ସି ଜିନପିଙ୍ଗଙ୍କ ପାଖରେ ବସିଥିବା ପୂର୍ବତନ ରାଷ୍ଟ୍ରପତିଙ୍କୁ ବଳପୂର୍ବକ ଟେକି ନେଲେ !

ବେଜିଂ: ଚାଇନାର ଶାସକ ଦଳ କମ୍ୟୁନିଷ୍ଟ ପାର୍ଟି କଂଗ୍ରେସ ସମ୍ମିଳନୀର ଆଜି ଉଦ୍‌ଯାପନୀ ଦିବସ ଥିଲା। ଏହି କାର୍ଯ୍ୟକ୍ରମରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସମେତ ଦେଶର ବହୁ ପ୍ରମୁଖ ରାଜନୈତିକ ନେତୃବୃନ୍ଦ ଉପସ୍ଥିତ ଥିଲେ। ତେବେ କାର୍ଯ୍ୟକ୍ରମରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଥିଲା। ସମ୍ମିଳନୀରେ ଯୋଗ ଦେଇଥିବା ପୂର୍ବତନ ରାଷ୍ଟ୍ରପତି ହୁ ଜିନ୍ତାଓଙ୍କୁ ଅଚାନକ ସଭା ଛାଡ଼ିବାକୁ ପଡ଼ିଥଲା। ହୁ ଜିନ୍ତାଓ ଚାଇନା ରାଷ୍ଟ୍ରପତି ସି ଜିନପିଙ୍କ ପାଖ ଆସରେ ବସିଥିଲେ। ହେଲେ ସମ୍ମିଳନୀ […]

china

  • Published: Saturday, 22 October 2022
  • , Updated: 22 October 2022, 03:53 PM IST

ବେଜିଂ: ଚାଇନାର ଶାସକ ଦଳ କମ୍ୟୁନିଷ୍ଟ ପାର୍ଟି କଂଗ୍ରେସ ସମ୍ମିଳନୀର ଆଜି ଉଦ୍‌ଯାପନୀ ଦିବସ ଥିଲା। ଏହି କାର୍ଯ୍ୟକ୍ରମରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସମେତ ଦେଶର ବହୁ ପ୍ରମୁଖ ରାଜନୈତିକ ନେତୃବୃନ୍ଦ ଉପସ୍ଥିତ ଥିଲେ। ତେବେ କାର୍ଯ୍ୟକ୍ରମରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଥିଲା। ସମ୍ମିଳନୀରେ ଯୋଗ ଦେଇଥିବା ପୂର୍ବତନ ରାଷ୍ଟ୍ରପତି ହୁ ଜିନ୍ତାଓଙ୍କୁ ଅଚାନକ ସଭା ଛାଡ଼ିବାକୁ ପଡ଼ିଥଲା। ହୁ ଜିନ୍ତାଓ ଚାଇନା ରାଷ୍ଟ୍ରପତି ସି ଜିନପିଙ୍କ ପାଖ ଆସରେ ବସିଥିଲେ। ହେଲେ ସମ୍ମିଳନୀ ଚାଲିଥିବା ବେଳେ ହଠାତ୍ ତାଙ୍କୁ ଆସନରୁ ଉଠାଇ ଦିଆଯାଉଥିବା ଭିଡିଓ ସାମ୍ନକୁ ଆସିଛି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅତ୍ୟନ୍ତ ଅପମାନଜନ ଭାବେ ତାଙ୍କ ସହ ବ୍ୟବହାର କରାଯାଇଥିଲା। କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସାମ୍ବାଦିକ ଏହାର ଭିଡଓ ଉତ୍ତୋଳନ କରି ସୋଶାଲ ମିଡିଆରେ ସେୟାର କରିଥିବା ଜଣାପଡ଼ିଛି।
https://twitter.com/JackPosobiec/status/1583694209982164993?s=20&t=LWDafXcno-a-zbIh-_j6Yw

ଏହି ଭିଡିଓରେ  ‘ହୁ’ ବସିଥିବା ବେଳେ ୨ ଜଣ ଆସି ତାଙ୍କୁ ଆଶ୍ଚର୍ଯ୍ୟଜନ ଭାବେ ଆସନ ଛାଡ଼ିବାକୁ କହୁଛନ୍ତି। କିନ୍ତୁ ‘ହୁ’ ବସିଥିବା ଆସନ ଛାଡ଼ିବାକୁ ଅମଙ୍ଗ ହୋଇଥିବା ବେଳେ ତାଙ୍କ ସହ ସାମାନ୍ୟ ବଳପୂର୍ବକ କରାଯାଇ ଉଠାଇ ଦିଆଯାଉଥିବା ଲକ୍ଷ କରାଯାଇଛି। ତେବେ ଏହି ସମୟରେ ସି ଜିନପିଙ୍ଗ ପାଖରେ ବସିଥିଲେ ମଧ୍ୟ ସେ କୌଣସି ଆପତ୍ତି ମଧ୍ୟ କରି ନଥିଲେ । ୭୯ ବର୍ଷୀୟ ହୁ ଅଡ଼ିଟୋରିୟରୁ ବିଦାୟ ନେଲା ବେଳେ ଜିନପିଙ୍ଗଙ୍କ କାନରେ କିଛି କହି ଯାଉଥିବା ଦେଖାଯାଉଛି।

ବେଜିଂର ଗ୍ରେଟ ହଲରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।  ଯେଉଁ ଦୃଶ୍ୟ ସମସ୍ତଙ୍କୁ ଚକିତ କରିଥିଲା। ଦଶନ୍ଧିରେ ଚାଇନା ସିପିଆଇ ପକ୍ଷରୁ ଦୁଇଥର କଂଗ୍ରେସ ସମ୍ମିଳନୀର ଆୟୋଜନ କରାଯାଇଛି। ଆଜିର ସମ୍ମିଳନୀରେ ସି ଜିନପିଙ୍ଗ ପୁଣି ଥରେ ଶାସନ କ୍ଷମତାରେ ରହିବା ପାଇଁ ବିଧିବଦ୍ଧଭାବେ ମୋହର ବାଜିଛି। ଫଳରେ ଜିନପିଙ୍ଗ ତୃତୀୟଥର ଲାଗି ଚାଇନାରେ ରାଷ୍ଟ୍ରପତି ଭାବେ ଶାସନ ଭାର ସମ୍ଭାଳିବେ।

Related story