ତୁର୍କୀ ଏବଂ ଇରାନ ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଲେ ଜୟଶଙ୍କର

ଦୁଶାମ୍ବେ: ତାଜାକିସ୍ତାନର ରାଜଧାନୀ ଦୁଶାମ୍ବେରେ ପହଞ୍ଚିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ଆଫଗାନିସ୍ତାନରେ ହେବାକୁ ଥିବା ହାର୍ଟ ଅଫ୍ ଏସିଆ କନଫରେନସରେ ଯୋଗ ଦେବା ପାଇଁ ଜୟଶଙ୍କର ବିଦେଶ ଗସ୍ତରେ ଅଛନ୍ତି। ସୋମବାର ଦୁଶାମ୍ବେରେ ପହଞ୍ଚିବା ପରେ ସେ ଇରାନ ଏବଂ ତୁର୍କୀର ବୈଦେଶିକ ମନ୍ତ୍ରୀଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଇାରନର ବୈଦେଶିକ ମନ୍ତ୍ରୀ ମହମ୍ମଦ ଜାଭେଦ ଜରିଫଙ୍କୁ  ଜୟଶଙ୍କର ଭେଟିବା ସମୟରେ ବହୁପ୍ରତୀକ୍ଷିତ ଚାବାହାର ବନ୍ଦର ସହିତ ଦ୍ୱିପାକ୍ଷିକ ଚୁକ୍ତି ଏବଂ ଅନ୍ୟାନ୍ୟ […]

Foreign-Minister-S-Jaishank

Subhransu Sekhar
  • Published: Monday, 29 March 2021
  • , Updated: 29 March 2021, 10:59 PM IST

ଦୁଶାମ୍ବେ: ତାଜାକିସ୍ତାନର ରାଜଧାନୀ ଦୁଶାମ୍ବେରେ ପହଞ୍ଚିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ଆଫଗାନିସ୍ତାନରେ ହେବାକୁ ଥିବା ହାର୍ଟ ଅଫ୍ ଏସିଆ କନଫରେନସରେ ଯୋଗ ଦେବା ପାଇଁ ଜୟଶଙ୍କର ବିଦେଶ ଗସ୍ତରେ ଅଛନ୍ତି। ସୋମବାର ଦୁଶାମ୍ବେରେ ପହଞ୍ଚିବା ପରେ ସେ ଇରାନ ଏବଂ ତୁର୍କୀର ବୈଦେଶିକ ମନ୍ତ୍ରୀଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଇାରନର ବୈଦେଶିକ ମନ୍ତ୍ରୀ ମହମ୍ମଦ ଜାଭେଦ ଜରିଫଙ୍କୁ  ଜୟଶଙ୍କର ଭେଟିବା ସମୟରେ ବହୁପ୍ରତୀକ୍ଷିତ ଚାବାହାର ବନ୍ଦର ସହିତ ଦ୍ୱିପାକ୍ଷିକ ଚୁକ୍ତି ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଦୁଇ ଦେଶର ମନ୍ତ୍ରୀ ଆଲୋଚନା କରିଥିବା ସୂଚନା ରହିଛି।

ଏହି ଅବସରରେ ଜୟଶଙ୍କର ଅନ୍ୟାନ୍ୟ ଦେଶର ବୈଦେଶିକ ମନ୍ତ୍ରୀଙ୍କ ସହ ସାକ୍ଷାତ ହେବ। ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଏହି ସମ୍ମିଳନୀରେ ଯୋଗ ଦେବେ। ହେଲେ ତାଙ୍କ ସହ ଜୟଶଙ୍କରଙ୍କର ଭେଟଘାଟ ହେବ କି ନାହିଁ ସେ ନେଇ ସୂଚନା ମିଳିନାହିଁ।

ଜୟଶଙ୍କର ଟ୍ୱିଟ୍ କରି କହିଛନ୍ତି ଯେ ହର୍ଟ ଅଫ୍ ଏସିଆ କାର୍ଯ୍ୟକ୍ରମରେ ଇରାନର ବୈଦେଶିକ ମନ୍ତ୍ରୀ ଜାଭେଦ ଜରିଫଙ୍କ ସହ ଭେଟଘାଟ ହୋଇଛି। ଏହି ସମୟରେ ଦୁଇ ଦେଶ ବାବଦରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି। ଯେଉଁଥିରେ ଦ୍ୱିପାକ୍ଷିକ ସହଯୋଗ ଉପରେ ଚାବାହାର ବନ୍ଦର ସମେତ ଦୁଇ ଦେଶର ସ୍ୱାର୍ଥ ବାବଦରେ ଆଲୋଚନା ହୋଇଛି।

ଜୟଶଙ୍କର ସୋମବାର ତୁର୍କୀ ବୈଦେଶିକ ମନ୍ତ୍ରୀ ମେଭଲଟ କାଭୁସୋଗ୍ଲୁଙ୍କୁ ମଧ୍ୟ ଭେଟିଛନ୍ତି। ଏହି ବୈଠକ ପରେ ଜୟଶଙ୍କର ଟ୍ୱିଟ୍ କରି କହିଛନ୍ତି ଯେ ଆଫଗାନିସ୍ତାନ ଏବଂ ଭାରତର ଦ୍ୱିପାକ୍ଷିକ ସମ୍ପର୍କ ବାବଦରେ ଆଲୋଚନା ହୋଇଛି। ବୈଦେଶିକ ମନ୍ତ୍ରୀଙ୍କ ସହିତ ବିଭିନ୍ନ ନେତାଙ୍କ ଭେଟଘାଟର ଫଟୋ ଏବେ ଦେଖିବାକୁ ମିଳିଛି। ଯେଉଁଥିରେ କୋଭିଡ କଟକଣା ନିୟମ ଅନୁଯାୟୀ ଉଭୟ ନେତା ପରସ୍ପର ହାତ ବଢ଼ାଇବା ବଦଳରେ କହୁଣୀ ଭିଡ଼ିଥିବା ଦେଖିବାକୁ ମିଳିଛି।

ପୂର୍ବରୁ ଗତବର୍ଷ ସେପ୍ଟେମ୍ୱରରେ ଜୟଶଙ୍କର ଋଷିଆ ଗସ୍ତ କରିଥିଲେ। ଯିବା ସମୟରେ ଇରାନର ରାଜଧାନୀ ତେହେରାନରେ ଅଟକିଥିଲେ। ଏହି ସମୟରେ ସେ ଜରିଫଙ୍କ ସହ ଦ୍ୱିପାକ୍ଷିକ ସହଯୋଗ ଏବଂ ଆଞ୍ଚଳିକ ବିକାଶକୁ ମଜବୁତ କରିବା ପ୍ରସଙ୍ଗରେ ଆଲୋଚନା କରିଥିଲେ।

Related story