ଆରମ୍ଭ ହେଲା କରୋନାର ୪ର୍ଥ ୱେଭ, ଏଣିକି ସ୍ୱାସ୍ଥ୍ୟ ପାସ୍‌ ଜରୁରୀ

ପ୍ୟାରିସ: ଭାରତରେ ମହାମାରୀ କରୋନାର ତୃତୀୟ ୱେଭକୁ ନେଇ ପ୍ରସ୍ତୁତି ଚାଲିଥିବା ବେଳେ ଫ୍ରାନ୍ସରେ ଏହି ପ୍ରାଣଘାତୀ ଭାଇରସର ୪ର୍ଥ ୱେଭ ଦେଖାଯାଇଛି। ଦେଶରେ ୩ଟି ପର୍ଯ୍ୟାୟରେ ସଂକ୍ରମଣ ବଢ଼ିବା ପରେ ତଳମୁହାଁ ହୋଇଥିଲା। ଏଥିପାଇଁ ସବୁ କ୍ଷେତ୍ରରେ ଲାଗିଥିବା କଟକଣାକୁ କୋହଳ କରାଯାଇଥିଲା। ହେଲେ କିଛି ଦିନ ହେଲା ପୁଣିଥରେ ଦେଶରେ ସଂକ୍ରମଣ ଗ୍ରାଫ ଉପର ମୁହାଁ ହେବାରେ ଲାଗିଛି। ବିଶେଷଜ୍ଞମାନେ ଏହାକୁ କରୋନାର ୪ର୍ଥ ୱେଭ ବୋଲି ଆକଳନ କରିଛନ୍ତି। ଏହି ୪ର୍ଥ ୱେଭକୁ […]

Mask

Hemant Lenka
  • Published: Thursday, 22 July 2021
  • , Updated: 22 July 2021, 04:07 PM IST

ପ୍ୟାରିସ: ଭାରତରେ ମହାମାରୀ କରୋନାର ତୃତୀୟ ୱେଭକୁ ନେଇ ପ୍ରସ୍ତୁତି ଚାଲିଥିବା ବେଳେ ଫ୍ରାନ୍ସରେ ଏହି ପ୍ରାଣଘାତୀ ଭାଇରସର ୪ର୍ଥ ୱେଭ ଦେଖାଯାଇଛି। ଦେଶରେ ୩ଟି ପର୍ଯ୍ୟାୟରେ ସଂକ୍ରମଣ ବଢ଼ିବା ପରେ ତଳମୁହାଁ ହୋଇଥିଲା। ଏଥିପାଇଁ ସବୁ କ୍ଷେତ୍ରରେ ଲାଗିଥିବା କଟକଣାକୁ କୋହଳ କରାଯାଇଥିଲା।

ହେଲେ କିଛି ଦିନ ହେଲା ପୁଣିଥରେ ଦେଶରେ ସଂକ୍ରମଣ ଗ୍ରାଫ ଉପର ମୁହାଁ ହେବାରେ ଲାଗିଛି। ବିଶେଷଜ୍ଞମାନେ ଏହାକୁ କରୋନାର ୪ର୍ଥ ୱେଭ ବୋଲି ଆକଳନ କରିଛନ୍ତି। ଏହି ୪ର୍ଥ ୱେଭକୁ ଦୃଷ୍ଟିରେ ରଖି ଫ୍ରାନ୍ସ ସରକାର ବିଭିନ୍ନ କାର୍ଯ୍ୟକ୍ରମ, ସିନେମା ହଲ ଓ ଷ୍ଟାଡିୟମ ଆସୁଥିବା ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ପାସ୍‌ର ବ୍ୟବସ୍ଥା କରିଛନ୍ତି।

ଯେଉଁମାନେ ଟିକା ନେଇଥିବେ ନଚେତ୍ କରୋନା ଟେଷ୍ଟର ନେଗେଟିଭ ରିପୋର୍ଟ ଦେଖାଇବେ, ସେମାନଙ୍କୁ ହିଁ କାର୍ଯ୍ୟକ୍ରମରେ ଯୋଗଦେବାକୁ ଅନୁମତି ମିଳିବ। ଏହି ସ୍ୱାସ୍ଥ୍ୟ ପାସ୍ ବ୍ୟବସ୍ଥା କେବଳ ୫୦ରୁ ଅଧିକ ଲୋକଙ୍କୁ ନେଇ ହେଉଥିବା ସମସ୍ତ କାର୍ଯ୍ୟକ୍ରମ ପାଇଁ ଲାଗୁ ହେବ। ରେଷ୍ଟୁରାଣ୍ଟ ଓ କାଫେରେ ମଧ୍ୟ ଏହି ନିୟମ ଲାଗୁ ହେବ ବୋଲି ଜଣାପଡ଼ିଛି।

ତେବେ ସର୍ବସାଧାରଣ ସ୍ଥାନ ଗୁଡ଼ିକ ପାଇଁ ସରକାର ସ୍ୱାସ୍ଥ୍ୟ ପାସ୍‌ ନିୟମ ଲାଗୁ କରିଥିବାରୁ ଏହାକୁ ନେଇ ବିବାଦ ଦେଖାଯାଇଛି। ଲୋକମାନଙ୍କୁ ସରକାର ଜୋରଜବରଦସ୍ତି ଟିକା ଦେବାକୁ ଚାହୁଁଥିବାରୁ ଏପରି ଏକ ସ୍ୱାସ୍ଥ୍ୟ ପାସ୍‌ର ବ୍ୟବସ୍ଥା କରୁଛନ୍ତି ବୋଲି ଅନେକ ମତ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ଜେନ କାସଟେକ୍ସ କହିଛନ୍ତି, ନୂଆ ସଂକ୍ରମିତ ମାମଲା ଗୁଡ଼ିକ ଟିକା ନେଇ ନଥିବା ଲୋକଙ୍କ ଶରୀରରେ ଦେଖାଯାଉଛି। ୨୪ ଘଣ୍ଟା ମଧ୍ୟରେ ୨୧ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ମେ’ ମାସ ପରେ ସବୁଠାରୁ ଅଧିକ ଦୈନିକ ସଂକ୍ରମଣ। ତେଣୁ ସରକାର କାର୍ଯ୍ୟକ୍ରମଗୁଡ଼ିକ ପାଇଁ ହେଲ୍ଥ ପାସ୍‌ର ବ୍ୟବସ୍ଥା କରିଛନ୍ତି। ଯେଉଁମାନଙ୍କର ହେଲ୍ଥ ପାସ୍‌ ଥିବ, ସେମାନେ କେବଳ କାର୍ଯ୍ୟକ୍ରମରେ ଯୋଗଦେଇ ପାରିବେ।

ଆମେ ବର୍ତ୍ତମାନ କରୋନାର ୪ର୍ଥ ୱେଭରେ ରହିଛୁ। ୪ର୍ଥ ଥର ପାଇଁ ଦେଶକୁ ଲକଡାଉନରୁ ରକ୍ଷା କରିବା ପାଇଁ ହେଲ୍ଥ ପାସ୍‌ର ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଫ୍ରାନ୍ସରେ ଟିକାକରଣ ଜୋରଦାର କରାଯାଉଛି। ଟିକା ନେବା ଦେଶରେ ବାଧ୍ୟତାମୂଳକ କରାଯାଇ ନାହିଁ। ତେଣୁ ଏବେ ବି ଅନେକ ଲୋକ ଟିକା ନେବାକୁ କୁଣ୍ଠାବୋଧ ପ୍ରକାଶ କରୁଛନ୍ତି। ଏହି କାରଣରୁ ସରକାର କାର୍ଯ୍ୟକ୍ରମଗୁଡ଼ିକ ପାଇଁ ହେଲ୍ଥ ପାସ୍‌ର ବ୍ୟବସ୍ଥା କରିଛନ୍ତି।

Related story