କାବୁଲରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ପୁଣି ବଡ ଧରଣର ବିସ୍ଫୋରଣ। ରୁଷ ଦୂତାବାସ ନିକଟରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଏଥିରେ ୨ ରୁଷ ରାଷ୍ଟ୍ରଦୂତଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କାବୁଲ ସହରର ଦାରୁଲ ଅମାନ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଛି। ମିଡିଆ ରିପୋର୍ଟ ମୁତାବକ, ରୁଷ ଦୂତାବାସର ଫାଟକ ସାମ୍ନାରେ ଏହି ଆତ୍ମଘାତୀ ବିସ୍ଫୋରଣ ହୋଇଛି। କୁହାଯାଉଛି ଦୂତାବାସ ବାହାରେ ମୁତୟନ ଥିବା ତାଲିବାନର ସୁରକ୍ଷା ଗାର୍ଡମାନେ ଆକ୍ରମଣ କାରୀଙ୍କୁ ଚିହ୍ନି […]

Kabul Blast

Madhupriya Mistry
  • Published: Monday, 05 September 2022
  • , Updated: 05 September 2022, 03:11 PM IST

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ପୁଣି ବଡ ଧରଣର ବିସ୍ଫୋରଣ। ରୁଷ ଦୂତାବାସ ନିକଟରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଏଥିରେ ୨ ରୁଷ ରାଷ୍ଟ୍ରଦୂତଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କାବୁଲ ସହରର ଦାରୁଲ ଅମାନ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଛି।

ମିଡିଆ ରିପୋର୍ଟ ମୁତାବକ, ରୁଷ ଦୂତାବାସର ଫାଟକ ସାମ୍ନାରେ ଏହି ଆତ୍ମଘାତୀ ବିସ୍ଫୋରଣ ହୋଇଛି। କୁହାଯାଉଛି ଦୂତାବାସ ବାହାରେ ମୁତୟନ ଥିବା ତାଲିବାନର ସୁରକ୍ଷା ଗାର୍ଡମାନେ ଆକ୍ରମଣ କାରୀଙ୍କୁ ଚିହ୍ନି ନେଇଥିଲେ। ସେମାନେ ଆକ୍ରମଣକାରୀଙ୍କୁ ଗୁଳି ମାଡ ମଧ୍ୟ କରିଥିଲେ। କିନ୍ତୁ ଅଚାନକ ବିସ୍ଫୋରଣ ଘଟିଥିଲା। ପୁଲିସ ମୁତାବକ, ଆତ୍ମଘାତୀ ବିସ୍ଫୋରଣକାରୀଙ୍କୁ ଟାର୍ଗେଟରେ ପହଞ୍ଚିବା ପୂର୍ବରୁ ହଟାଇ ଦିଆଯାଇଥିଲା।

ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ ମଧ୍ୟ କାବୁଲରେ ନିଜର ଦୂତାବାସ ଚଳାଇ ଚାଲିଛି ରୁଷ। ଯଦିଓ ମସ୍କୋ ତାଲିବାନ ସରକାରକୁ ଆନୁଷ୍ଠାନିକ ଭାବେ ସ୍ୱୀକୃତି ଦେଇନାହିଁ। ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ରୁଷର ବୈଦେଶିକ ମନ୍ତ୍ରଣାଳୟ କାବୁଲରେ ଥିବା ଦୂତାବାସ ନିକଟରେ ହୋଇଥିବା ବିସ୍ଫୋରଣରେ ଦୁଇ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ସ୍ୱୀକାର କରିଛି।

ତାଲିବାନ ସରକାର ଶାସନକୁ ଆସିବା ପରେ ଆଫଗାନିସ୍ତାନରେ ବାରମ୍ବାର ବିସ୍ଫୋରଣ ହେଉଛି। ପଶ୍ଚିମ ଆଫଗାନିସ୍ତାନର ହେରାନ୍ତ ଅଞ୍ଚଳରେ ସେପ୍ଟେମ୍ବର ୨ ତାରିଖରେ ଏକ ପ୍ରବଳ ଭିଡ ଜମିଥିବା ମସଜିଦରେ ବିସ୍ଫୋରଣ ହୋଇଥିଲା। ଏଥିରେ ୨୦ ଜଣ ପ୍ରାଣ ହରାଇଥିଲେ। ମୃତକଙ୍କ ମଧ୍ୟରେ ମସଜିଦର ମୌଲବୀ ମୌଲାନା ମଧ୍ୟ ସାମିଲ ଥିଲେ। ସେହିପରି ଏହି ଆକ୍ରମଣରେ ୨୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।

Related story