ଭୟଙ୍କର ବନ୍ୟା: ୧୫ ମିନିଟ୍‌ରେ ସବୁଆଡ଼େ ମାଡ଼ି ଗଲା ପାଣି, ୧୫୦ ଜଣଙ୍କ ମୃତ୍ୟୁ

ସୁଲଡ: ଭୟଙ୍କର ବନ୍ୟାର ସମ୍ମୁଖୀନ ହୋଇଛନ୍ତି ୟୁରୋପୀୟ ଦେଶ। ବିନାଶକାରୀ ବନ୍ୟା ଯୋଗୁ ଏକାଧିକ ଗାଁ ଧ୍ୱଂସ ପାଇ ଯାଇଥିବା ବେଳେ ଶହଶହ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଭୟଙ୍କର ବିପତ୍ତି ଯୋଗୁ ଏଯାଏ ୧୫୦ ଜଣଙ୍କ ମୃତ୍ୟୁ ଘଟିଥିଲା। ଅଧିକାଂଶ ମୃତକ ପଶ୍ଚିମ ଜର୍ମାନୀର। ମାତ୍ର ୧୫ ମିନିଟ୍‌ ମଧ୍ୟରେ ସବୁଆଡ଼େ ପାଣି ମାଡ଼ି ଯିବା ସହ ଘର ଦ୍ୱାର ମାଟିରେ ମିଶି ଯାଇଥିବା ଲୋକମାନେ କହିଛନ୍ତି। ପାଣି ଛାଡ଼ିବା ପରେ ମାଟି ତଳୁ ଏବେ […]

Flood

Hemant Lenka
  • Published: Saturday, 17 July 2021
  • , Updated: 17 July 2021, 06:14 PM IST

ସୁଲଡ: ଭୟଙ୍କର ବନ୍ୟାର ସମ୍ମୁଖୀନ ହୋଇଛନ୍ତି ୟୁରୋପୀୟ ଦେଶ। ବିନାଶକାରୀ ବନ୍ୟା ଯୋଗୁ ଏକାଧିକ ଗାଁ ଧ୍ୱଂସ ପାଇ ଯାଇଥିବା ବେଳେ ଶହଶହ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଭୟଙ୍କର ବିପତ୍ତି ଯୋଗୁ ଏଯାଏ ୧୫୦ ଜଣଙ୍କ ମୃତ୍ୟୁ ଘଟିଥିଲା। ଅଧିକାଂଶ ମୃତକ ପଶ୍ଚିମ ଜର୍ମାନୀର।

ମାତ୍ର ୧୫ ମିନିଟ୍‌ ମଧ୍ୟରେ ସବୁଆଡ଼େ ପାଣି ମାଡ଼ି ଯିବା ସହ ଘର ଦ୍ୱାର ମାଟିରେ ମିଶି ଯାଇଥିବା ଲୋକମାନେ କହିଛନ୍ତି। ପାଣି ଛାଡ଼ିବା ପରେ ମାଟି ତଳୁ ଏବେ ଲୋକଙ୍କ ଶବ ମିଳିବା ଆରମ୍ଭ ହୋଇଛି। ସବୁଆଡ଼େ କେବଳ ହାହା କାର ସ୍ଥିତି ଦେଖାଯାଇଛି। କିଛି ସ୍ଥାନରେ ଘର ଓ ରାସ୍ତା ଘାଟ ଏବେ ବି ପାଣି ତଳେ ରହିଛି। କାର୍‌ ଠାରୁ ଆରମ୍ଭ କରି ଅନେକ ଜିନିଷ ଭାସି ଯାଇଛି। କିଛି ଜିଲ୍ଲାକୁ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଥିବାରୁ ସେଠାରେ ରହୁଥିବା ଲୋକଙ୍କ ପତ୍ତା ମିଳିନି।

ଜଣେ ସ୍ଥାନୀୟ ବ୍ୟକ୍ତି କହିଛନ୍ତି, ମାତ୍ର ୧୫ ମିନିଟ୍‌ ମଧ୍ୟରେ ଭୟଙ୍କର ରୂପ ଧାରଣ କରି ପାଣି ମାଡ଼ି ଆସିଥିଲା। ଏହାପରେ ସବୁ କିଛି ପାଣି ତଳକୁ ଚାଲି ଆସିଥିଲା। ଆମ ଫ୍ଲାଟ, ଆମ ଅଫିସ, ଆମ ପଡ଼ୋଶୀଙ୍କ ଘରଠାରୁ ଆରମ୍ଭ କରି ସବୁ କିଛିରେ ପାଣି ମାଡ଼ି ଯାଇଥିଲା।

କାର ଠାରୁ ଆରମ୍ଭ କରି ଘରର ଜିନିଷ ପତ୍ର ଭାସିଯିବା ସହ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ଯାଇ ପାଣି ସ୍ରୋତରେ ଭାସି ଯାଇଛି। ଘରଗୁଡ଼ିକ ମଧ୍ୟ ଧ୍ୱଂସ ହୋଇଯାଇଛି। ସୁଲଡରେ ଆମେ ୨୦ ବର୍ଷ ହେଲା ରହି ଆସୁଥିଲୁ। କିନ୍ତୁ କେବେ ହେଲେ ଏମିତି ସ୍ଥିତିର ସମ୍ମୁଖୀନ ହୋଇ ନଥିଲୁ। ଏବେ ସମସ୍ତେ ୱାର ଜୋନ୍‌ ମଧ୍ୟରେ ରହିବାକୁ ଭଳି ମନେ କରୁଛୁ ବୋଲି ସେ କହିଛନ୍ତି।


ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଉଦ୍ଧାରକାରୀ ଦଳ ପ୍ରଭାବିତ ଅଞ୍ଚଳରେ ସର୍ଚ୍ଚ ଅପରେସନ କରୁଛନ୍ତି। ମାଟି ହଟାଇବା ପରେ ଲୋକଙ୍କ ମୃତଦେହ ମିଳୁଛି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। Erftstadtରେ ଭୂସ୍ଖଳନ ମଧ୍ୟ ହୋଇଛି। ତେଣୁ ଏଠାରେ ଅନେକ ଲୋକ ମାଟି ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। କାରଣ ସ୍ଥାନୀୟ ଅଞ୍ଚଳରେ ରହୁଥିବା ଅନେକ ଲୋକଙ୍କ ପତ୍ତା ମିଳୁନି।

ପଡ଼ୋଶୀ ବେଲଜିୟମରେ ମଧ୍ୟରେ ବନ୍ୟା ଯୋଗୁ ୨୦ ଜଣଙ୍କ ମୃତ୍ୟୁ ଘଟିଲାଣି। ୨୧ ହଜାରରୁ ଅଧିକ ଲୋକ ଏବେ ବିନା ଆଲୁଅରେ ରହୁଛନ୍ତି। ଏହାବାଦ ଆଉ କିଛି ୟୁରୋପୀୟ ଦେଶରେ ମଧ୍ୟ ଅତର୍କିତ ବନ୍ୟା ବ୍ୟାପକ କ୍ଷୟକ୍ଷତି କରିଛି।

Related story