ପାକିସ୍ତାନ ଛାଡ଼ିବାକୁ ଫ୍ରାନ୍ସ ନାଗରିକ ଓ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ

ଇସଲାମାବାଦ: ପାକିସ୍ତାନରେ ହିଂସା ବ୍ୟାପୁଥିବାରୁ ଆଜି ଫ୍ରାନ୍ସ ନିଜ ଦେଶର ନାଗରିକ ଓ କମ୍ପାନୀଗୁଡ଼ିକୁ ବଡ଼ ପରାମର୍ଶ ଦେଇଛନ୍ତି। ପାକିସ୍ତାନରେ ଥିବା ଫ୍ରାନ୍ସ ନାଗରିକ ଓ କମ୍ପାନୀଗୁଡ଼ିକୁ ଅସ୍ଥାୟୀ ଭାବେ ପ୍ୟାରିସ ଫେରି ଆସିବାକୁ ସରକାର କହିଛନ୍ତି। ପାକିସ୍ତାନରେ ଅବସ୍ଥାପିତ ଫ୍ରାନ୍ସ ରାଷ୍ଟ୍ରଦୂତାବାସ ପକ୍ଷରୁ ଏପରି ପରାମର୍ଶ ଦିଆଯାଇଛି। ଫ୍ରାନ୍ସ କାର୍ଟୁନିଷ୍ଟ ପ୍ରଫେଟ ମହମ୍ମଦଙ୍କ ବିକୃତ କାର୍ଟୁନ କରୁଥିବାରୁ ଏହା ବିରୋଧ କରି ହଜାର ହଜାର ଇସଲାମ ଧର୍ମଗୁରୁମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି। ତେବେ ଏହା […]

Pakistan

Hemant Lenka
  • Published: Thursday, 15 April 2021
  • , Updated: 15 April 2021, 06:19 PM IST

ଇସଲାମାବାଦ: ପାକିସ୍ତାନରେ ହିଂସା ବ୍ୟାପୁଥିବାରୁ ଆଜି ଫ୍ରାନ୍ସ ନିଜ ଦେଶର ନାଗରିକ ଓ କମ୍ପାନୀଗୁଡ଼ିକୁ ବଡ଼ ପରାମର୍ଶ ଦେଇଛନ୍ତି। ପାକିସ୍ତାନରେ ଥିବା ଫ୍ରାନ୍ସ ନାଗରିକ ଓ କମ୍ପାନୀଗୁଡ଼ିକୁ ଅସ୍ଥାୟୀ ଭାବେ ପ୍ୟାରିସ ଫେରି ଆସିବାକୁ ସରକାର କହିଛନ୍ତି। ପାକିସ୍ତାନରେ ଅବସ୍ଥାପିତ ଫ୍ରାନ୍ସ ରାଷ୍ଟ୍ରଦୂତାବାସ ପକ୍ଷରୁ ଏପରି ପରାମର୍ଶ ଦିଆଯାଇଛି।

ଫ୍ରାନ୍ସ କାର୍ଟୁନିଷ୍ଟ ପ୍ରଫେଟ ମହମ୍ମଦଙ୍କ ବିକୃତ କାର୍ଟୁନ କରୁଥିବାରୁ ଏହା ବିରୋଧ କରି ହଜାର ହଜାର ଇସଲାମ ଧର୍ମଗୁରୁମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି। ତେବେ ଏହା ପୂର୍ବରୁ ପାକିସ୍ତାନ ପୁଲିସ୍‌ ଧର୍ମଗୁରୁମାନଙ୍କୁ ଗିରଫ କରିଛି। ଏହାକୁ ବିରୋଧ କରି ଧର୍ମଗୁରୁମାନଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଫଳରେ ପୁଲିସ୍‌ ସହ ସେମାନଙ୍କର ଖଣ୍ଡଯୁଦ୍ଧ ହେଉଛି। ସ୍ଥିତି ଦିନକୁ ଦିନ ବିଗୁଡ଼ୁଥିବାରୁ ଫ୍ରାନ୍ସ ନାଗରିକ ଓ କମ୍ପାନୀଗୁଡ଼ିକୁ ସରକାର ପ୍ୟାରିସ ଫେରି ଆସିବାକୁ କହିଛନ୍ତି।

ପାକିସ୍ତାନରେ ସେମାନଙ୍କ ଉପରେ ଆକ୍ରମଣ ହେବାର ଆଶଙ୍କା ମଧ୍ୟ ରହିଛି। ଏଥିପାଇଁ ଗତକାଲି ରାତିରେ ହିଁ ପାକିସ୍ତାନରେ ଥିବା ଫ୍ରାନ୍ସ ନାଗରିକ ଓ କମ୍ପାନୀଗୁଡ଼ିକୁ ଏ ବିଷୟରେ ଜଣାଇ ଦିଆଯାଇଛି। ଏ ବିଷୟରେ ଖବର ମିଳିବା ପରେ ଆଜି କିଛି ଲୋକ ମଧ୍ୟ ପାକିସ୍ତାନ ଛାଡ଼ିବା ଆରମ୍ଭ କରିଛନ୍ତି।

Related story