ଫ୍ଲରିଡା: କେନ୍ଦ୍ରୀୟ ଫ୍ଲରିଡାର ଗୋଟିଏ ଏୟାରପୋର୍ଟ ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି। ଅଗ୍ନିଶମ ବାହୀନିର ଗୋଟିଏ ଟ୍ରେନିଂ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇ ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଏଥିରେ ୪ ଜଣ ଲୋକ ଥିଲେ। ଦୁର୍ଘଟଣାରେ ସମସ୍ତଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ସ୍ଥାନୀୟ ସମୟ ମଙ୍ଗଳବାର ଅପରାହ୍ନ ୪ଟାରେ ହେଲିକପ୍ଟରଟି ୪ ଜଣ ଲୋକଙ୍କୁ ନେଇ ଟ୍ରେନିଂ ଅଭିଯାନ ଆରମ୍ଭ କରିଥିଲା। ଉଡ଼ାଣ ଭରିବାର କିଛି ସମୟ ପାଇଁ ସବୁ କିଛି ଠିକାଠାକ ଥିଲା। କିନ୍ତୁ ହଠାତ୍ ଲେସବର୍ଗ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଏହା ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା।
ଶେଷରେ ଏହା ସିଧା ଆକାଶରୁ ତଳକୁ ଖସି ପଡ଼ିଥିଲା। ତଳେ ପଡ଼ିବା ଯୋଗୁ ଏଥିରେ ନିଆଁ ଲାଗିଯାଇଥିଲା। ଫଳରେ ଏହା ମଧ୍ୟରେ ଥିବା ୪ ଜଣ ଯାକ ବ୍ୟକ୍ତି ପ୍ରାଣ ହରାଇଥିଲେ। ଉଦ୍ଧାରକାରୀ ଦଳ ସଂପୂର୍ଣ୍ଣ ଧ୍ୱଂସ ପାଲଟି ଯାଇଥିବା ହେଲିକପ୍ଟର ମଧ୍ୟରୁ ବିଳମ୍ବିତ ରାତିରେ ସମସ୍ତଙ୍କ ମୃତଦେହ ବାହାର କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Viral
କିଛି କାମ କରୁନାହାନ୍ତି, କିନ୍ତୁ ବର୍ଷକୁ ଅର୍ଜୁଛନ୍ତି ୬୯ ଲକ୍ଷ
ଏହି ବ୍ୟକ୍ତି ଜଣକ ବସି ବସି ବର୍ଷକୁ ଅର୍ଜୁଛନ୍ତି ଲକ୍ଷ ଲକ୍ଷ। କିଛି ନ କରିବା ପାଇଁ ସେ ଟଙ୍କା ନେଉଛନ୍ତି। ତାଙ୍କ ଡିମାଣ୍ଡ ବି ଢ଼େର ଅଧିକ।
International
ପର୍ଣ୍ଣ ଷ୍ଟାର୍ଙ୍କୁ ଗୁପ୍ତ ଧନ ଦେବା ମାମଲା, ସୁପ୍ରିମକୋର୍ଟ ଗଲେ ଟ୍ରମ୍ପ
ନ୍ୟୁୟର୍କ କୋର୍ଟର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।
International
ହୁ ହୁ ହୋଇ ଜଳୁଛି ଜଙ୍ଗଲ, ୬ ମୃତ
୫ ହଜାର ଏକରରୁ ବି ଅଧିକ ଜମିରେ ଏହି ନିଆଁ ବ୍ୟାପିଛି। ପ୍ରାୟ ୩୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରିବାକୁ ପଡ଼ିଛି।
International
କାନାଡାକୁ USAର ୫୧ତମ ରାଜ୍ୟ କହିଲେ ଟ୍ରମ୍ପ, ରାଗିଗଲେ ଟ୍ରୁଡୋ
ମଙ୍ଗଳବାର ଟ୍ରମ୍ପ ତାଙ୍କ ଟ୍ରୁଥ ମିଡିଆରେ ଆମେରିକାର ଦୁଇଟି ମାନଚିତ୍ର ସେୟାର କରିଛନ୍ତି ଯେଉଁଥିରୁ ଗୋଟିଏରେ ସେ କାନାଡାକୁ ଆମେରିକାର ଅଂଶ ଭାବରେ ଦର୍ଶାଇଛନ୍ତି। କାନାଡାକୁ ସେ USAର ୫୧ତମ ରାଜ୍ୟ ବୋଲି କହିଛନ୍ତି।
International
କିଏ ହେବ କାନାଡ଼ା ପ୍ରଧାନମନ୍ତ୍ରୀ? ରେସ୍ରେ ୨ ଭାରତୀୟ
ଭାରତୀୟ ବଂଶୋଦ୍ଭବ ଅନୀତା ଆନନ୍ଦ ଓ ଜର୍ଜ ଚହଲ ସବୁଠୁ ଆଗରେ ଥିବା କୁହାଯାଉଛି।