ଡ୍ରାଗନକୁ ଜବରଦସ୍ତ ଝଟକା ଦେବ ଆମେରିକା, 'ବିବିବି'ରେ ସାମିଲ ହେବାକୁ ଭାରତକୁ ପ୍ରସ୍ତାବ

ନୂଆଦିଲ୍ଲୀ: ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଡ୍ରିମ୍ ପ୍ରୋଜେକ୍ଟ ବିଆରଆଇ ବା ବେଲ୍ଟ ଆଣ୍ଡ ରୋଡ ପ୍ରୋଜେକ୍ଟ। ଏହି ପ୍ରକଳ୍ପକୁ ଭାରତ ସମେତ ଅନେକ ଦେଶ ବିରୋଧ କରୁଛନ୍ତି। ଏହି ପ୍ରକଳ୍ପ ଜରିଆରେ ବେଜିଂ ନିଜର ବ୍ୟବସାୟିକ ନେଟଓ୍ୱର୍କକୁ ଆହୁରି ବିସ୍ତାର କରିବ ବୋଲି ବିଚାର କରୁଛି। କିନ୍ତୁ ଏବେ ଏହି ପ୍ରକଳ୍ପ ଉପରେ ଆଖି ପକାଇଛି ଆମେରିକା। ଏହି ପ୍ରକଳ୍ପର ବିକଳ୍ପ ଭାବରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବିଲ୍ଡ ବେକ ବେଟର (ବିବିବି)ର ପ୍ରସ୍ତାବ […]

BAIDEN-MODI-XING-PING

Subhransu Sekhar
  • Published: Monday, 14 June 2021
  • , Updated: 14 June 2021, 02:58 PM IST

ନୂଆଦିଲ୍ଲୀ: ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଡ୍ରିମ୍ ପ୍ରୋଜେକ୍ଟ ବିଆରଆଇ ବା ବେଲ୍ଟ ଆଣ୍ଡ ରୋଡ ପ୍ରୋଜେକ୍ଟ। ଏହି ପ୍ରକଳ୍ପକୁ ଭାରତ ସମେତ ଅନେକ ଦେଶ ବିରୋଧ କରୁଛନ୍ତି। ଏହି ପ୍ରକଳ୍ପ ଜରିଆରେ ବେଜିଂ ନିଜର ବ୍ୟବସାୟିକ ନେଟଓ୍ୱର୍କକୁ ଆହୁରି ବିସ୍ତାର କରିବ ବୋଲି ବିଚାର କରୁଛି। କିନ୍ତୁ ଏବେ ଏହି ପ୍ରକଳ୍ପ ଉପରେ ଆଖି ପକାଇଛି ଆମେରିକା। ଏହି ପ୍ରକଳ୍ପର ବିକଳ୍ପ ଭାବରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବିଲ୍ଡ ବେକ ବେଟର (ବିବିବି)ର ପ୍ରସ୍ତାବ ଦେଇଛନ୍ତି। ମୋଟ୍ ୪୦ ଟ୍ରିଲିଅନର ଏହି ପ୍ରକଳ୍ପ ଚାଇନାକୁ ଚେକ୍ ଦେବ। ଏହା ଚାଇନାର ବିଆରଆଇ ପ୍ରକଳ୍ପ ବିରୋଧରେ ବଡ଼ ଅସ୍ତ୍ର ହୋଇପାରିବ ବୋଲି ବାଇଡେନ ଆଶା ବ୍ୟକ୍ତ ଅଛନ୍ତି। ଜି-୭ ବୈଠକରେ ଯୋଗ ଦେଇ ବାଇଡେନ ଏହା କହିଛନ୍ତି।

ଏହି ପ୍ରକଳ୍ପରେ ଭାରତକୁ ସାମିଲ ହେବାକୁ ଆମେରିକା ପ୍ରସ୍ତାବ ଦେଇଛି। ଭାରତ ଏବେ  ଏ ବାବଦରେ ବିଚାର କରୁଛି। ଏହି ପ୍ରକଳ୍ପ ସେହି ଦେଶ ଉପରେ ଫୋକସ କରିବ ଯେଉଁମାନେ କରୋନାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଏହାବାଦ ଗ୍ଲୋବାଲ ଇନଫ୍ରାଷ୍ଟକଚର ଜରିଆରେ ସ୍ଥାନୀୟ ଅଞ୍ଚଳରେ ଏକ ବଡ଼ ଧରଣର ରୋଜଗାର ସୃଷ୍ଟି କରିବ। ଏହି ପ୍ରସ୍ତାବ ବାବଦରେ ଭାରତର ବୈଦେଶିକ ମନ୍ତ୍ରାଳୟ ଅଧିକାରୀ ପି. ହର୍ଷ କହିଛନ୍ତି ବିଲ୍ଡ ବେକ ବେଟର (ବିବିବି) ବାବଦରେ ଭାରତ ପ୍ରଥମେ ଅନୁସନ୍ଧାନ କରିବ। ଏହା ଭାରତ ପାଇଁ କେତେ ଲାଭଦାୟକ ଚିନ୍ତା କରିବ ଏହାପରେ ଆବଶ୍ୟକ ପଦକ୍ଷେପ ନେବ।

ତେବେ ବିବିବି ପ୍ରକଳ୍ପ ନେଇ ବେଜିଂର ବିଆରଆଇ ପ୍ରକଳ୍ପ ଜରିଆରେ ଯୋଡି ହୋଇଥିବା ଦେଶ ସେମାନେ ବିବିବି ଆଡକୁ ମୁହଁ ବୁଲାଇବା ଆରମ୍ଭ କରିଛନ୍ତି। କାରଣ ବିଆରଆଇ ପ୍ରକଳ୍ପ ଜରିଆରେ ସେହି ଦେଶମାନଙ୍କରେ ରୋଜଗାର ଦେବାରେ ସକ୍ଷମ ହୋଇନି ବେଜିଂ। ଏଥିସହ ସେହି ଦେଶକୁ କରଜ ଦେଇ ଦେଇ ଦେବାଳିଆ କରି ଦେଇଛି ଚାଇନା। ତେଣୁ ଧୋକେବାଜ ଚାଇନାକୁ ବୟକଟ କରି ବିବିବିରେ ସାମିଲ ହେବା ନେଇ ଆରମ୍ଭ କରିଛନ୍ତି ବିଆରଆଇରେ ସାମିଲ ହୋଇଥିବା ଦେଶ।

ସୂଚନାଯୋଗ୍ୟ, ବିଆରଆଇ ପ୍ରକଳ୍ପରେ ସାମିଲ ହେବାକୁ ଚାଇନା ଭାରତକୁ ପ୍ରସ୍ତାବ ଦେଇଥିଲା। କିନ୍ତୁ ଭାରତ ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଥିଲା। ପରେ ବେଜିଂ ପାକିସ୍ତାନ, ନେପାଳ ଏବଂ ଶ୍ରୀଲଙ୍କା ଭଳି ଦେଶକୁ ବିଆରଆଇରେ ସାମିଲ କରିଛି। ତେବେ ପାକିସ୍ତାନ ଇକୋନମିକ କରିଡର ବିବାଦରେ ରହିଛି। ପାକିସ୍ତାନ ଏହି ଜାଗାକୁ ଜୋରଜବରଦସ୍ତି ମାଡି ବସିଥିବାରୁ ଭାରତ ଏହି ସ୍ଥାନ ଦେଇ ଯାଉଥିବା ବିଆରଆଇ ପ୍ରକଳ୍ପକୁ ବିରୋଧ କରୁଛି।

Related story