ପରଭେଜ୍‌ ମୁଶାରଫ ବଞ୍ଚିଛନ୍ତି, ସ୍ପଷ୍ଟ କଲେ ପରିବାର ଲୋକେ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍‌ ମୁଶାରଫ ଜୀବିତ ନା ମୃତ ? ଏହାକୁ ନେଇ ସସ୍‌ପେନ୍ସ ଜାରି ରହିଥିଲା।  ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ମୁଶାରଫଙ୍କର ଚିକିତ୍ସାଧୀନ ଅବସ୍ଥାରେ ଆଜି ମୃତ୍ୟୁ ଘଟିଥିବା ଚର୍ଚ୍ଚା ହେଉଥିବା ବେଳେ ଏନେଇ ପରିବାର ଲୋକେ ମୁହଁ ଖୋଲିଛନ୍ତି।  ଦୁବାଇର ଆମେରିକୀୟ ହସପିଟାଲରେ ତାଙ୍କର ଚିକିତ୍ସା ଚାଲିଛି଼ । ପାକିସ୍ତାନ ଜିଓ ଟିଭି ଅନୁସାରେ ମୁଶାରଫଙ୍କର ଅବସ୍ଥା ସଙ୍କଟାପନ୍ନ ହେବା ପରେ ତାଙ୍କୁ ଭେଣ୍ଟିଲେଟରକୁ  ସ୍ଥାନ୍ତାନ୍ତର କରଯାଇଥିଲା। ବୟସାଧିକ […]

musaraf

Tapas Behera
  • Published: Friday, 10 June 2022
  • , Updated: 10 June 2022, 09:34 PM IST

ଇସଲାମାବାଦ: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍‌ ମୁଶାରଫ ଜୀବିତ ନା ମୃତ ? ଏହାକୁ ନେଇ ସସ୍‌ପେନ୍ସ ଜାରି ରହିଥିଲା।  ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ମୁଶାରଫଙ୍କର ଚିକିତ୍ସାଧୀନ ଅବସ୍ଥାରେ ଆଜି ମୃତ୍ୟୁ ଘଟିଥିବା ଚର୍ଚ୍ଚା ହେଉଥିବା ବେଳେ ଏନେଇ ପରିବାର ଲୋକେ ମୁହଁ ଖୋଲିଛନ୍ତି।  ଦୁବାଇର ଆମେରିକୀୟ ହସପିଟାଲରେ ତାଙ୍କର ଚିକିତ୍ସା ଚାଲିଛି଼ । ପାକିସ୍ତାନ ଜିଓ ଟିଭି ଅନୁସାରେ ମୁଶାରଫଙ୍କର ଅବସ୍ଥା ସଙ୍କଟାପନ୍ନ ହେବା ପରେ ତାଙ୍କୁ ଭେଣ୍ଟିଲେଟରକୁ  ସ୍ଥାନ୍ତାନ୍ତର କରଯାଇଥିଲା। ବୟସାଧିକ ହେତୁ ସେ ଶାରିରୀକ ଭାବେ ଅସୁସ୍ଥ ହେବା ସହ ବିଭିନ୍ନ ରୋଗରେରେ ମଧ୍ୟ ପୀଡ଼ିତ ଥିଲେ। ପରେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ଆମେରିକୀୟ ହସପିଟାଲରେ ଲାଇଫ ସପୋର୍ଟ ସିଷ୍ଟମରେ ରଖାଯାଇଥିଲା। ମୁଶାରଫଙ୍କ ମୃତ୍ୟୁ ଘଟିଥିବା

ପାକିସ୍ତାନ ଗଣମାଧ୍ୟମ ‘ୱକ୍ତ’ ନ୍ୟୁଜ୍‌ ପକ୍ଷରୁ ଟ୍ୱିଟ୍‌ କରାଯାଇଥିଲା। ପରେ ଏହି ଟ୍ୱିଟ୍‌କୁ ଡିଲିଟ୍‌ କରିଦିଆଯାଇଛି। ନୂଆଦିଲ୍ଲୀରେ ଜନ୍ମ ହୋଇଥିବା ପରଭେଜ ମୁସାରଫଙ୍କ ପରିବାର ଦେଶ ବିଭାଜନ ପରେ ପାକିସ୍ତାନ ପଳାଇଯାଇଥିଲେ। ୧୯୯୯ରେ ସେ ପାକିସ୍ତାନର କ୍ଷମତାର କେନ୍ଦ୍ରର ପରିଧିକୁ  ଆସିଥିଲେ। ୨୦୦୧ରୁ ୨୦୦୮ ପର୍ଯ୍ୟନ୍ତ ମୁଶାରଫ ପାକିସ୍ତାନର ସର୍ବୋଚ୍ଚ ରାଜନୈତିକ ପଦବୀ ରାଷ୍ଟ୍ରପତି ଆସନକୁ ଅକ୍ତିଆର କରିଥିଲେ।  କୌଣସି ସରକାରୀ ମଞ୍ଜୁର ନଥାଇ ମୁଶାରଫ କାର୍ଗିଲ ଯୁଦ୍ଧ ଆରମ୍ଭ କରିଥିଲେ। ଅଚାନକ କୌଣସି କିଛି ଆଲୋଚନା ନକରି ମୁଶାରଫ କାର୍ଗିଲ ଯୁଦ୍ଧର ସୂତପ୍ରାତ ଘଟାଇଥିଲେ। ଏହି ଯୁଦ୍ଧରେ ପାକିସ୍ତାନ ହାରିଥିଲା।

ଭାରତ-ପାକିସ୍ତାନ ବିଭାଜନ ପରେ ତାଙ୍କ ପରିବାର କରାଚିରେ ବସତି ସ୍ଥାପନ କରିଥିଲେ। ମୁଶାରଫ ଏକ ସୈନିକ ସ୍କୁଲରେ ପାଠପଢ଼ା ଆରମ୍ଭ କରିଥିଲେ। ପରେ ସେ ପାକିସ୍ତାନର କାକୁଲ ମିଲିଟାରୀ  ଏକାଡେମୀରେ ଯୋଗ ଦେଇଥିଲେ। ସେଠାରେ ସେ ୧୯୬୪ରେ ଗ୍ରାଜୁଏସନ ପାସ୍ କରିଥିଲେ। ପରେ ସେ ପାକିସ୍ତାନର ସେନାରେ କମିଶନ ଭାବେ ଅବସ୍ଥାପିତ ହୋଇଥିଲେ।

ଅନ୍ୟପଟେ ମୁଶାରଫଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପରିବାର ପକ୍ଷରୁ ଟ୍ୱିଟ୍‌ କରାଯାଇଇଛି। ମୁଶାରଫ ଚିକିତ୍ସାଧିନ ଅଛନ୍ତି।  କିନ୍ତୁ ଭେଣ୍ଟିଲେଟରରେ ନାହାନ୍ତି।  ତାଙ୍କ ଅବସ୍ଥା ଏମିତି ଏକ ସ୍ଥିତିରେ ରହିଛି, ଯେଉଁଠି ଆରୋଗ୍ୟ ଅସମ୍ଭବ।  ଶରୀରର ଅଧିକାଂଶ ଅଙ୍ଗପ୍ରତ୍ୟଙ୍ଗ ଠିକ ଭାବେ କାମ କରୁନାହିଁ।

Related story