‘ବଦନାମ’ ବେଜିଂ ମାଗୁଛି ଉହାନ ଲ୍ୟାବର ରିସର୍ଚ୍ଚ ପାଇଁ ନୋବେଲ୍

ବେଜିଂ: ଯେଉଁ ଲ୍ୟାବ ପାଇଁ ବେଜିଂ ବଦନାମ ଏବେ ସେହି ଲ୍ୟାବରେ କୋଭିଡ-୧୯ ଭାଇରସର ରିସର୍ଚ୍ଚ ହୋଇଥିବାରୁ ନୋବେଲ ଦାବି କରିଛି ଚାଇନା। ସାରା ବିଶ୍ୱରେ କୋଭିଡ୍ ୧୯ ଭୂତାଣୁ ବ୍ୟାପିବା ପଛରେ ଉହାନ ଲ୍ୟାବ ବୋଲି ଅଭିଯୋଗ ରହିଛି। ଆମେରିକା, ଅଷ୍ଟ୍ରେଲିଆ ସହିତ ଅନେକ ଗେବଷକ ଏହା ଦାବି କରିଛନ୍ତି। ପ୍ରମାଣ ସଂଗ୍ରହ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗବେଷକ ଟିମ୍ ଉହାନ ଲ୍ୟାବକୁ ଯିବା ପାଇଁ ଚେଷ୍ଟା କରି ବିଫଳ ହୋଇଛନ୍ତି। ମାର୍ଚ୍ଚ ୨୦୨୦ରେ […]

xing ping china

Subhransu Sekhar
  • Published: Sunday, 27 June 2021
  • , Updated: 27 June 2021, 09:43 PM IST

ବେଜିଂ: ଯେଉଁ ଲ୍ୟାବ ପାଇଁ ବେଜିଂ ବଦନାମ ଏବେ ସେହି ଲ୍ୟାବରେ କୋଭିଡ-୧୯ ଭାଇରସର ରିସର୍ଚ୍ଚ ହୋଇଥିବାରୁ ନୋବେଲ ଦାବି କରିଛି ଚାଇନା। ସାରା ବିଶ୍ୱରେ କୋଭିଡ୍ ୧୯ ଭୂତାଣୁ ବ୍ୟାପିବା ପଛରେ ଉହାନ ଲ୍ୟାବ ବୋଲି ଅଭିଯୋଗ ରହିଛି। ଆମେରିକା, ଅଷ୍ଟ୍ରେଲିଆ ସହିତ ଅନେକ ଗେବଷକ ଏହା ଦାବି କରିଛନ୍ତି। ପ୍ରମାଣ ସଂଗ୍ରହ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗବେଷକ ଟିମ୍ ଉହାନ ଲ୍ୟାବକୁ ଯିବା ପାଇଁ ଚେଷ୍ଟା କରି ବିଫଳ ହୋଇଛନ୍ତି। ମାର୍ଚ୍ଚ ୨୦୨୦ରେ କରୋନା ସଂକ୍ରମିତଙ୍କ ନମୁନା ଆମେରିକାର ସିକ୍ୱେନ୍ସ ରିଡ ଆରକାଇଭରେ ସଂଗ୍ରହ କରି ରଖାଯାଇଥିଲା। କିନ୍ତୁ ଜୁନ୍ ୨୦୨୦ ବେଳକୁ ଏହି ସବୁ ନମୁନାକୁ ହଟାଇ ଦେବା ପାଇଁ ଚାଇନାର ଗବେଷକ ଅନୁରୋଧ କରିଥିଲେ। ପରେ ଡାଟା ଡିଲିଟ୍ ହୋଇଥିଲା ବୋଲି ଆମେରିକାର ସ୍ୱାସ୍ଥ୍ୟ ବିଭାଗ କହିଥିଲା। ଏହାପରେ ବି ବଦନାମ୍ ବେଜିଂ ମାଗିଛି ‘ମୋତେ କୋଭିଡ୍ ରିସର୍ଚ୍ଚ ପାଇଁ ନୋବେଲ ଦିଅ’।

ନିକଟରେ ଚାଇନାର ରାଷ୍ଟ୍ରପତି ଜିନ୍ ପିଙ୍ଗ୍ ଉହାନ ଲ୍ୟାବରେ କୋଭିଡ୍ ୧୯ ରିସର୍ଚ୍ଚ ହୋଇଥିବାରୁ ପ୍ରଶଂସା କରିଛନ୍ତି। ଏବେ ଏହି ସଂସ୍ଥାକୁ ଚାଇନା ଏକାଡେମୀ ଅଫ୍ ସାଇନ୍ସ ପୁରସ୍କାର ଦେଇଛନ୍ତି। ଏହାପରେ ପରେ ଚାଇନାର ବୈଦେଶିକ ମନ୍ତ୍ରାଳୟ ଦାବି କରିଛି ନୋବେଲ୍।

ଗତ ଗୁରୁବାର ଚାଇନାର ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଜିହୋ ଲିଜିଆନ ବିଭିନ୍ନ ଦେଶ ଏବଂ ସୋମନଙ୍କ ଗବେଷକଙ୍କ ବିରୋଧରେ ବର୍ଷିଥିଲା। ଏହି ଉହାନ ଲ୍ୟାବରୁ ଭାଇରାସ ଲିକ ହୋଇଛି ବୋଲି ଯେଉଁ ବିଶେଷଜ୍ଞ ଦାବି କରିଥିଲେ ସେ ସମସ୍ତ ଅଭିଯୋଗକୁ ସେ ଖଣ୍ଡନ କରିଥିଲେ। ଯଦିଓ ଉହାନ ଲ୍ୟାବର ପ୍ରଥମ ବୈଜ୍ଞାନିକ କୋଭିଡ଼-୧୯ ଭାଇରସ ପ୍ରଥମେ ଚିହ୍ନଟ କରିଥିଲେ ହେଲେ ଉହାନରୁ ଏହି ଭାଇରସ ମିଳିଥିବା ଖବର ମିଛ ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ, ନିକଟରେ ଆମେରିକା ସରକାରର ଗୁଇନ୍ଦା ଏକ ରିପୋର୍ଟ ପ୍ରକାଶ କରିଥିଲା ଯେଉଁଥିରେ ଉହାନ ଲ୍ୟାବରୁ କରୋନା ଭୂତାଣୁ ବ୍ୟାପିଛି ବୋଲି ରିପୋର୍ଟରେ କୁହାଯାଇଥିଲା। ଏହି ଲ୍ୟାବରେ ରିସର୍ଚ୍ଚ କରୁଥିବା ଗବେଷକ ମାନେ ପ୍ରଥମେ ଏହି ଭାଇରସର ଶିକାର ହୋଇ ଚିକିତ୍ସିତ ହୋଇଥିଲେ। କିନ୍ତୁ ଚାଇନା ଏହି ଖବର ଲୁଚାଇ ରଖିଥିଲା ବୋଲି ଗୁଇନ୍ଦା ରିପୋର୍ଟ ଦେଇଥିଲା। ପରେ ରାଷ୍ଟ୍ରପତି ବାଇଡେନ ୯୦ ଦିନ ମଧ୍ୟରେ କୋଭିଡ-୧୯ର ଉତ୍ପତ୍ତି ବାବଦରେ ରିପୋର୍ଟ ଦେବାକୁ କହିଛନ୍ତି।

ସେହିପରି ନିକଟରେ ହୋଇଥିବା ଜି-୭ବୈଠକରେ ସାମିଲ୍ ହୋଇଥିବା ସମସ୍ତ ଦେଶ କୋଭିଡ-୧୯ ଭାଇରସର ତଦନ୍ତ ପାଇଁ ଦାବି କରିଛନ୍ତି। ଯାହାକୁ ନେଇ ଚାଇନା ଏବେ ଚାପରେ। ଜି-୭ ବୈଠକରେ ବିଭିନ୍ନ ଦେଶ କୋଭିର ଉତ୍ପତ୍ତି ନେଇ ସ୍ୱର ଶାଣିତ କରିବା ପରେ ଚାଇନା ଗ୍ଲୋବାଲ ଟାଇମ୍ସ ଜରିଆରେ ଏକ କାର୍ଟୁନ ଶେଆର କରି ତାଛଲ୍ୟ କରିଥିଲା।

Related story