ଅଷ୍ଟ୍ରେଲିଆରେ କାହିଁକି ନ୍ୟୁଜ୍ ଲିଙ୍କ୍ ଫେସବୁକରେ ଶେୟାର କରି ହେଉନି?

କାନବେରା: ଚାଇନା ଓ ଉତ୍ତର କୋରିଆକୁ ଛାଡ଼ି ଦେଲେ ଫେସବୁକ ଉପରେ ସମସ୍ତେ ନିର୍ଭରଶୀଳ। ଯେମିତି ବଞ୍ଚିବା ପାଇଁ ଅମ୍ଳଜାନର ଆବଶ୍ୟକତା ରହିଛି ସେହିପରି ଫେସୁବକ ମଧ୍ୟ ସମସ୍ତଙ୍କ ପାଇଁ ଏକ ଲାଇଫ୍ ଲାଇନ୍ ପାଲଟିଗଲାଣି। ସାରା ବିଶ୍ୱ ଯେତେ ଡିଜିଟାଇଲାଇଜେସନ ହେଉଛି ଫେସବୁକର ଚାହିଦା ମଧ୍ୟ ସେମିତି ବଢ଼ି ଚାଲିଛି। ଏବେ ଲୋକମାନେ ନିଜର ବ୍ୟକ୍ତିଗତ ମତ ପାଖରୁ ଆରମ୍ଭ କରି ବିଭିନ୍ନ ପର୍ବ ପର୍ବାଣୀ, ଜନ୍ମଦିନ, ଶୋକ ପ୍ରସ୍ତାବ ଆଦି ଫେସବୁକରେ ଶେୟାର କରି […]

facebook

Subhransu Sekhar
  • Published: Saturday, 20 February 2021
  • , Updated: 20 February 2021, 03:24 PM IST

କାନବେରା: ଚାଇନା ଓ ଉତ୍ତର କୋରିଆକୁ ଛାଡ଼ି ଦେଲେ ଫେସବୁକ ଉପରେ ସମସ୍ତେ ନିର୍ଭରଶୀଳ। ଯେମିତି ବଞ୍ଚିବା ପାଇଁ ଅମ୍ଳଜାନର ଆବଶ୍ୟକତା ରହିଛି ସେହିପରି ଫେସୁବକ ମଧ୍ୟ ସମସ୍ତଙ୍କ ପାଇଁ ଏକ ଲାଇଫ୍ ଲାଇନ୍ ପାଲଟିଗଲାଣି। ସାରା ବିଶ୍ୱ ଯେତେ ଡିଜିଟାଇଲାଇଜେସନ ହେଉଛି ଫେସବୁକର ଚାହିଦା ମଧ୍ୟ ସେମିତି ବଢ଼ି ଚାଲିଛି।

ଏବେ ଲୋକମାନେ ନିଜର ବ୍ୟକ୍ତିଗତ ମତ ପାଖରୁ ଆରମ୍ଭ କରି ବିଭିନ୍ନ ପର୍ବ ପର୍ବାଣୀ, ଜନ୍ମଦିନ, ଶୋକ ପ୍ରସ୍ତାବ ଆଦି ଫେସବୁକରେ ଶେୟାର କରି ମତ ରଖୁଛନ୍ତି। ଏହାରି ଭିତରେ ଅଷ୍ଟ୍ରେଲିଆରେ ଫେସବୁକ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅଷ୍ଟ୍ରେଲିଆର କୌଣସି ନ୍ୟୁଜ ପୋର୍ଟାଲର କଣ୍ଟେଣ୍ଟ ଲିଙ୍କ୍ ଫେସବୁକରେ ଶେୟାର କରିବା ଉପରେ ପ୍ରତିବନ୍ଧକ ଲଗାଇଛି। ଅର୍ଥାତ୍ ଯେଉଁମାନେ ଖବର ପଢ଼ିବାକୁ ଚାହିଁବେ ସେମାନଙ୍କୁ ସିଧାସଳଖ ନ୍ୟୁଜ ପୋର୍ଟାଲକୁ ଯାଇ ପଢ଼ିବାକୁ ହେବ।

ଫେସବୁକ ଏଭଳି ପ୍ରତିବନ୍ଧକ ଲଗାଇବା ପଛର କାରଣ ଅଷ୍ଟ୍ରେଲିଆ ସରକାର ନିକଟରେ ଆଣିବାକୁ ଯାଉଥିବା ଏକ ଆଇନ୍। ଯାହାକି ପ୍ରସ୍ତାବିତ ଆକାରରେ ରହିଛି। ଯେଉଁଥିରେ ମିଡିଆ ସଂସ୍ଥାକୁ ଫେସବୁକ କିଛି ପଇସା ଦେବ ବୋଲି ନିୟମ ରହିଛି। ଯେହେତୁ ନ୍ୟୁଜ୍ ଲିଙ୍କ୍ ଫେସବୁକରେ ଶେୟାର ହେବା ଦ୍ୱାରା ଅଧିକ ଲୋକ ଫେସବୁକ ଉପରେ ନିର୍ଭରଶୀଳ ହେଉଛନ୍ତି ଏବଂ ୟୁଜରଙ୍କ ସଂଖ୍ୟା ବଢ଼ୁଛି ତେଣୁ ଏହାକୁ ନଜରରେ ରଖି ଅଷ୍ଟ୍ରେଲିଆ ସରକାର ଏଭଳି ନୂଆ ନିୟମ ଆଣିଛନ୍ତି। ଯାହାକୁ ବିରୋଧ କରି ଫେସବୁକ କଣ୍ଟେଣ୍ଟ ଲିଙ୍କ୍ ଶେୟାରିଂ ଉପରେ ରୋକ୍ ଲଗାଇଛି।

ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ମଧ୍ୟ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛନ୍ତି। ପ୍ରତିବନ୍ଧକ ହଟାଇବା ପାଇଁ ଫେସବୁକକୁ ଅନୁରୋଧ କରିଛନ୍ତି ମୋରିସନ।

ଅନ୍ୟପଟେ ମୋରିସନ୍ ଏହି ପ୍ରସଙ୍ଗରେ ଗୁରୁବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଛନ୍ତି। ଅଷ୍ଟ୍ରେଲିଆର ଏହି ପ୍ରସ୍ତାବିତ ଆଇନ ବିଷୟରେ ମୋରିସନ ବ୍ରିଟେନ, କାନାଡା ଏବଂ ଫ୍ରାନ୍ସର ନେତାଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ତେବେ ଫେସବୁକ୍ କହିଛି ଯେ ନ୍ୟୁଜ କଣ୍ଟେଣ୍ଟରୁ କମ୍ପାନୀ କୌଣସି ଲାଭ ପାଏ ନାହିଁ। ସରକାର ଟଙ୍କା ଦେବାକୁ ବାଧ୍ୟ କରିବା ଠିକ୍ ନୁହେଁ।

Related story