ସୀମା ଲଙ୍ଘୁଛି ଚାଇନା: ଜାପାନ ଇଲାକାରେ ପଡ଼ିଲା ବେଜିଂର ମିସାଇଲ

ଟୋକିଓ: ତାୱାନ ଓ ଚାଇନା ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସି ତାଇୱାନ ଗସ୍ତ କରିଥିବାରୁ ଏହାର ରାଗ ଶୁଝାଇବା ପାଇଁ ସୀମା ଲଙ୍ଘୁଛି ବେଜିଂ। ଗୁରୁବାର ଠାରୁ ତାଇୱାନ ସୀମାର ବିଭିନ୍ନ ସ୍ଥାନରେ ଜୋରାଦାର ସମରାଭ୍ୟାସ କରିବା ସହ ଚାଇନା ପକ୍ଷରୁ ମିସାଇଲ ମାଡ଼ କରାଯାଉଛି। କିଛି ମିସାଇଲ ତାଇୱାନ ସୀମାନ୍ତ ପଢ଼ିଥିବା ବେଳେ ଆଉ କିଛି ଚାଇନା ଦଖଲରେ ଥିବା ଅଞ୍ଚଳରେ ଲ୍ୟାଣ୍ତ କରିଛି। ତେବେ […]

China

  • Published: Thursday, 04 August 2022
  • , Updated: 04 August 2022, 08:17 PM IST

ଟୋକିଓ: ତାୱାନ ଓ ଚାଇନା ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସି ତାଇୱାନ ଗସ୍ତ କରିଥିବାରୁ ଏହାର ରାଗ ଶୁଝାଇବା ପାଇଁ ସୀମା ଲଙ୍ଘୁଛି ବେଜିଂ। ଗୁରୁବାର ଠାରୁ ତାଇୱାନ ସୀମାର ବିଭିନ୍ନ ସ୍ଥାନରେ ଜୋରାଦାର ସମରାଭ୍ୟାସ କରିବା ସହ ଚାଇନା ପକ୍ଷରୁ ମିସାଇଲ ମାଡ଼ କରାଯାଉଛି। କିଛି ମିସାଇଲ ତାଇୱାନ ସୀମାନ୍ତ ପଢ଼ିଥିବା ବେଳେ ଆଉ କିଛି ଚାଇନା ଦଖଲରେ ଥିବା ଅଞ୍ଚଳରେ ଲ୍ୟାଣ୍ତ କରିଛି। ତେବେ ଚାଇନା ମାଡ଼ କରିଥିବା କିଛି ମିସାଇଲ ଜାପାନର ସ୍ୱତନ୍ତ୍ର ଅର୍ଥନୀତିକ ଜୋନରେ ମାଡ଼ ହୋଇଥିବା ଖବର ସାମ୍ନାକୁ ଆସିଛି। ଯଦି ଏହି ଖବରରେ ସତ୍ୟତା ଥାଏ, ତା’ହେଲେ ଆଗକୁ ସ୍ଥିତି ଅଧିକ ବିଗିଡ଼ିବାର ଆଶଙ୍କା ପ୍ରକାଶ ପାଇଛି।

ଜାପାନର ପ୍ରତିରକ୍ଷା ମନ୍ତ୍ରୀ ନୋବୁ କିଶି କହିଛନ୍ତି, ଚାଇନା ମାଡ଼ କରିଥିବା ବାଲାଷ୍ଟିକ ମିସାଇଲ ପ୍ରଥମଥର ପାଇଁ ଜାପାନର ସ୍ୱତନ୍ତ୍ର ଅର୍ଥନୀତିକ ଜୋନରେ ପଡ଼ିଛି। ଜାପାନର ଦକ୍ଷିଣପ୍ରାନ୍ତରେ ଥିବା ଓକିନାୱାରେ ଏହି ଅର୍ଥନୀତିକ ଜୋନ ରହିଛି। ଏହା ତାଇୱାନ ସୀମାନ୍ତକୁ ଲାଗିଛି। ଏହି ସ୍ଥାନରେ ହିଁ ମିସାଇଲ ଲ୍ୟାଣ୍ଡ କରିଛି।

ଚାଇନା ପକ୍ଷରୁ ମାଡ଼ କରାଯାଇଥିବା ୯ଟି ବାଲାଷ୍ଟିକ ମିସାଇଲ ମଧ୍ୟରୁ ୫ଟି ଜାପାନର ଅର୍ଥନୀତିକ ଜୋନରେ ପଡ଼ିଥିବା ବିଶ୍ୱାସ କରାଯାଉଛି। ଏହାକୁ ନେଇ ଜାପାନ କୂଟନୀତିକ ସ୍ତରରେ ଚାଇନା ସହ ଯୋଗାଯୋଗ କରିଛି। ଚାଇନା ରାଷ୍ଟ୍ରଦୂତଙ୍କୁ ଭେଟି ପ୍ରତିବାଦ ମଧ୍ୟ ଜଣାଇଥିବା କିଶି କହିଛନ୍ତି। ତାଙ୍କ କହିବା କଥା ଚାଇନାର ଏପରି ମିସାଇଲ ମାଡ଼ ଜାପାନର ଜାତୀୟ ସୁରକ୍ଷା ଓ ସାଧାରଣ ଲୋକଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରେ।

ଅନ୍ୟପକ୍ଷରେ ନାନ୍ସିଙ୍କ ତାଇୱାନ ଗସ୍ତ କରି ଚାଇନା ସୀମାନ୍ତରେ ରବିବାର ଯାଏ ସମରାଭ୍ୟାସ କରିବ ବୋଲି ଘୋଷଣା କରିଛି। ତାଇୱାନର ଚାରିପାଖରେ ଥିବା ଜଳରାଶିରେ ହିଁ ବେଜିଂ ସେନା ସମରାଭ୍ୟାସ କରୁଛି।

Related story