ଜଣେ କରୋନା ଆକ୍ରାନ୍ତ ପାଇଁ ଲକଡାଉନରେ ୩ ଲକ୍ଷ ଲୋକ

ବେଜିଂ: ମାତ୍ର ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହେବା ପରେ ବଡ଼ ପଦକ୍ଷେପ ନେଇଛନ୍ତି ଚାଇନା ସରକାର। କରୋନା ବିରୋଧରେ ଶୂନ ସହନଶୀଳତା ଅବଲମ୍ବନ କରୁଥିବା ଚାଇନା ଏବେ ଜଣେ ଆକ୍ରାନ୍ତଙ୍କ ପାଇଁ ୩ ଲକ୍ଷ ଲୋକଙ୍କୁ ଲକଡାଉନ ମଧ୍ୟକୁ ଠେଲି ଦେଇଛି। ଲକଡାଉନ ଲାଗୁ ହୋଇଥିବାରୁ ଲୋକଙ୍କୁ ଘରୁ ବାହାରିବା ପାଇଁ ବାରଣ କରାଯାଇଛି। ଏଥିସହ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସହରରେ ଟେଷ୍ଟିଂକୁ ଜୋରଦାର କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ହେନାନ ପ୍ରଦେଶରେ ଥିବା ୱଗାଙ୍ଗ […]

corona

Hemant Lenka
  • Published: Tuesday, 12 July 2022
  • , Updated: 12 July 2022, 03:32 PM IST

ବେଜିଂ: ମାତ୍ର ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହେବା ପରେ ବଡ଼ ପଦକ୍ଷେପ ନେଇଛନ୍ତି ଚାଇନା ସରକାର। କରୋନା ବିରୋଧରେ ଶୂନ ସହନଶୀଳତା ଅବଲମ୍ବନ କରୁଥିବା ଚାଇନା ଏବେ ଜଣେ ଆକ୍ରାନ୍ତଙ୍କ ପାଇଁ ୩ ଲକ୍ଷ ଲୋକଙ୍କୁ ଲକଡାଉନ ମଧ୍ୟକୁ ଠେଲି ଦେଇଛି। ଲକଡାଉନ ଲାଗୁ ହୋଇଥିବାରୁ ଲୋକଙ୍କୁ ଘରୁ ବାହାରିବା ପାଇଁ ବାରଣ କରାଯାଇଛି। ଏଥିସହ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସହରରେ ଟେଷ୍ଟିଂକୁ ଜୋରଦାର କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ହେନାନ ପ୍ରଦେଶରେ ଥିବା ୱଗାଙ୍ଗ ସହରରେ ଜୁଲାଇ ୧୧ରୁ ୩ ଦିନ ପାଇଁ ଲକଡାଉନ ଲାଗୁ କରାଯାଇଛି। ଆଇରନ ଓ ଷ୍ଟିଲର ହବ କୁହାଯାଉଥିବା ୱାଗାଙ୍ଗର ଜନସଂଖ୍ୟା ହେଉଛି ୩ ଲକ୍ଷ। ଏଠାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବାରୁ ସମସ୍ତଙ୍କ ପାଇଁ ଲକଡାଉନ ଜାରି କରାଯାଇଛି।

ଏଠାରେ ରହୁଥିବା ସବୁ ଲୋକଙ୍କୁ କରୋନା ଟେଷ୍ଟ କରିବାକୁ କୁହାଯାଇଛି। ଟେଷ୍ଟିଂ ଶେଷ ନ ହେବା ଯାଏ କେହି ବି ଘରୁ ବାହାରି ପାରିବେ ନାହିଁ। ଜରୁରୀ ସାମଗ୍ରୀ ପାଇଁ ଘରର ଜଣେ ବ୍ୟକ୍ତି ହିଁ ବାହାରକୁ ଆସିପାରିବେ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପ୍ରଥମଥର ପାଇଁ ଚାଇନାର କୌଣସି ସହରରେ ଜଣେ ଆକ୍ରାନ୍ତ ଚିହ୍ନଟ ହେବା ପରେ ଲକଡାଉନ ଲାଗୁ କରାଯାଇଛି। ଏହାପୂର୍ବରୁ କ୍ରମାଗତ ଭାବେ ସଙ୍ଘାଇରେ କରୋନା ଆକ୍ରାନ୍ତ ଚିହ୍ନଟ ହେବାରୁ ଏଠାରେ ରହୁଥିବା ୨୫ ମିଲିୟନ ଲୋକଙ୍କୁ ୨ ମାସ ଯାଏ ଲକଡାଉନ ମଧ୍ୟରେ ରହିବାକୁ ପଡ଼ିଥିଲା।

Related story