ଡୋନାଲ୍ଡ ଟ୍ରମ୍ପଙ୍କ ଘର ସିଜ୍‌, ରେଡ୍‌ କଲା ଏଫ୍‌ବିଆଇ

ୱାଶିଂଟନ୍‌: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ଏଫ୍‌ବିଆଇ ରେଡ୍‌। ସୋମବାର ଫ୍ଲୋରିଡାର ପାମ୍‌ ବିଚ୍‌ ସ୍ଥିତି ଟ୍ରମ୍ପଙ୍କ ମାର୍‌-ଏ-ଲାଗୋ ଘରେ ଏଫ୍‌ବିଆଇ ଚଢ଼ାଉ କରି ସିଜ୍‌ କରିଛି। ଏନେଇ ଖୋଦ୍‌ ଡୋନାଲ୍ଡ ଟ୍ରମ୍ପ ସୂଚନା ଦେଇଛନ୍ତି। ସୂଚନା ମୁତାବକ, ଆମେରିକାର ରାଷ୍ଟ୍ରପତି ଥିବା ବେଳେ ଟ୍ରମ୍ପ ହ୍ୱାଇଟ୍‌ ହାଉସରୁ କିଛି ଅତ୍ୟବଶ୍ୟକ ଡକ୍ୟୁମେଣ୍ଟ ତାଙ୍କ ଘରକୁ ନେଇ ଆସିଥିବା ଅଭିଯୋଗ ହୋଇଛି। ରିପୋର୍ଟ ଅନୁସାରେ ଟ୍ରମ୍ପଙ୍କ ଘରେ ଚଢ଼ାଉ ବେଳେ ଏଫ୍‌ବିଆଇ ହାତରେ ଅନେକ […]

TRUMP

Madhupriya Mistry
  • Published: Tuesday, 09 August 2022
  • , Updated: 09 August 2022, 11:44 AM IST

ୱାଶିଂଟନ୍‌: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ଏଫ୍‌ବିଆଇ ରେଡ୍‌। ସୋମବାର ଫ୍ଲୋରିଡାର ପାମ୍‌ ବିଚ୍‌ ସ୍ଥିତି ଟ୍ରମ୍ପଙ୍କ ମାର୍‌-ଏ-ଲାଗୋ ଘରେ ଏଫ୍‌ବିଆଇ ଚଢ଼ାଉ କରି ସିଜ୍‌ କରିଛି। ଏନେଇ ଖୋଦ୍‌ ଡୋନାଲ୍ଡ ଟ୍ରମ୍ପ ସୂଚନା ଦେଇଛନ୍ତି।

ସୂଚନା ମୁତାବକ, ଆମେରିକାର ରାଷ୍ଟ୍ରପତି ଥିବା ବେଳେ ଟ୍ରମ୍ପ ହ୍ୱାଇଟ୍‌ ହାଉସରୁ କିଛି ଅତ୍ୟବଶ୍ୟକ ଡକ୍ୟୁମେଣ୍ଟ ତାଙ୍କ ଘରକୁ ନେଇ ଆସିଥିବା ଅଭିଯୋଗ ହୋଇଛି। ରିପୋର୍ଟ ଅନୁସାରେ ଟ୍ରମ୍ପଙ୍କ ଘରେ ଚଢ଼ାଉ ବେଳେ ଏଫ୍‌ବିଆଇ ହାତରେ ଅନେକ ସିକ୍ରେଟ୍‌ ଡକ୍ୟୁମେଣ୍ଟ ଲାଗିଛି। ତେବେ ଟ୍ରମ୍ପ ଜାଣିଶୁଣି ଏହି ଡକ୍ୟୁମେଣ୍ଟଗୁଡିକୁ ନିଜ ଘରକୁ ଆଣିଥିଲେ ନା ଭୁଲ୍‌ବଶତଃ ଆସିଥିଲା, ସେ ନେଇ ତଦନ୍ତ ହେବ।  

ସେପଟେ  ଆମେରିକାର ନ୍ୟାୟ ବିଭାଗ ଦ୍ୱାରା ଟ୍ରମ୍ପଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ସୋମବାର ସକାଳେ ଚଢ଼ାଉ ଆରମ୍ଭ ହୋଇଥିଲା, ଯାହାକି ଅନେକ ଘଣ୍ଟା ଧରି ଚାଲିଥିଲା। ଚଢ଼ାଉ ବେଳେ ଉକ୍ତ ଘରେ ଟ୍ରମ୍ପଙ୍କ ସମେତ ତାଙ୍କର ଦୁଇ ଜଣ ଓକିଲ ମଧ୍ୟ ଉପସ୍ଥିତ ଥିଲେ। ତେବେ ଟ୍ରମ୍ପଙ୍କ ବାସଭବନରେ ହୋଇଥିବା ଚଢ଼ାଉ ସମ୍ପର୍କରେ ଆମେରିକା ନ୍ୟାୟ ବିଭାଗ କୌଣସି ମନ୍ତବ୍ୟ ଦେବାକୁ ମନା କରି ଦେଇଛି।

ଦି ନ୍ୟୁୟର୍କ ଟାଇମ୍ସ ଏବଂ ରଏଟର୍ସ ରିପୋର୍ଟ ଅନୁଯାୟୀ ଟ୍ରମ୍ପ କହିଛନ୍ତି ଯେ ବହୁ ସଂଖ୍ୟକ ଏଫବିଆଇ ଏଜେଣ୍ଟ ତାଙ୍କ ମାର-ଏ-ଲାଗୋ ଘରେ ଚଢ଼ାଉ କରିଛନ୍ତି। ତେବେ ଏହି ଘଟଣାରେ ଏଫବିଆଇ ମୁଖ୍ୟାଳୟ ଏବଂ ମିଆମି ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ନିରବତା ଅବଲମ୍ବନ କରାଯାଇଛି। ନ୍ୟୁୟର୍କ ଟାଇମ୍ସ ଏହି ଘଟଣାରେ ଚଢ଼ାଉରେ ସମ୍ପୃକ୍ତ ଦୁଇଜଣ ଅଜ୍ଞାତ ବ୍ୟକ୍ତିଙ୍କ ସୂଚନାରୁ ଜଣାଯାଇଛି ଯେ କାର୍ଯ୍ୟକାଳ ଶେଷ ହେବା ପରେ ଟ୍ରମ୍ପ ହ୍ୱାଇଟ୍ ହାଉସରୁ ଫ୍ଲୋରିଡା ଘରକୁ ନେଇଥିବା ଡକ୍ୟୁମେଣ୍ଟ ବାକ୍ସ ଖୋଜା ଚାଲିଛି।

ଏହାକୁ ନେଇ ଟ୍ରମ୍ପ କହିଛନ୍ତି, ୨୦୨୪ରେ ରାଷ୍ଟ୍ରପତି ନିର୍ବାଚନରେ ସେ ଯେପରି ପ୍ରାର୍ଥୀ ନ ହୁଅନ୍ତି, ସେଥିଲାଗି ଏହି ଚଢ଼ାଉ କରାଯାଉଛି। ଏହା ଆମ ଦେଶ ପାଇଁ ଅନ୍ଧକାର ସମୟ। ଏହା ପୂର୍ବରୁ ଆମେରିକାର କୌଣସି ବି ରାଷ୍ଟ୍ରପତିଙ୍କ ସହ ଏଭଳି ହୋଇନଥିଲା। ସରକାରୀ ତଦନ୍ତକାରୀ ସଂସ୍ଥା ସହଯୋଗ କରିବା ବଦଳରେ ମୋ ଘରେ ବିନା ସୂଚନାରେ ଚଢ଼ାଉ କରିବା ଅନୁଚିତ ବୋଲି ଟ୍ରମ୍ପ କହିଛନ୍ତି।

Related story