ଟିକା ନେଲେ ମାଗଣାରେ ମିଳିବ ଗଞ୍ଜେଇ

ୱାଶିଂଟନ: ଲୋକଙ୍କୁ କରୋନା ବିରୋଧୀ ଟିକା ପ୍ରତି ଆକୃଷ୍ଟ କରିବା ପାଇଁ ଆମେରିକାର ୱାଶିଂଟନ ସରକାର ଅଭିନବ ଘୋଷଣା କରିଛନ୍ତି। ୱାଶିଂଟନ ପକ୍ଷରୁ ଜଏଣ୍ଟ ଫର ଜାବ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏହି ଯୋଜନା ଅନୁସାରେ ଟିକା ନେଉଥିବା ପ୍ରାପ୍ତ ବୟସ୍କଙ୍କୁ ମାଗଣାରେ ଗଞ୍ଜେଇ ସିଗାରେଟ୍‌ ଟାଣିବାକୁ ଦିଆଯିବ। ପୂର୍ବରୁ ଟିକା ନେଉଥିବା ଲୋକଙ୍କ ପାଇଁ ମାଗଣାରେ ବିୟର ଓ ମଦ ଘୋଷଣା କରାଯାଇଥିବା ବେଳେ ଏବେ ଗଞ୍ଜେଇକୁ ଏଥିରେ ସାମିଲ କରାଯାଇଛି। ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର […]

Marijuna

Hemant Lenka
  • Published: Tuesday, 08 June 2021
  • , Updated: 09 June 2021, 11:29 AM IST

ୱାଶିଂଟନ: ଲୋକଙ୍କୁ କରୋନା ବିରୋଧୀ ଟିକା ପ୍ରତି ଆକୃଷ୍ଟ କରିବା ପାଇଁ ଆମେରିକାର ୱାଶିଂଟନ ସରକାର ଅଭିନବ ଘୋଷଣା କରିଛନ୍ତି। ୱାଶିଂଟନ ପକ୍ଷରୁ ଜଏଣ୍ଟ ଫର ଜାବ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏହି ଯୋଜନା ଅନୁସାରେ ଟିକା ନେଉଥିବା ପ୍ରାପ୍ତ ବୟସ୍କଙ୍କୁ ମାଗଣାରେ ଗଞ୍ଜେଇ ସିଗାରେଟ୍‌ ଟାଣିବାକୁ ଦିଆଯିବ।

ପୂର୍ବରୁ ଟିକା ନେଉଥିବା ଲୋକଙ୍କ ପାଇଁ ମାଗଣାରେ ବିୟର ଓ ମଦ ଘୋଷଣା କରାଯାଇଥିବା ବେଳେ ଏବେ ଗଞ୍ଜେଇକୁ ଏଥିରେ ସାମିଲ କରାଯାଇଛି। ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରିବା ପାଇଁ ୱାଶିଂଟନ ଲିକର ଆଣ୍ଡ କାନ୍ନାବିସ ବୋର୍ଡ ପକ୍ଷରୁ ଏପରି ଯୋଜନା ଘୋଷଣା କରାଯାଇଛି।

ବୋର୍ଡ କହିଛି ଯେ କେବଳ ଅନୁମୋଦନ ପ୍ରାପ୍ତ ଗଞ୍ଜେଇ ଷ୍ଟୋରଗୁଡ଼ିକ ଟିକା ନେଇଥିବା ୨୧ ବର୍ଷରୁ ଅଧିକ ବୟସ୍କଙ୍କୁ ମାଗଣାରେ ଗଞ୍ଜେଇ ଜଏଣ୍ଟ ଯୋଗାଇ ପାରିବେ। ଜଏଣ୍ଟ ଫର ଜାବ ସ୍କିମ ଅଧୀନରେ ପ୍ରାପ୍ତ ବୟସ୍କ ଏହା ମିଳିବ। ଏହି ଷ୍ଟୋରଗୁଡ଼ିକ କେବଳ ଗୋଟିଏ ପ୍ରି ଲୋଡେଡ ଜଏଣ୍ଟ ହିଁ ଟିକା ନେଇଥିବା ହିତାଧିକାରୀଙ୍କୁ ଦେବେ।

ତେବେ ଜୁଲାଇ ୧୨ ସୁଦ୍ଧା ଅନ ସାଇଟ୍‌ କ୍ଲିନିକରେ ଟିକା ନେଇଥିବା ଲୋକଙ୍କୁ ହିଁ ଏହି ଅଫର ମିଳିବ। ଗଞ୍ଜେଇ ବିକ୍ରି ଷ୍ଟୋର ଗୁଡ଼ିକ ଲାଇସେନ୍ସ ପ୍ରାପ୍ତ ଉତ୍ପାଦନକାରୀ ସଂସ୍ଥାଠାରୁ ଏହାକୁ କିଣିପାରିବେ। ସେହିପରି ଲୋକଙ୍କୁ କେଉଁ ବ୍ରାଣ୍ଡର ଗଞ୍ଜେଇ ଦିଆଯାଉଛି, ତା’ର ରେକର୍ଡ ମଧ୍ୟ ରଖିବେ।

ଏହା ପୂର୍ବରୁ ୱାଶିଂଟନ ଲିକର ଆଣ୍ଡ କାନ୍ନାବିସ ବୋର୍ଡ ବିୟର, ୱାଇନ୍‌ ଓ ରେଷ୍ଟୁରାଣ୍ଟଗୁଡ଼ିକୁ ଟିକା ନେଇଥିବା ପ୍ରମାଣ ଦେଖାଉଥିବା ଲୋକଙ୍କୁ ମାଗଣାରେ ମଦ ପିଇବାକୁ ଦେବାକୁ କହିଥିଲା। ସେହିପରି ଟିକା ନେଇଥିବା ଲୋକଙ୍କ ପାଇଁ ମାଗଣା କ୍ରୀଡ଼ା ଟିକେଟ ଓ ୧ ମିଲିୟନ ଡଲାର ଯାଏ ପୁରସ୍କାର ମଧ୍ୟ ଘୋଷଣା କରିଥିଲା।

ବର୍ତ୍ତମାନ ୱାଶିଂଟନରେ କିଛି କୋଭିଡ-୧୯ କଟକଣା ଲାଗିଛି। ଜୁନ୍ ମାସ ଶେଷ ବେଳକୁ ଏହା ହଟିବ। ଏହା ପୂର୍ବରୁ ୧୬ ବର୍ଷରୁ ଅଧିକ ବୟସ୍କଙ୍କ ମଧ୍ୟରୁ ପ୍ରାୟ ୭୦% ଲୋକଙ୍କୁ ପ୍ରଶାସନ ଟିକା ଦେବାକୁ ଲକ୍ଷ୍ୟ ରଖିଛି। ଏହି କାରଣରୁ ବିଭିନ୍ନ ଲୋଭନୀୟ ଅଫର ଜରିଆରେ ସେମାନଙ୍କୁ ଟିକା ନେବାକୁ ପ୍ରୋତ୍ସାହିତ କରାଯାଉଛି।

Related story