ହାଲୋୱିନ୍ ପାର୍ଟିରେ ଦଳାଚକଟା, ୧୫୧ ମୃତ

ନୂଆଦିଲ୍ଲୀ: ହାଲୋୱିନ୍ ପର୍ବ ପାଳନ ବେଳେ ଅଘଟଣ। ଭିଡ ଭିତରେ ହଠାତ୍ ଦଳାଚକଟା ଘଟି ୧୫୧ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ୧୦୦ ଜଣ ଗୁରୁତର ହୋଇଛନ୍ତି। ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ଘଟିଛି ଏଭଳି କିଛି ଅଘଟଣ। ଶନିବାର ଦିନ ସିଓଲର ଇଟେଓନରେ ହାଲୋୱିନ୍ ପର୍ବ ପାଳନ ଚାଲିଥିଲା। କରୋନା ପାଇଁ ଗତ ୨ ବର୍ଷ ଧରି ପାଳନ ହୋଇନଥିବା ବେଳେ ଏଥର ବେଶ୍ ଧୁମ୍‌ଧାମରେ ପାଳନ ହେଉଥିଲା। ଏହି ପର୍ବରେ ଲକ୍ଷେରୁ ଅଧିକ ଲୋକଙ୍କ […]

halloween-party

halloween-party

Madhupriya Mistry
  • Published: Sunday, 30 October 2022
  • Updated: 30 October 2022, 08:19 AM IST

Sports

Latest News

ନୂଆଦିଲ୍ଲୀ: ହାଲୋୱିନ୍ ପର୍ବ ପାଳନ ବେଳେ ଅଘଟଣ। ଭିଡ ଭିତରେ ହଠାତ୍ ଦଳାଚକଟା ଘଟି ୧୫୧ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ୧୦୦ ଜଣ ଗୁରୁତର ହୋଇଛନ୍ତି। ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ଘଟିଛି ଏଭଳି କିଛି ଅଘଟଣ।

ଶନିବାର ଦିନ ସିଓଲର ଇଟେଓନରେ ହାଲୋୱିନ୍ ପର୍ବ ପାଳନ ଚାଲିଥିଲା। କରୋନା ପାଇଁ ଗତ ୨ ବର୍ଷ ଧରି ପାଳନ ହୋଇନଥିବା ବେଳେ ଏଥର ବେଶ୍ ଧୁମ୍‌ଧାମରେ ପାଳନ ହେଉଥିଲା। ଏହି ପର୍ବରେ ଲକ୍ଷେରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା। ଏକ ଗଳି ରାସ୍ତାରେ ଆଉଟ୍‌ଡୋର୍‌ରେ ଏହି ପର୍ବ ପାଳନ ଚାଲିଥିବା ବେଳେ ହଠାତ୍ କୌଣସି କାରଣରୁ ଭିଡ ଜମିଥିଲା। ପରେ ଦଳାଚକଟା ଆରମ୍ଭ ହୋଇଥିଲା।

https://twitter.com/feedforyou11/status/1586366552416219136?s=20&t=7U_qwOy49BmStMTRdx2U4w

ଏତେ ସଂଖ୍ୟାରେ ଲୋକଙ୍କ ଭିଡ ଭିତରେ ନିଶ୍ୱାସପ୍ରଶ୍ୱାସ ଜନିତ ଅସୁବିଧା ହେତୁ ହଠାତ୍ କିଛି ଲୋକ ଚେତାଶୂନ୍ୟ ହୋଇପଡିଥିଲେ। ୫୦ରୁ ଅଧିକ ଜଣ ହୃଦ୍‌ଘାତର ଶିକାର ହୋଇଥିଲେ। ଏଥିସହ ୧୦୦ରୁ ଅଧିକ ଆହତ ହୋଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଲୋକେ ହୃଦ୍‌ଘାତର ଶିକାର ଲୋକଙ୍କୁ ପମ୍ପିଂ କରିଥିଲେ। ସେପଟେ ପୁଲିସ ଓ ଫାୟାର ଟିମ୍ ପହଞ୍ଚି ହୃଦଘାତର ଶିକାର ଲୋକଙ୍କୁ ହସ୍ପିଟାଲ ନେଇଥିଲେ। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତାହତଙ୍କ ମଧ୍ୟରେ ଅଧିକାଂଶଙ୍କ ବୟ ୨୦ରୁ ୩୦ ବର୍ଷ ମଧ୍ୟରେ ଥିବା ଜଣାପଡିଛି।

ରାଷ୍ଟ୍ରପତି ୟୁନ ସୁକ-ୟୁଲ ୟୋଙ୍ଗସାନ-ଗୁ ଜିଲ୍ଲାର ଇଟାବନ ପ୍ରଶାସନକୁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣା ସମୟର କିଛି ଭିଡିଓ ସୋସିଆଲ ମିଡିଆରେ ସାମନାକୁ ଆସିଛି, ଏଥିରେ ଗହଳି ଭିତରେ ରାସ୍ତା ଉପରେ ଲୋକଙ୍କ ଚିକିତ୍ସା କରାଯାଉଥିବା ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos