ଲସ୍ ଏଞ୍ଜଲିସ: ଆଉ ନାହାନ୍ତି ଫେମସ୍ ଆମେରିକାନ୍ ଟିକ୍ଟକ୍ ଷ୍ଟାର୍ କୁପର ନୋରିଏଗା। ମାତ୍ର ୧୯ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଛି। ଲସ୍ ଏଞ୍ଜଲିସର ଏକ ସପିଂ ମଲ୍ର ପାର୍କିଂ ପ୍ଲେସ୍ରୁ ତାଙ୍କ ମୃତଦେହ ମିଳିଛି। ଏନେଇ ଲସ୍ ଏଞ୍ଜଲିସ ମେଡିକାଲ ଏଗ୍ଜାମିନର ସୂଚନା ଦେଇଛନ୍ତି। ତେବେ ତାଙ୍କ ମୃତ୍ୟୁ କିଭଳି ହେଲା ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୁଲିସ ମାମଲାର ତଦନ୍ତ ଜାରି ରଖିଛି। କୁପରଙ୍କ ଫ୍ୟାନ୍ମାନେ ମଧ୍ୟ ଉଚିତ ତଦନ୍ତ ଦାବି କରୁଛନ୍ତି।
ଗତ ୯ ତାରିଖରେ କୁପର ନୋରିଏଗାଙ୍କ ମୃତ୍ୟୁ ହୋଇଛି। ସେ ଜଣେ ଫେମସ୍ ଟିକ୍ଟକ୍ ଷ୍ଟାର୍ ଥିଲେ। ତାଙ୍କର ୧୭ ଲକ୍ଷରୁ ବି ଅଧିକ ଫଲୋଅର୍ସ ଅଛନ୍ତି। ତାଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ଫ୍ୟାନ୍ମାନେ ସ୍ତବ୍ଧ ହୋଇପଡିଛନ୍ତି। କୁପର ତାଙ୍କ ମୃତ୍ୟୁ ପୂର୍ବରୁ ସୋଶାଲ ମିଡିଆରେ ଟ୍ୱିଟ୍ କରିଥିଲେ। ସେ ଟ୍ୱିଟ୍ କରି ଲେଖିଥିଲେ, 'କେଉଁମାନେ ଯୁବାବସ୍ଥାରେ ହିଁ ମରିଯିବେ ବୋଲି ଭାବୁଛନ୍ତି।' ଏହି ଟ୍ୱିଟ୍ କରିବାର କିଛି ଘଣ୍ଟା ପରେ ତାଙ୍କର ମୃତ୍ୟୁ ହୋଇଥିଲା।
ଡାକ୍ତରଙ୍କ ସୂଚନା ମୁତାବକ, କୁପରଙ୍କ ଶରୀରରେ କୌଣସି ପ୍ରକାରର ମଧ୍ୟ ଆଘାତ ଲାଗିଥିବା ପ୍ରମାଣ ନାହିଁ। ଜୁନ୍ ୫ ତାରିଖରେ କୁପର ସୋଶାଲ ମିଡିଆରେ ଏକ ଡିସ୍କାର୍ଡ ଗ୍ରୁପ ତିଆରି କରିଥିଲେ। ଏହି ଗ୍ରୁପ ଜରିଆରେ ସେ ତାଙ୍କ ପ୍ରଶଂସକଙ୍କ ସହ ମାନସିକ ସ୍ୱାସ୍ଥ୍ୟ ବିଷୟରେ କଥାବାର୍ତ୍ତା କରିଥିଲେ।ଏହା ଉପରେ ସମସ୍ତଙ୍କ ସହ ଖୋଲାଖୋଲି ଭାବରେ ଆଲୋଚନା କରୁଥିଲେ। ତେଣୁ କୁପର ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଇ ଗତି କରୁଥିଲେ ଏଥିରୁ ଅନୁମାନ କରାଯାଉଛି।
View this post on Instagram