ନିରପେକ୍ଷ କମିଟିର ରିପୋର୍ଟ: କରୋନା ମହାମାରୀର ଭୟାବହତାକୁ ରୋକାଯାଇ ପାରିଥାଆନ୍ତା

ଜେନେଭା: ମହାମାରୀ କରୋନା ଭାଇରସର ଉଗ୍ର ରୂପକୁ ରୋକାଯାଇ ପାରିଥାଆନ୍ତା। କିନ୍ତୁ ଏହା ସମ୍ଭବ ହୋଇପାରିଲା ନାହିଁ ବୋଲି ନିରପେକ୍ଷ ଗ୍ଲୋବାଲ ପ୍ୟାନେଲ ତା’ ରିପୋର୍ଟରେ ଉଲ୍ଲେଖ କରିଛି। ପ୍ରାଣଘାତୀ କରୋନା ଭାଇରସ ଓ ସୂଚନା ପ୍ରଦାନ ତାଳମେଳର ଅଭାବ ଯୋଗୁ ଲୋକଙ୍କ ପାଖରେ ଏହାର ଠିକ୍‌ ତଥ୍ୟ ପହଞ୍ଚି ପାରିଲାନାହିଁ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ’) ଚାହିଁଥିଲେ ବହୁ ପୂର୍ବରୁ ଲୋକଙ୍କୁ କରୋନାର ଭୟାବହତା ବିଷୟରେ ସତର୍କ କରାଇପାରିଥାଆନ୍ତା। କିନ୍ତୁ ହୁ’ ଠିକଣା ସମୟରେ ତଥ୍ୟ ସାର୍ବଜନୀନ […]

Corona1

Hemant Lenka
  • Published: Wednesday, 12 May 2021
  • , Updated: 12 May 2021, 06:46 PM IST

ଜେନେଭା: ମହାମାରୀ କରୋନା ଭାଇରସର ଉଗ୍ର ରୂପକୁ ରୋକାଯାଇ ପାରିଥାଆନ୍ତା। କିନ୍ତୁ ଏହା ସମ୍ଭବ ହୋଇପାରିଲା ନାହିଁ ବୋଲି ନିରପେକ୍ଷ ଗ୍ଲୋବାଲ ପ୍ୟାନେଲ ତା’ ରିପୋର୍ଟରେ ଉଲ୍ଲେଖ କରିଛି। ପ୍ରାଣଘାତୀ କରୋନା ଭାଇରସ ଓ ସୂଚନା ପ୍ରଦାନ ତାଳମେଳର ଅଭାବ ଯୋଗୁ ଲୋକଙ୍କ ପାଖରେ ଏହାର ଠିକ୍‌ ତଥ୍ୟ ପହଞ୍ଚି ପାରିଲାନାହିଁ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ’) ଚାହିଁଥିଲେ ବହୁ ପୂର୍ବରୁ ଲୋକଙ୍କୁ କରୋନାର ଭୟାବହତା ବିଷୟରେ ସତର୍କ କରାଇପାରିଥାଆନ୍ତା। କିନ୍ତୁ ହୁ’ ଠିକଣା ସମୟରେ ତଥ୍ୟ ସାର୍ବଜନୀନ ନ କରିବାରୁ ବର୍ତ୍ତମାନ ପୂରା ବିଶ୍ୱ କରୋନା କବଳରେ ପଡ଼ି କଲବଲ ହେଉଥିବା ରିପୋର୍ଟରେ କୁହାଯାଇଛି।

The Independent Panel for Pandemic Preparedness and Response (IPPPR) କହିଛି ଯେ ଗୋଟିଏ ପରେ ଗୋଟିଏ ଖରାପ ନିଷ୍ପତ୍ତି ଯୋଗୁ କରୋନା ଭାଇରସ ବର୍ତ୍ତମାନ ସୁଦ୍ଧା ୩୩ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେବା ସହ ବିଶ୍ୱ ଅର୍ଥନୀତିକୁ ଧ୍ୱଂସ କରିଦେଇଛି। ଆଇପିପିପିଆର ତା’ର ବହୁପ୍ରତିକ୍ଷୀତ ଅନ୍ତିମ ରିପୋର୍ଟରେ କହିଛି ଯେ ବିଭିନ୍ନ ସଂସ୍ଥା ଲୋକଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି ଓ ବିଜ୍ଞାନ ପଦ୍ଧତିକୁ ଗ୍ରହଣ କରୁଥିବା ନେତାମାନେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ବିଶ୍ୱାସ ରଖୁଥିବା ଲୋକଙ୍କ ଆସ୍ଥାକୁ ହ୍ରାସ କରିଛନ୍ତି।

ପ୍ୟାନେଲ କହିଛି, ଚାଇନାର ଉହାନରେ ୨୦୧୯ ଡିସେମ୍ବର ମାସରୁ କରୋନା ସଂକ୍ରମଣ ବଢ଼ିଥିଲା। ହେଲେ ଏହାକୁ କେହି ଗୁରୁତ୍ୱ ଦେଇ ନଥିଲେ। ଫଳସ୍ୱରୂପ ୨୦୨୦ ଫେବୃଆରୀ ବେଳକୁ ଏହା ସମସ୍ତଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେଲା। କାରଣ କିଛି ଦେଶ କରୋନା ସଂକ୍ରମଣର ସଙ୍କେତକୁ ହାଲୁକା ଭାବେ ନେଇଥିଲେ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଲୋକଙ୍କୁ ଚାହିଁଥିଲେ, ଏଦିଗରେ ସତର୍କ କରାଇ ପାରିଥାଆନ୍ତା ବୋଲି ଏଥିରେ କୁହାଯାଇଛି। ରିପୋର୍ଟରେ ଆହୁରି କୁହାଯାଇଛି, ବର୍ତ୍ତମାନ ମହାମାରୀକୁ ମାତ୍‌ ଦେବାକୁ ହେଲେ ବିତ୍ତଶାଳୀ ରାଷ୍ଟ୍ରଗୁଡ଼ିକ ଗରିବ ଦେଶଗୁଡ଼ିକୁ ୧ ବିଲିୟନ ଲେଖାଏ ଟିକା ଦାନ କରନ୍ତୁ।

ଏଥିସହ ଆଗାମୀ ମହାମାରୀର ମୁକାବିଲା ପାଇଁ ବିତ୍ତଶାଳୀ ରାଷ୍ଟ୍ରଗୁଡ଼ିକ ଏବେଠାରୁ ନୂଆ ନୂଆ ସଂଗଠନ ଗୁଡ଼ିକୁ ଅର୍ଥ ଦାନ କରିବା ଆରମ୍ଭ କରନ୍ତୁ। Covid-19: Make it the Last Pandemic ନାଁରେ ପ୍ରସ୍ତୁତ ରିପୋର୍ଟରେ କୁହାଯାଇଛି, ଆଜି ଆମେ ଯେଉଁ ଭଳି ସ୍ଥିତିରେ ଅଛୁ ଏହାକୁ ରୋକା ଯାଇ ପାରିଥାଆନ୍ତା। ଆଗୁଆ ସଙ୍କେତ, ତତ୍ପରତା ଓ ପ୍ରସ୍ତୁତିରେ ଅଭାବ ଯୋଗୁ ଆମକୁ ପରିଣାମ ଭୋଗିବାକୁ ପଡ଼ୁଛି।

କୋଭିଡ-୧୯ର ବେଗକୁ ହ୍ରାସ କରିବା ପାଇଁ କିଛି ପଦକ୍ଷେପ ନିଆଯାଇଥିଲା। କିନ୍ତୁ ସେଥିରେ ବିଳମ୍ବ, ସଙ୍କୋଚ ଓ ପ୍ରତ୍ୟାଖ୍ୟାନ ଥିବାରୁ କିଛି ବି ଲାଭ ମିଳିଲାନି। ମହାମାରୀର ବିପଦକୁ ସମସ୍ତେ ଅଣଦେଖା କରିଥିଲେ। କୌଣସି ଦେଶ ଏହାର ମୁକାବିଲା ପାଇଁ ପୂର୍ବରୁ ପ୍ରସ୍ତୁତି କରି ନଥିଲେ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୨୦୨୦ ମସିହା ୨୨ ଜାନୁଆରୀର ସ୍ଥିତିକୁ ଦେଖି ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀ କାଳୀନ ସ୍ଥିତି ଘୋଷଣା କରିପାରିଥାଆନ୍ତା। କିନ୍ତୁ ଏପରି ଘୋଷଣା କରିବା ପାଇଁ ହୁ’ ଆଉ ୮ ଦିନ ସମୟ ନେଇଥିଲା। ମାର୍ଚ୍ଚ ମାସରେ ହୁ’ ଏହାକୁ ମହାମାରୀ ଘୋଷଣା କରିଥିଲା।

ଚାଇନା ପକ୍ଷରୁ ଆଲର୍ଟ କରିବାରେ ନିଶ୍ଚୟ ବିଳମ୍ବ ହୋଇଛି। ହେଲେ ବିଳମ୍ବ ସବୁ ଆଡ଼େ ମଧ୍ୟ ଦେଖିବାକୁ ମିଳିଛି। ଏହି କାରଣରୁ ଆମକୁ ଦୀର୍ଘ ୧୫ରୁ ୧୬ ମାସ ହେଲାଣି କରୋନା କବଳରେ ରହିବାକୁ ପଡ଼ିଛି ବୋଲି ପ୍ୟାନେଲ କହିଛନ୍ତି।

କରୋନା କବଳରୁ ମୁକୁଳିବା ପାଇଁ ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରାଯିବ ଉଚିତ ବୋଲି ପ୍ୟାନେଲ ପରାମର୍ଶ ଦେଇଛି।

Related story