ଅଚାନକ ମାଡ଼ି ଆସିଲା ବନ୍ୟା ପାଣି, ଚାଲିଗଲା ୧୨ ଜଣଙ୍କ ଜୀବନ

ବେଜିଂ: ଲଗାଣ ବର୍ଷା ପରେ ଅଚାନକ ବନ୍ୟା ଦକ୍ଷିଣପଶ୍ଚିମ ଓ ଉତ୍ତର ପଶ୍ଚିମ ଚାଇନାରେ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଛି। ଏଥିଯୋଗୁ ଏଯାଏ ୧୨ ଜଣଙ୍କ ଜୀବନ ଯାଇଥିବା ବେଳେ ୧୬ ହଜାର ଲୋକଙ୍କୁ ସୁରକ୍ଷିତ ଭାବେ ବନ୍ୟା ଜଳ ମଧ୍ୟରୁ ଉଦ୍ଧାର କରାଯାଇଛି। ଏବେ ବି ଅନେକ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ କରାଯାଉଛି। ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପାଣି ମାଡ଼ି ଯାଇଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର […]

floods

Hemant Lenka
  • Published: Monday, 18 July 2022
  • , Updated: 18 July 2022, 11:56 AM IST

ବେଜିଂ: ଲଗାଣ ବର୍ଷା ପରେ ଅଚାନକ ବନ୍ୟା ଦକ୍ଷିଣପଶ୍ଚିମ ଓ ଉତ୍ତର ପଶ୍ଚିମ ଚାଇନାରେ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଛି। ଏଥିଯୋଗୁ ଏଯାଏ ୧୨ ଜଣଙ୍କ ଜୀବନ ଯାଇଥିବା ବେଳେ ୧୬ ହଜାର ଲୋକଙ୍କୁ ସୁରକ୍ଷିତ ଭାବେ ବନ୍ୟା ଜଳ ମଧ୍ୟରୁ ଉଦ୍ଧାର କରାଯାଇଛି। ଏବେ ବି ଅନେକ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ କରାଯାଉଛି। ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପାଣି ମାଡ଼ି ଯାଇଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଚାଇନାର ସିଚୁଆନ ପ୍ରଦେଶରେ ଅବିଶ୍ରାନ୍ତ ବର୍ଷା ଲାଗି ରହିଛି। ବର୍ଷା ଲାଗି ରହିଥିବାରୁ ଅଚାନକ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ପାଣିରେ ଭାସି ଯାଇ ନିଖୋଜ ହୋଇଯାଇଛନ୍ତି। ସେହିପରି ଏହି ଅଞ୍ଚଳରୁ ୧୩ ହଜାର ଲୋକଙ୍କୁ ସୁରକ୍ଷିତ ଭାବେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।

ଗନସୁ ପ୍ରଦେଶର ଲଙ୍ଗନାନ ସହରରେ ବି ବନ୍ୟା ପରିସ୍ଥିତି ଦେଖାଯାଇଛି। ଏଠାରେ ମଧ୍ୟ ୬ ଜଣଙ୍କ ଜୀବନ ଯାଇଥିବା ବେଳେ ୩ ହଜାର ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଲଙ୍ଗନାନରେ ୯୮.୯ ମିମି ବର୍ଷା ରେକର୍ଡ କରାଯାଇଛି। ଏହା ଜୁଲାଇ ମାସର ହାରାହାରି ବୃଷ୍ଟିପାତ ତୁଳନାରେ ପ୍ରାୟ ୨ ଗୁଣ ଅଧିକ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଚାଇନାର କିଛି ପ୍ରଦେଶରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଦକ୍ଷିଣପଶ୍ଚିମ ଓ ଉତ୍ତର ପଶ୍ଚିମ ଭାଗରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଚାଇନାର ଇଷ୍ଟର୍ଣ୍ଣ ପ୍ରାନ୍ତରେ ଥିବା ଝେଜିଆଙ୍ଗ ପ୍ରଦେଶ ଓ ସଙ୍ଘାଇରେ ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ଏପରି ସ୍ଥିତି ସୃଷ୍ଟି ହୋଇଛି ଓ ଆଗକୁ ମଧ୍ୟ ଆହୁରି ସାଂଘାତିକ ସୃଷ୍ଟି ହେବ ବୋଲି ପରିବେଶବିତମାନେ ଆଶଙ୍କା କରିଛନ୍ତି।

Related story