୍ଷ ସେମାନଙ୍କୁ ଏୟାରପୋର୍ଟରୁ ହିଁ ବିଦା କରିଦେଇଛନ୍ତି। […]

Covishlid

Hemant Lenka
  • Published: Wednesday, 14 July 2021
  • , Updated: 14 July 2021, 06:59 PM IST

ଲଣ୍ଡନ: ମହାମାରୀ କରୋନା ପାଇଁ ବର୍ଷେ ହେଲା ପୁଅଠାରୁ ଦୂରରେ ରହିଛନ୍ତି ବୃଦ୍ଧ ବାପା ମା’। ଏବେ ସଂକ୍ରମଣ କମିବାରୁ ସେମାନେ ବିମାନ ଯୋଗେ ପୁଅକୁ ଦେଖିବାକୁ ଯିବା ପାଇଁ ଯୋଜନା କରିଥିଲେ। ଟିକେଟ୍‌ ବୁକିଂ ସହ ଏୟାରପୋର୍ଟରେ ମଧ୍ୟ ବୃଦ୍ଧ ଦମ୍ପତି ପହଞ୍ଚିଥିଲେ।

ହେଲେ ସେରମ ଇନଷ୍ଟିଚ୍ୟୁଟ ଉତ୍ପାଦନ କରିଥିବା କୋଭିସିଲ୍ଟ ଟିକା ଉଭୟଙ୍କ ଯୋଜନାରେ ପାଣି ପକାଇ ଦେଇଛି। ସେମାନେ କୋଭିସିଲ୍ଡ ଟିକା ନେଇଥିବାରୁ ବିମାନ କର୍ତ୍ତୃପକ୍ଷ ସେମାନଙ୍କୁ ଏୟାରପୋର୍ଟରୁ ହିଁ ବିଦା କରିଦେଇଛନ୍ତି। ଏବେ ଦମ୍ପତି କ’ଣ କରିବେ ଓ ପୁଅ ପାଖକୁ କେମିତି ଯିବେ, ସେ ଚିନ୍ତାରେ ରହିଛନ୍ତି।

ଏପରି ଘଟଣା ବ୍ରିଟେନରେ ଘଟିଛି। ଏହି ଦମ୍ପତି ହେଉଛନ୍ତି ୬୪ ବର୍ଷୀୟ ଷ୍ଟେଭ ଓ ତାଙ୍କ ପତ୍ନୀ ଗ୍ଲେଣ୍ଡା ହାର୍ଡି। ଉଭୟଙ୍କୁ ଭୁଲବଶତଃ ଆଷ୍ଟ୍ରାଜେନିକାର ଭାରତୀୟ ଭର୍ସନ କୋଭିଡ ଟିକା କୋଭିସିଲ୍ଟ ଦିଆଯାଇଥିବାରୁ ସେମାନଙ୍କୁ ମାଲତା ଯିବାକୁ ଅନୁମତି ମିଳିନାହିଁ। କାରଣ କୋଭିସିଲ୍ଡ ଟିକାକୁ ୟୁରୋପ ୟୁନିୟନର ମେଡିକାଲ ଏଜେନ୍ସି ଏଯାଏ ବ୍ୟବହାର ପାଇଁ ଅନୁମତି ଦେଇନାହିଁ। ମାଲତା ମଧ୍ୟ ଏହି କାରଣରୁ କୋଭିସିଲ୍ଡ ଟିକା ନେଇଥିବା ଲୋକଙ୍କୁ ନିଜ ଦେଶରେ ପ୍ରବେଶ ପାଇଁ ଅନୁମତି ଦେଉନାହିଁ।

ସୂଚନା ଅନୁସାରେ, ହାର୍ଡି ଦମ୍ପତି ବ୍ରିଟେନର ହୁଲ୍ଲରେ ରୁହନ୍ତି। ସେମାନଙ୍କ ପୁଅ ମାଲତାରେ ରହୁଥିବାରୁ ଉଭୟ ତାଙ୍କୁ ଦେଖା କରିବାକୁ ଟିକେଟ କରିଥିଲେ। ଉଭୟ ଏୟାରପୋର୍ଟରେ ପହଞ୍ଚିବା ପରେ ଟିକା ନେଇଛନ୍ତି କି ନାହିଁ ଯାଞ୍ଚ ହୋଇଥିଲା। ଉଭୟ କୋଭିସିଲ୍ଡ ଟିକା ନେଇଥିବାରୁ ସେମାନଙ୍କୁ ରାତି ପ୍ରାୟ ୩.୩୦ରେ ମାଞ୍ଚେଷ୍ଟର ଏୟାରପୋର୍ଟରୁ ଫେରାଇ ଦିଆଯାଇଛି।

ଉଭୟ ମାର୍ଚ୍ଚ ମାସରେ ଭାରତର ସେରମ ପ୍ରସ୍ତୁତ କରିଥିବା କୋଭିସିଲ୍ଡ ଟିକା ନେଇଥିଲେ। ସେମାନଙ୍କ ସହ ଆହୁରି ଅନେକ ଲୋକ ଏହି ଟିକାର ଡୋଜ ନେଇଥିଲେ ହେଁ ଏହା ଭାରତୀୟ ଭର୍ସନ ବୋଲି ସରକାରଙ୍କ ପକ୍ଷରୁ କାହାକୁ ଅବଗତ କରାଯାଇ ନଥିଲା। ଏବେ ସେମାନେ ବିଦେଶ ଯାତ୍ରା କରିବାକୁ ଯାଉଥିବା ବେଳେ ଏପରି ତଥ୍ୟ ସାମ୍ନାକୁ ଆସିଛି।

ଷ୍ଟେଭ ହାର୍ଡି କହିଛନ୍ତି, ଆମ ପାଖକୁ ଟିକା ଆସିଛି ଓ ସରକାର ଆମକୁ ଏହା ଦେଇଥିଲେ। ସେତେବେଳେ ଆମେ ଏହା କେଉଁ ଟିକା ବୋଲି ଜାଣି ନଥିଲୁ। ଆମେ ସରକାରଙ୍କୁ ବିଶ୍ୱାସ କରି ଟିକା ନେଇଥିଲୁ। ପ୍ରଧାନମନ୍ତ୍ରୀ ବୋରିସ ଜନସନ ବ୍ରିଟେନରେ କୌଣସି ଭାରତୀୟ ଟିକା ବ୍ୟବହାର ହେଉ ନଥିବା କହିଥିଲେ। କିନ୍ତୁ ଏହା ମିଛ ଥିଲା। ଭାରତରେ ପ୍ରସ୍ତୁତ ଟିକା ଆମକୁ ଦିଆଯାଇଥିଲା। ଆମେ ଉକ୍ତ ଟିକା ନେଇଥିବାରୁ ଆମ ପୁଅକୁ ଦେଖିବାରୁ ବଞ୍ଚିତ ହୋଇଛୁ। ଆମେ କରୋନାକୁ ମାତ ଦେଇ ଆଗକୁ ବଢ଼ିଥିଲୁ। ହେଲେ ଆମକୁ ଏବେ ଟିକାର ଝଟକା ଲାଗିଛି। ଏହା ନିଶ୍ଚିତ ଭାବେ ନିରାଶଜନକ। ଆମେ ଏବେ କ’ଣ କରିବୁ ବୋଲି ସେ ପ୍ରଶ୍ନ କରିଛନ୍ତି।

ୟୁଇ କୋଭିସିଲ୍ଡକୁ ଅନୁମତି ଦେଇ ନଥିଲେ ହେଁ କିଛି ଦେଶ ଏହି ଟିକା ନେଇଥିବା ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ଦେବ ବୋଲି କହିଥିଲେ। ହେଲେ ମାଲତା ଏଥିରେ ରାଜି ହୋଇ ନଥିଲା। ମାଲତା କେବଳ ୟୁଇ ଦ୍ୱାରା ଅନୁମତିପ୍ରାପ୍ତ ଟିକାର ଦୁଇଟି ଡୋଜ୍‌ ନେଇଥିବା ଲୋକଙ୍କୁ ଗ୍ରୀନ ପାସପୋର୍ଟ ପାଇଁ ଅନୁମତି ଦେଉଛି।

Related story