ଭୂକମ୍ପରେ ଥରିଲା ମେକ୍ସିକୋ

ନୂଆଦିଲ୍ଲୀ: ଭୂମିକମ୍ପରେ ଥରିଲା ଆମେରିକାର ମେକ୍ସିକୋ।  ବିଳମ୍ବିତ ରାତିରେ ଏଠାରେ ଭୟଙ୍କର ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତ ୭.୬ ରେକର୍ଡ କରାଯାଇଛି। ଭୂକମ୍ପରେ ତୀବ୍ରତା ଏତେ ଥିଲା ଯେ, ଲୋକେ ଘରୁ ବାହାରକୁ ବାହାରି ଆସିଥିଲେ । ତେବେ ଭୂକମ୍ପ ଯୋଗୁଁ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇନାହିଁ। ରିପୋର୍ଟ ଅନୁଯାୟୀ, ୭.୬ ତୀବ୍ରତା ଭୂକମ୍ପ ଯୋଗୁଁ ଅନେକ ଘର ଓ ବିଲ୍ଡିଂ ଦୋହଲି ଯାଇଛି। ଏଥିସହ କ୍ଷତିଗ୍ରସ୍ତ ମଧ୍ୟ ହୋଇଛି। କୁହାଯାଉଛି […]

earthquake-struck-mexico

Madhupriya Mistry
  • Published: Tuesday, 20 September 2022
  • , Updated: 20 September 2022, 09:22 AM IST

ନୂଆଦିଲ୍ଲୀ: ଭୂମିକମ୍ପରେ ଥରିଲା ଆମେରିକାର ମେକ୍ସିକୋ।  ବିଳମ୍ବିତ ରାତିରେ ଏଠାରେ ଭୟଙ୍କର ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତ ୭.୬ ରେକର୍ଡ କରାଯାଇଛି। ଭୂକମ୍ପରେ ତୀବ୍ରତା ଏତେ ଥିଲା ଯେ, ଲୋକେ ଘରୁ ବାହାରକୁ ବାହାରି ଆସିଥିଲେ । ତେବେ ଭୂକମ୍ପ ଯୋଗୁଁ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇନାହିଁ।

ରିପୋର୍ଟ ଅନୁଯାୟୀ, ୭.୬ ତୀବ୍ରତା ଭୂକମ୍ପ ଯୋଗୁଁ ଅନେକ ଘର ଓ ବିଲ୍ଡିଂ ଦୋହଲି ଯାଇଛି। ଏଥିସହ କ୍ଷତିଗ୍ରସ୍ତ ମଧ୍ୟ ହୋଇଛି। କୁହାଯାଉଛି ସ୍ଥାନୀୟ ସମୟ ମଧ୍ୟାହ୍ନ ୧.୦୫ ରେ ଏହି ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ମାଇକୋଚାନ୍ ରାଜ୍ୟର ଲା ପ୍ଲାସିଟା ଡି ମୋରେଲୋସ୍ ସହରରେ ଏହାର କେନ୍ଦ୍ରସ୍ଥଳ ଥିବା କୁହାଯାଉଛି । ରାଜଧାନୀ ମେକ୍ସିକୋ ସିଟି ପର୍ଯ୍ୟନ୍ତ ଏହି ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା। ପ୍ରବଳ ଭୂକମ୍ପ ପରେ ସୁନାମି ଆଲର୍ଟ ମଧ୍ୟ ଜାରି କରାଯାଇଛି।

ଏହି ଭୂକମ୍ପ ଯୋଗୁ ଲୋକଙ୍କ  ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଯାଇଛି। ଲୋକେ ଘରୁ ବାହାରି ସୁରକ୍ଷିତ ସ୍ଥାନକୁ ଦୌଡି ପଳାଇଥିଲେ। ତେବେ ଭୂକମ୍ପ ହେତୁ କେହି ମୃତାହତ ହୋଇନାହାନ୍ତି। ମେକ୍ସିକୋର କୋଲିମା ରାଜ୍ୟର ଏକ ମଲରେ ଅବସ୍ଥିତ ଏକ ଜିମ୍ ଭୂକମ୍ପ ଦ୍ୱାରା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ରିପୋର୍ଟ ମୁତାବକ, ଆଜକୁ ପ୍ରାୟ ୫ ବର୍ଷ ପୂର୍ବେ ସେପ୍ଟେମ୍ବର ୧୯ ତାରିଖରେ ହିଁ ମେକ୍ସିକୋରେ ଭୂମିକମ୍ପ ହୋଇଥିଲା। ଏଥିରେ ୩୭୦ଜଣଙ୍କର ମୃତ୍ୟୁ ଘଟିଥିଲା। ଦେଶର ମଧ୍ୟଭାଗ ଏବଂ ଦକ୍ଷିଣ ଭାଗରେ ସର୍ବାଧିକ କ୍ଷୟକ୍ଷତି ହୋଇଥିଲା। ୧୯୮୫ରେ ମଧ୍ୟ ୧୯ ସେପ୍ଟେମ୍ବରରେ ହିଁ ଭୂକମ୍ପ ହୋଇଥିଲା। ଏଥିରେ ପ୍ରାୟ ୫ ହଜାର ଲୋକ ପ୍ରାଣ ହରାଇଥିଲେ।

Related story