ସମୁଦ୍ରରେ ଲାଗିଲା ଭୟଙ୍କର ନିଆଁ, ଭିଡିଓ ହେଉଛି ଭାଇରାଲ

ମେକ୍ସିକୋ ସିଟି: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। ସମୁଦ୍ର ମଝିରେ କେମିତି ନିଆଁ ଲାଗିଲା ବୋଲି ଆପଣ ଭାବୁଥିବେ। ବାସ୍ତବରେ ମେକ୍ସିକୋ ସମୁଦ୍ରରେ ଏପରି ଘଟଣା ଘଟିଛି। ସମୁଦ୍ରରେ ନିଆଁ ଲାଗିବା ପରେ ଏହା ହୁତହୁତ ହୋଇ ଜଳିବାରେ ଲାଗିଛି। ନିଆଁ ଏତେ ଭୟଙ୍କର ଥିଲା ଯେ ଏହା ସମୁଦ୍ର ନା ଆଉ କିଛି ବୋଲି ଭିଡିଓ ଦେଖି ଲୋକେ ଆଶାଆଶଙ୍କାରେ ପଡ଼ିଥିଲେ। ତେବେ ଦୀର୍ଘ ଘଟଣାର ଅକ୍ଲାନ୍ତ ପରିଶ୍ରମରେ ପରେ ଜାହାଜ ଦ୍ୱାରା […]

Sea

Hemant Lenka
  • Published: Saturday, 03 July 2021
  • , Updated: 03 July 2021, 06:10 PM IST

ମେକ୍ସିକୋ ସିଟି: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। ସମୁଦ୍ର ମଝିରେ କେମିତି ନିଆଁ ଲାଗିଲା ବୋଲି ଆପଣ ଭାବୁଥିବେ। ବାସ୍ତବରେ ମେକ୍ସିକୋ ସମୁଦ୍ରରେ ଏପରି ଘଟଣା ଘଟିଛି। ସମୁଦ୍ରରେ ନିଆଁ ଲାଗିବା ପରେ ଏହା ହୁତହୁତ ହୋଇ ଜଳିବାରେ ଲାଗିଛି। ନିଆଁ ଏତେ ଭୟଙ୍କର ଥିଲା ଯେ ଏହା ସମୁଦ୍ର ନା ଆଉ କିଛି ବୋଲି ଭିଡିଓ ଦେଖି ଲୋକେ ଆଶାଆଶଙ୍କାରେ ପଡ଼ିଥିଲେ। ତେବେ ଦୀର୍ଘ ଘଟଣାର ଅକ୍ଲାନ୍ତ ପରିଶ୍ରମରେ ପରେ ଜାହାଜ ଦ୍ୱାରା ସମୁଦ୍ରରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇଛି।


ସୂଚନା ଅନୁସାରେ, ପଶ୍ଚିମ ମେକ୍ସିକୋର ୟୁକାତନରେ ଥିବା ସମୁଦ୍ରରେ ଏପରି ନିଆଁ ଲାଗିଥିଲା। ସମୁଦ୍ର ମଧ୍ୟ ଦେଇ ଯାଇଥିବା ଗୋଟିଏ ଗ୍ୟାସ୍‌ ପାଇପ ଲିକ୍‌ ଯୋଗୁ ସମୁଦ୍ର ଭୟଙ୍କର ଭାବେ ଜଳିବା ଆରମ୍ଭ କରିଥିଲା। ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ସମୁଦ୍ର ମଧ୍ୟରେ ଅଗ୍ନିପିଣ୍ଡୁଳା ଭାସୁଥିବା ଭଳି ଭ୍ରମ ସୃଷ୍ଟି ହୋଇଥିଲା।

କେହି କେହି ସମୁଦ୍ର ମଧ୍ୟରୁ ଲାଭା ନିର୍ଗତ ହେଉଥିବା ମଧ୍ୟ ଭିଡିଓ ଦେଖି ମତ ଦେଇଛନ୍ତି। ଅଗ୍ନିକାଣ୍ଡ ଓ ଏହାକୁ ଲିଭା ଯିବା ବେଳର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


ମେକ୍ସିକୋ ସରକାରୀ ତୈଳ କମ୍ପାନୀ ପେମେକ୍ସ ପକ୍ଷରୁ ଏହି ଗ୍ୟାସ ପାଇପ ଲାଇନ ପରିଚାଳିତ ହେଉଥିଲା। କମ୍ପାନୀ କହିଛି, ଅଘଟଣ ପରେ ତୁରନ୍ତ ଉଦ୍ଧାରକାରୀ ଦଳ ଆକ୍ସନ ମୋଡକୁ ଚାଲି ଆସିଥିଲେ। ସ୍ଥାନୀୟ ସମୟ ଭୋର ୫.୧୫ରେ ନିଆଁ ଲାଗିବା ଖବର ମିଳିଥିଲା।

୫ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଦିନ ୧୦.୩୦ ବେଳକୁ ନିଆଁକୁ ସଂପୂର୍ଣ୍ଣ ଆୟତ୍ତ କରାଯାଇଥିଲା। ଗ୍ୟାସ ଲିକ୍‌ ଓ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ଏହାର ତଦନ୍ତ ଆରମ୍ଭ କରାଯାଇଥିବା କମ୍ପାନୀ କହିଛି। ସେହିପରି ଏଥିରେ କେହି ମୃତାହତ ମଧ୍ୟ ହୋଇନାହାନ୍ତି। ନିଆଁକୁ ଆୟତ୍ତ କରିବାକୁ ନାଇଟ୍ରୋଜେନ୍ ଗ୍ୟାସର ବ୍ୟବହାର କରାଯାଇଥିଲା।

Related story