Advertisment

ଆରମ୍ଭ ହେଲା ମୁହଁ ସ୍କାନ ଜରିଆରେ କରୋନା ଟେଷ୍ଟ

ଦୁବାଇ: ଆଜିଠାରୁ ଅବୁଧାବିରେ ଥିବା ମଲ ଓ ଏୟାରପୋର୍ଟରେ ଭିନ୍ନ ଶୈଳୀରେ କରୋନା ଟେଷ୍ଟ ଆରମ୍ଭ ହୋଇଛି। ପ୍ରଥମଥର ପାଇଁ ମୁହଁ ସ୍କାନରରେ ଅବୁଧାବିରେ କରୋନା ଟେଷ୍ଟ କରାଯାଉଛି। ଅର୍ଥାତ ଏହି ସ୍କାନରରେ ଏମିତି ବ୍ୟବସ୍ଥା ରହିଛି ଯେ ଜଣଙ୍କ ମୁହଁରୁ ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ, ସେକଥା ଜଣାପଡ଼ିବ। ୨୦ ହଜାର ଲୋକଙ୍କୁ ନେଇ ବିଶାଳ ପରୀକ୍ଷଣ କରିବା ପରେ ଅବୁଧାବିରେ ଏପରି ବ୍ୟବସ୍ଥା କରାଯାଇଛି। ଫେସ୍‌ ସ୍କାନର କରୋନା ଭାଇରସକୁ ଠାବ […]

ଅଦ୍ୟତନ ହୋଇଛି
ଆରମ୍ଭ ହେଲା ମୁହଁ ସ୍କାନ ଜରିଆରେ କରୋନା ଟେଷ୍ଟ

Mall

Advertisment

ଦୁବାଇ: ଆଜିଠାରୁ ଅବୁଧାବିରେ ଥିବା ମଲ ଓ ଏୟାରପୋର୍ଟରେ ଭିନ୍ନ ଶୈଳୀରେ କରୋନା ଟେଷ୍ଟ ଆରମ୍ଭ ହୋଇଛି। ପ୍ରଥମଥର ପାଇଁ ମୁହଁ ସ୍କାନରରେ ଅବୁଧାବିରେ କରୋନା ଟେଷ୍ଟ କରାଯାଉଛି। ଅର୍ଥାତ ଏହି ସ୍କାନରରେ ଏମିତି ବ୍ୟବସ୍ଥା ରହିଛି ଯେ ଜଣଙ୍କ ମୁହଁରୁ ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ, ସେକଥା ଜଣାପଡ଼ିବ।

Advertisment

୨୦ ହଜାର ଲୋକଙ୍କୁ ନେଇ ବିଶାଳ ପରୀକ୍ଷଣ କରିବା ପରେ ଅବୁଧାବିରେ ଏପରି ବ୍ୟବସ୍ଥା କରାଯାଇଛି। ଫେସ୍‌ ସ୍କାନର କରୋନା ଭାଇରସକୁ ଠାବ କରିବାରେ ସକ୍ଷମ ହେଉଥିବା ଏହି ପରୀକ୍ଷାରୁ ଜଣାପଡ଼ିଛି।

ସୂଚନା ଅନୁସାରେ, ଏହି ଯନ୍ତ୍ରଟି ସଂକ୍ରମଣକୁ ଇଲେକ୍ଟ୍ରୋମ୍ୟାଗନେଟିକ ୱେଭ ଜରିଆରେ ଆକଳନ କରି ଠାବ କରିବ। ଯଦି ଜଣେ ବ୍ୟକ୍ତିଙ୍କ ଶରୀରରେ ଆରଏନଏ ଥିବ, ତା’ହେଲେ ଏଥିରେ ପରିବର୍ତ୍ତନ ଦୃଶ୍ୟମାନ ହେବ। ଏହି ଯନ୍ତ୍ରଟି କରୋନାକୁ ଚିହ୍ନଟ କରିବାରେ ୯୩.୫% ସଫଳ ବୋଲି କୁହାଯାଇଛି। ଇଣ୍ଟରନ୍ୟାଶନାଲ ହୋଲଡିଂ କୋର ଗୋଟିଏ ୟୁନିଟ ଇଡିଇ ରିସର୍ଚ୍ଚ ପକ୍ଷରୁ ଏହାକୁ ବିକଶିତ କରାଯାଇଛି।

Advertisment

ୟୁଏଇର ଅଂଶ ହେଉଛି ଅବୁଧାବି। ଏଠାରେ ଟିକାକରଣ କାର୍ଯ୍ୟକ୍ରମ ଜୋରଦାର ହୋଇଥିଲେ ହେଁ ମାର୍ଚ୍ଚ ମାସରୁ ସଂକ୍ରମଣ ୨ ହଜାର ଲେଖାଏ ଚିହ୍ନଟ ହେଉଛି। ଏହା ମଧ୍ୟରୁ ଭାରତରେ ପ୍ରଥମ ଠାବ ହୋଇଥିବା ଡେଲ୍ଟା ଭାରିଏଣ୍ଟରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି।

Coronavirus
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe