ଦୁର୍ନୀତି ମାମଲାରେ ପୂର୍ବତନ ରାଷ୍ଟ୍ରପତିଙ୍କୁ ଜେଲ୍‌

ପ୍ୟାରିସ୍‌: ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ନିକୋଲ୍ସ ସାରକୋଜୀ। ପ୍ୟାରିସର ଗୋଟିଏ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ରାଷ୍ଟ୍ରପତି ଥିବା ବେଳେ ତାଙ୍କ ପଦର ଅପବ୍ୟହାର କରି ଜଣେ ବିଚାରପତିଙ୍କୁ ବେଆଇନ ଭାବେ ପଦୋନ୍ନତି ସହ ପ୍ରଭାବିତ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଥିଲା। ତେବେ ୩ ବର୍ଷ ଜେଲଦଣ୍ଡ ମଧ୍ୟରୁ ୨ ବର୍ଷ ଜେଲଦଣ୍ଡ ନିଲମ୍ବିତ ଭାବେ ବିବେଚନା କରାଯିବ। […]

Nicolas-Sarkozy

Hemant Lenka
  • Published: Monday, 01 March 2021
  • , Updated: 01 March 2021, 08:00 PM IST

ପ୍ୟାରିସ୍‌: ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ନିକୋଲ୍ସ ସାରକୋଜୀ। ପ୍ୟାରିସର ଗୋଟିଏ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ରାଷ୍ଟ୍ରପତି ଥିବା ବେଳେ ତାଙ୍କ ପଦର ଅପବ୍ୟହାର କରି ଜଣେ ବିଚାରପତିଙ୍କୁ ବେଆଇନ ଭାବେ ପଦୋନ୍ନତି ସହ ପ୍ରଭାବିତ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଥିଲା।

ତେବେ ୩ ବର୍ଷ ଜେଲଦଣ୍ଡ ମଧ୍ୟରୁ ୨ ବର୍ଷ ଜେଲଦଣ୍ଡ ନିଲମ୍ବିତ ଭାବେ ବିବେଚନା କରାଯିବ। ସେହିପରି ସେ ଗୋଟିଏ ବର୍ଷର ଜେଲଣ୍ଡ ବିରୋଧରେ ସେ ଉପର କୋର୍ଟରେ ଆବେଦନ କରିପାରିବେ ଓ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି ହୋଇ ନଥିବାରୁ ତାଙ୍କୁ ପୁଲିସ୍‌ ଜେଲ୍‌କୁ ମଧ୍ୟ ପଠାଇ ନପାରେ। ଫ୍ରାନ୍ସରେ ସାଧାରଣତଃ ଦୁଇ ବର୍ଷରୁ କମ ଜେଲ ଦଣ୍ଡ ପାଇଥିବା ଲୋକଙ୍କୁ କାରାଗାରକୁ ପଠାଯାଇ ନଥାଏ।

୨୦୦୭ରୁ ୨୦୧୨ ଯାଏ ନିକୋଲ୍ସ ଫ୍ରାନ୍ସର ରାଷ୍ଟ୍ରପତି ରହିଥିଲେ। ୨୦୨୨ ରାଷ୍ଟ୍ରପତି ନିର୍ବାଚନରେ ୬୬ ବର୍ଷୀୟ ନିକୋଲ୍ସ ପୁଣି ଲଢ଼େଇ କରିବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ କୋର୍ଟଙ୍କ ଏଭଳି ଦଣ୍ଡ ତାଙ୍କ ରାଜନୀତିକ କ୍ୟାରିୟରକୁ ସନ୍ଦେହ ଭିତରକୁ ଠେଲି ଦେଇଛି।

ଏଯାଏ ଫ୍ରାନ୍ସର କୌଣସି ପୂର୍ବତନ ରାଷ୍ଟ୍ରପତିଙ୍କ ବିରୋଧରେ କେବେ ହେଲେ ଦଣ୍ଡବିଧାନ କରାଯାଇ ନଥିଲା। ନିକୋଲ୍ସ ଜଣେ ବିଚାରପତିଙ୍କୁ ମୋନାକୋରେ ବରିଷ୍ଠ ପଦ ଦେବାକୁ ପ୍ରସ୍ତାବ ଦେଇଥିଲେ। ଏହା ବଦଳରେ ତାଙ୍କ ନିର୍ବାଚନ ପ୍ରଚାର ବେଳେ ହୋଇଥିବା ଆର୍ଥିକ ନେଣଦେଣର ତଦନ୍ତ ଠିକ୍‌ ଭାବେ ନ କରିବାକୁ ବିଚାରପତିଙ୍କ ଆଗରେ ସର୍ତ୍ତ ରଖିଥିଲେ। ଶୁଣାଣି ବେଳେ ନିକୋଲ୍ସ କୌଣସି ପ୍ରକାରର ଦୁର୍ନୀତି କରି ନଥିବା କୋର୍ଟଙ୍କ ଆଗରେ କହିଥିଲେ।

ଏହାପୂର୍ବରୁ ନିକୋଲ୍ସଙ୍କ ରାଜନୀତିକ ମେଣ୍ଟୋର ଜ୍ୟାକ୍ସ କିରାକ୍‌ ଦୁର୍ନୀତି ମାମଲାରେ ଫସିଥିଲେ। ତାଙ୍କ ବିରୋଧରେ ଟ୍ରାଏଲ ହେବାର ଥିଲା। କିନ୍ତୁ ସ୍ୱାସ୍ଥଗତ କାରଣରୁ ତାଙ୍କୁ କ୍ଷମା ପ୍ରଦାନ କରାଯାଇଥିଲା।

Related story