କେଉଁ ମିସାଇଲରେ ଜୱାହିରୀଙ୍କୁ ଟାର୍ଗେଟ୍‌ କଲା ଆମେରିକା?

ୱାଶିଂଟନ୍‌: ଟଲିଳା ଅଲ କଏଦାର ଚିଫ୍‌ ଅୟମାନ ଅଲ୍‌-ଜୱାହିରୀ। ଆମେରିକାର ମିସାଇଲ ମାଡରେ ନିହତ ହେଲା ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ। ଆମେରିକାରେ ଥିବା ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଅଧିକାରୀ ବା ସିଆଇଏ ଏନେଇ ସ୍ପଷ୍ଟ ଳକରିଛନ୍ତି। ତେବେ ପ୍ରଶ୍ନ ଉଠୁଛି ଯେ, ଅଲ ଜୱାହିରୀକୁ ମାରିବା ପାଇଁ କେଉଁ ମିସାଇଲ ବ୍ୟବହାର କରିଥିଲା ଆମେରିକା, ଯାହାର ବିସ୍ଫୋରଣ ପରେ ନା ଶବ୍ଦ ହେଲା ନା ଚିହ୍ନ ରହିଲା। କିପରି କରାଯାଇଥିଲା ଅଲ୍‌ ଜୱାହିରୀଙ୍କୁ ଟାର୍ଗେଟ୍‌। ଆମେରିକା ଏପରି କେଉଁ […]

al-qaeda-leader-ayman-al-zawahiri-killed

Madhupriya Mistry
  • Published: Tuesday, 02 August 2022
  • , Updated: 02 August 2022, 11:28 AM IST

ୱାଶିଂଟନ୍‌: ଟଲିଳା ଅଲ କଏଦାର ଚିଫ୍‌ ଅୟମାନ ଅଲ୍‌-ଜୱାହିରୀ। ଆମେରିକାର ମିସାଇଲ ମାଡରେ ନିହତ ହେଲା ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ। ଆମେରିକାରେ ଥିବା ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଅଧିକାରୀ ବା ସିଆଇଏ ଏନେଇ ସ୍ପଷ୍ଟ ଳକରିଛନ୍ତି। ତେବେ ପ୍ରଶ୍ନ ଉଠୁଛି ଯେ, ଅଲ ଜୱାହିରୀକୁ ମାରିବା ପାଇଁ କେଉଁ ମିସାଇଲ ବ୍ୟବହାର କରିଥିଲା ଆମେରିକା, ଯାହାର ବିସ୍ଫୋରଣ ପରେ ନା ଶବ୍ଦ ହେଲା ନା ଚିହ୍ନ ରହିଲା। କିପରି କରାଯାଇଥିଲା ଅଲ୍‌ ଜୱାହିରୀଙ୍କୁ ଟାର୍ଗେଟ୍‌। ଆମେରିକା ଏପରି କେଉଁ ଗୁପ୍ତ ମିସାଇଲ୍‌ ପ୍ରୟୋଗ କରିଛି। ସବୁଠାରୁ ବଡ କଥା ହେଉଛି ଏହି ମିସାଇଲ୍‌ ମାଡରେ କେବଳ ଅଲ କଏଦାର ଚିଫ୍‌ର ହିଁ ମୃତ୍ୟୁ ହୋଇଛି।

କ'ଣ ଥିଲା ସେହି ମିସାଇଲ୍‌?

ଅଲ୍‌ କାଏଦା ଚିଫ ଅୟମାନ ଅଲ୍‌-ଜୱାହିରୀଙ୍କୁ ମାରିବା ପାଇଁ ଆମେରିକାର ଡ୍ରୋନ୍‌ ଜରିଆରେ ଆକ୍ରମଣ କରିଛି। ଆକ୍ରମଣ କରିବା ପାଇଁ ସିଆଇଏ ଯେଉଁ ମିସାଇଲ୍‌ର ବ୍ୟବହାର କରିଥିଲା ତା'ର ନାଁ ହେଉଛି R9X Hellfire Missile। ଏହା ଏକ ସାଉଣ୍ଡ ଲେସ୍‌ ମିସାଇଲ୍‌ ସାଉଣ୍ଡ ଲେସ୍‌।

କିଭଳି କାମ କରେ ଏହି ମିସାଇଲ୍‌?

ଏହି ମିସାଇଲ୍‌ ଟାର୍ଗେଟ୍‌କୁ ଖୋଜି ଖୋଜି ଆକ୍ରମଣ କରେ। ଯେଉଁଥିରେ କି ୬ଟି ରେଜର୍‌ ପରି ବ୍ଲେଡ୍‌ ଲାଗିଥାଏ। ଏହି ବ୍ଲେଡ୍‌ ଥିବା ହେତୁ କାହାକୁ ନିହତ କରିବାର ଟାର୍ଗେଟ ପୂରା କରାଯାଇପାରେ, ତାହା ପୁଣି ବିନା ବିସ୍ଫୋରଣରେ। ଟାର୍ଗେଟ୍‌ରେ ମାଡ ହେବା ପରେ ଏହି ମିସାଇଲ୍‌ରେ ଥିବା ବ୍ଲେଡ୍‌ ଚକ୍ର ଭଳି ଘୁରି ଟାର୍ଗେଟ୍‌କୁ ଖଣ୍ଡ ଖଣ୍ଡ କରିଦେଇଥାଏ। ପୂର୍ବରୁ ୨୦୧୭ ମସିହାରେ ଏହି ଆର୍‌୯ଏକ୍ସକୁ ପ୍ରଥମେ ପ୍ରୟୋଗ କରାଯାଇଥିଲା। ସେ ସମୟରେ ଅଲକାଏଦାର ବରିଷ୍ଠ ନେତା ଅବୁ-ଅଲ୍‌-ଖୟାର୍‌ ଅଲ୍‌-ମସ୍ରି ସିରିୟାରେ ଏକ କାର୍‌ରେ ଯାତ୍ରା କରୁଥିବ‌ା ବେଳେ ତାଙ୍କୁ ଏଥିରେ ଆକ୍ରମଣ କରି ନିହତ କରାଯାଇଥିଲା।

ଏହି ଆର୍‌୯ଏକ୍ସ ହେଲ୍‌ଫାୟର ମିସାଇଲ୍‌କୁ ଡ୍ରୋନ୍‌, ହେଲିକପ୍ଟର, ଫାଇଟର୍‌ ଜେଟ୍‌ ଦ୍ୱାରା ନିକ୍ଷେପ କରାଯାଇପାରିବ। ଏହି ମିସାଇଲ୍‌ର ନାକରେ କ୍ୟାମେରା ଓ ସେନ୍ସର ଲାଗିଥାଏ, ଯାହା ବିସ୍ଫୋରଣ ପୂର୍ବରୁ ରେକର୍ଡିଂ କରିବା ଜାରି ରଖିଥାଏ। ଆହୁରି ମଧ୍ୟ, ବିସ୍ଫୋରଣ ପୂର୍ବରୁ ଟାର୍ଗେଟ୍‌ର ସଠିକ୍ ସ୍ଥିତି ଖୋଜିଥାଏ। ଗତ ଦୁଇ ବର୍ଷ ମଧ୍ୟରେ ଆମେରିକା ଏହି କ୍ଷେପଣାସ୍ତ୍ରର ବ୍ୟବହାରକୁ ଦ୍ରୁତ ଗତିରେ ବୃଦ୍ଧି କରିଛି। ଗତ ବର୍ଷ କାବୁଲ ବିମାନବନ୍ଦର ବିସ୍ଫୋରଣର ପ୍ରତିଶୋଧ ନେବା ପାଇଁ ଆମେରିକା ଏହି କ୍ଷେପଣାସ୍ତ୍ର ବ୍ୟବହାର କରିଥିଲା।

ହେଲଫାୟାର ମିସାଇଲ୍‌ର ଅନେକ ଭାରିଏଣ୍ଟ ରହିଛି। ସେଥିମଧ୍ୟରୁ ଗୋଟିଏ ହେଉଛି R9X। ଏହି ପ୍ରକାରର ମିସାଇଲ୍‌ର ଓଜନ ୪୫ କିଲୋଗ୍ରାମ। ଏହି ମିସାଇଲ୍‌କୁ 'ନିଞ୍ଜା ବମ୍' ଏବଂ 'ଫ୍ଲାଇଂ ଗ୍‌ନ୍ସୁ' ମଧ୍ୟ କୁହାଯାଏ। ନିଞ୍ଜା ଏଥିପାଇଁ ନାଁ ଦିଆଯାଇଛି କାରଣ ନିଞ୍ଜା ମାର୍ଶଲ ଆର୍ଟିଷ୍ଟମାନେ ପ୍ରାୟତଃ ତୀକ୍ଷ୍ଣ ଅସ୍ତ୍ର ବ୍ୟବହାର କରନ୍ତି। 'ଫ୍ଲାଇଂ ଗ୍‌ନ୍ସୁ'ର ଅର୍ଥ ହେଉଛି ଉଡ଼ନ୍ତା ଛୁରୀ। ଏହି କ୍ଷେପଣାସ୍ତ୍ର ଦ୍ୱାରା ଆଖପାଖରେ ଅଧିକ କ୍ଷତି ହୁଏନାହିଁ। ଏହି କ୍ଷେପଣାସ୍ତ୍ରକୁ ଜଣେ କିମ୍ବା ଦୁଇ ଜଣଙ୍କୁ ହତ୍ୟା କରିବା ପାଇଁ ନିକ୍ଷେପ କରାଯାଏ। ଏହି କ୍ଷେପଣାସ୍ତ୍ରର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୬୦୧ କିଲୋମିଟର। ଏହା ଲେଜର ଏବଂ ରାଡାର ସନ୍ଧାନକାରୀ ଟେକ୍ନୋଲୋଜିରେ ଉଡେ।

ଜୱାହାରୀଙ୍କୁ ମାରିବା ପାଇଁ କ'ଣ ଥିଲା ପ୍ଲାନିଂ?

ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ, ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଅଲ-ଜାୱାହିରୀ ହତ୍ୟା ପାଇଁ ନିର୍ଦ୍ଦେଶ ଦେବା ପୂର୍ବରୁ ଅଲ କାଏଦା ମୁଖ୍ୟ କେଉଁଠାରେ ଲୁଚି ରହିଛି ଜାଣିବାକୁ ଚାହୁଁଥିଲେ। ଆମେରିକା ହୁଏତ ଗୋଟିଏ ଡ୍ରୋନ୍ ଷ୍ଟ୍ରାଇକ୍‌ରେ ଜାୱାହିରୀଙ୍କୁ ହତ୍ୟା କରିଥାଇପାରେ, କିନ୍ତୁ ଏଥିପାଇଁ ଜୋ ବିଡେନ ଏବଂ ତାଙ୍କ ପରାମର୍ଶଦାତାଙ୍କୁ ଅନେକ ମାସ ଯାଏ ଗୁପ୍ତ ବୈଠକ କରି ପ୍ଲାନିଂ କରିବାକୁ ପଡିଥିଲା। ଦୀର୍ଘ ୪ ମାସ ଧରି ପ୍ଲାନିଂ କରିବା ପାଇଁ କାବୁଲରେ ଜୱାହିରୀ ଥିବା ସ୍ପଷ୍ଟ ହୋଇଥିଲା। ଏହାପରେ ତା' ଉପରେ ଆକ୍ରମଣ କରିଥିଲା ଆମେରିକା। ତେବେ ଜୱାହାରୀ ବ୍ୟତୀତ ତା' ପରିବାରର ଅନ୍ୟ କୌଣସି ଲୋକଙ୍କୁ ଯେପରି କିଛି କ୍ଷତି ନଘଟେ ସେଥିପାଇଁ ନିର୍ଦ୍ଦେଶ ଦେଇଥିଲେ ଆମେରିକା ରାଷ୍ଟ୍ରପତି। ଆଉ ଠିକ୍‌ ତାହା ହିଁ ହେଲା।

Related story