Advertisment

ଡେଲ୍ଟା ଭାରିଏଣ୍ଟର ସଂକ୍ରମଣକୁ ରୋକି ପାରିବନି କରୋନା ଟିକା!

ଲଣ୍ଡନ: ମହାମାରୀ କରୋନାର ଡେଲ୍ଟା ଭାରିଏଣ୍ଟକୁ ନେଇ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ପ୍ରାଥମିକ ଗବେଷଣାରୁ ଜଣାପଡ଼ିଛି ଯେ ଯେଉଁମାନେ କରୋନା ଟିକା ନେଇଛନ୍ତି, ସେମାନେ ଡେଲ୍ଟା ଭାରିଏଣ୍ଟରେ ପୂର୍ବଭଳି ସଂକ୍ରମିତ ହୋଇପାରିବେ। ସେହିପରି ସେମାନେ ବେଶ ସହଜରେ ଟିକା ନେଇ ନଥିବା ଲୋକଙ୍କୁ ସଂକ୍ରମିତ କରିପାରିବେ। ଅର୍ଥାତ ଡେଲ୍ଟା ଭାରିଏଣ୍ଟର ଟ୍ରାନ୍ସମିଶନ ବା ସଂକ୍ରମଣ ହାର ଉପରେ ଟିକାର କୌଣସି ପ୍ରଭାବ ରହିବ ନାହିଁ। ପବ୍ଲିକ ହେଲ୍ଥ ଇଂଲଣ୍ଡ(ପିଏଚଇ)ର ବୈଜ୍ଞାନିକମାନେ ଗବେଷଣାରୁ ଏପରି ତଥ୍ୟ ହାସଲ […]

ଡେଲ୍ଟା ଭାରିଏଣ୍ଟର ସଂକ୍ରମଣକୁ ରୋକି ପାରିବନି କରୋନା ଟିକା!

Vaccine1

Advertisment

ଲଣ୍ଡନ: ମହାମାରୀ କରୋନାର ଡେଲ୍ଟା ଭାରିଏଣ୍ଟକୁ ନେଇ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ପ୍ରାଥମିକ ଗବେଷଣାରୁ ଜଣାପଡ଼ିଛି ଯେ ଯେଉଁମାନେ କରୋନା ଟିକା ନେଇଛନ୍ତି, ସେମାନେ ଡେଲ୍ଟା ଭାରିଏଣ୍ଟରେ ପୂର୍ବଭଳି ସଂକ୍ରମିତ ହୋଇପାରିବେ। ସେହିପରି ସେମାନେ ବେଶ ସହଜରେ ଟିକା ନେଇ ନଥିବା ଲୋକଙ୍କୁ ସଂକ୍ରମିତ କରିପାରିବେ। ଅର୍ଥାତ ଡେଲ୍ଟା ଭାରିଏଣ୍ଟର ଟ୍ରାନ୍ସମିଶନ ବା ସଂକ୍ରମଣ ହାର ଉପରେ ଟିକାର କୌଣସି ପ୍ରଭାବ ରହିବ ନାହିଁ। ପବ୍ଲିକ ହେଲ୍ଥ ଇଂଲଣ୍ଡ(ପିଏଚଇ)ର ବୈଜ୍ଞାନିକମାନେ ଗବେଷଣାରୁ ଏପରି ତଥ୍ୟ ହାସଲ କରିଛନ୍ତି।

Advertisment

ଏହାପୂର୍ବରୁ ଆମେରିକାର ସିଡିଏସ୍‌ ମଧ୍ୟ ସମାନ କଥା କହିଥିଲା। କରୋନାର ଅନ୍ୟ ଭାରିଏଣ୍ଟ ତୁଳନାରେ ଟିକା ନେଇ ଡେଲ୍ଟା ଭାରିଏଣ୍ଟରେ ସଂକ୍ରମିତ ହେଉଥିବା ଲୋକମାନେ ଅନ୍ୟମାନଙ୍କୁ ବେଶ ସହଜରେ ସଂକ୍ରମିତ କରିପାରିବେ ବୋଲି ସିଡିଏସ୍‌ ସୂଚନା ଦେଇଥିଲା।

ଏବେ ପିଏଚ୍‌ଇ ପକ୍ଷରୁ ଗୋଟିଏ ବିବୃତିରେ କୁହାଯାଇଛି, ଟିକା ନେବା ଦ୍ୱାରା ଜଣେ ବ୍ୟକ୍ତି ଗୁରୁତର ହେବାରୁ ସୁରକ୍ଷା ପାଇପାରିବେ। ସେହିପରି ଡେଲ୍ଟା ଭାରିଏଣ୍ଟ ଜନିତ ମୃତ୍ୟୁକୁ ମଧ୍ୟ ଟିକାର ଦୁଇଟି ଯାକ ଡୋଜ୍‌ କିଛି ଅଂଶରେ ଟାଳି ପାରିବ। କିନ୍ତୁ ଟିକା ନେଇ ଥିବା ଲୋକ ଡେଲ୍ଟାରେ ସଂକ୍ରମିତ ହେଲେ, ସେମାନେ ଅତି ସହଜରେ ଅନ୍ୟମାନଙ୍କୁ ସଂକ୍ରମଣ ବାଣ୍ଟି ପାରିବେ।

Advertisment

ଏବେ ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି ଯେ ଟିକା ନେଇ ଡେଲ୍ଟା ଭାରିଏଣ୍ଟରେ ସଂକ୍ରମିତ ହେଉଥିବା ଲୋକଙ୍କ ଶରୀରରେ ଭାଇରସର ସ୍ତର ଯେତିକି ରହୁଛି ଠିକ୍‌ ସେହି ସ୍ତର ଟିକା ନେଇ ନଥିବା ଲୋକଙ୍କ ପାଖରେ ଦେଖାଯାଉଛି। ତେଣୁ ଟିକା ନେଇଥିଲେ ମଧ୍ୟ ଡେଲ୍ଟା ଭାରିଏଣ୍ଟ ଦ୍ୱାରା ଯଦି ସେମାନେ ସଂକ୍ରମିତ ହୁଅନ୍ତି, ତା’ହେଲେ ଅନ୍ୟମାନେ ସେମାନଙ୍କ ସଂସ୍ପର୍ଶରେ ଆସି ବେଶ ସହଜରେ କରୋନାରେ ଆକ୍ରାନ୍ତ ହୋଇପାରିବେ। ତେଣୁ ଟିକା ନେଇଥିଲେ କିମ୍ବା ନ ନେଇଥିଲେ, ଏହା ଉପରେ ଡେଲ୍ଟା ଭାରିଏଣ୍ଟର କୌଣସି ପ୍ରଭାବ ରହିବ ନାହିଁ।

ଜୁଲାଇ ୧୯ ତାରିଖ ପରଠାରୁ ଡେଲ୍ଟା ଭାରିଏଣ୍ଟରେ ଆକ୍ରାନ୍ତ ହୋଇଥିବା ଲୋକଙ୍କ ତଥ୍ୟକୁ ଗବେଷଣା ବେଳେ ବିଶ୍ଲେଷଣ କରାଯାଇଥିଲା। ଏହି ସମୟରେ ଜଣାପଡ଼ିଛି ଯେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୫୫.୧% ଲୋକ ଟିକା ନେଇ ନଥିବା ବେଳେ ଟିକା ନେଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଲୋକଙ୍କ ସଂଖ୍ୟା ୩୪.୯% ରହିଛି ବୋଲି ପିଏଚ୍‌ଇ କହିଛି।

ଅନ୍ୟପକ୍ଷରେ କଲୋମ୍ବିଆରେ ପ୍ରଥମଥର ଠାବ ହୋଇଥିବା କରୋନାର ନୂଆ ଭାରିଏଣ୍ଟ B.1.621ସମସ୍ତଙ୍କ ଚିନ୍ତା ବଢ଼ାଇଛି। ଏହା ଟିକାକୁ ମାତ୍‌ ଦେବାର କ୍ଷମତା ରଖିଥିବା ଆଶଙ୍କା କରାଯାଉଛି। କିନ୍ତୁ ଏହା ଉପରେ ନିର୍ଦ୍ଦିଷ୍ଟ ତଥ୍ୟ ମିଳିପାରିନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe