Advertisment

ହୁ’ର ଅନୁରୋଧକୁ ଅଣଦେଖା, ଫ୍ରାନ୍ସ ଓ ଜର୍ମାନୀରେ ଲୋକେ ନେବେ ବୁଷ୍ଟର ଡୋଜ୍‌

ପ୍ୟାରିସ: ଡେଲ୍ଟା ଭାରିଏଣ୍ଟରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ କିଛି ରାଷ୍ଟ୍ର କରୋନା ଟିକାର ବୁଷ୍ଟର ଡୋଜ୍‌ ବା ତୃତୀୟ ଡୋଜ୍‌ ସପକ୍ଷରେ ରହିଛନ୍ତି। ବିତ୍ତଶାଳୀ ରାଷ୍ଟ୍ରର ଏପରି ଆଭିମୁଖ୍ୟକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିରୋଧ କରିବା ସହ ଅତିକମରେ ସେପ୍ଟେମ୍ବର ଶେଷ ଯାଏ କୌଣସି ରାଷ୍ଟ୍ର ବୁଷ୍ଟର ଡୋଜ୍‌ ଲୋକଙ୍କୁ ଦିଅନ୍ତୁ ନାହିଁ ବୋଲି ଅନୁରୋଧ କରିଥିଲା। ଏହାଦ୍ୱାରା ଗିରବ ରାଷ୍ଟ୍ରର ଲୋକଙ୍କୁ ଟିକାର ଡୋଜ୍‌ ଦିଆଯାଇ ପାରିବ ବୋଲି ସଂଗଠନ ମତ ଦେଇଥିଲା। ହେଲେ […]

ହୁ’ର ଅନୁରୋଧକୁ ଅଣଦେଖା, ଫ୍ରାନ୍ସ ଓ ଜର୍ମାନୀରେ ଲୋକେ ନେବେ ବୁଷ୍ଟର ଡୋଜ୍‌

Booster

Advertisment

ପ୍ୟାରିସ: ଡେଲ୍ଟା ଭାରିଏଣ୍ଟରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ କିଛି ରାଷ୍ଟ୍ର କରୋନା ଟିକାର ବୁଷ୍ଟର ଡୋଜ୍‌ ବା ତୃତୀୟ ଡୋଜ୍‌ ସପକ୍ଷରେ ରହିଛନ୍ତି। ବିତ୍ତଶାଳୀ ରାଷ୍ଟ୍ରର ଏପରି ଆଭିମୁଖ୍ୟକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିରୋଧ କରିବା ସହ ଅତିକମରେ ସେପ୍ଟେମ୍ବର ଶେଷ ଯାଏ କୌଣସି ରାଷ୍ଟ୍ର ବୁଷ୍ଟର ଡୋଜ୍‌ ଲୋକଙ୍କୁ ଦିଅନ୍ତୁ ନାହିଁ ବୋଲି ଅନୁରୋଧ କରିଥିଲା।

Advertisment

ଏହାଦ୍ୱାରା ଗିରବ ରାଷ୍ଟ୍ରର ଲୋକଙ୍କୁ ଟିକାର ଡୋଜ୍‌ ଦିଆଯାଇ ପାରିବ ବୋଲି ସଂଗଠନ ମତ ଦେଇଥିଲା। ହେଲେ ଫ୍ରାନ୍ସ ଓ ଜର୍ମାନୀ ଏହି ଅନୁରୋଧକୁ ଅଣଦେଖା କରିଛନ୍ତି। ସେମାନେ ଲୋକଙ୍କୁ ବୁଷ୍ଟର ଡୋଜ୍‌ ଦେବେ ବୋଲି କହିଛନ୍ତି।

ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୟୁଏଲ ମାର୍କନ କହିଛନ୍ତି, ସେପ୍ଟେମ୍ବର ମାସରୁ ଦେଶର ବୟସ୍କ ଓ ସଂକ୍ରମିତ ଆଶଙ୍କା ଥିବା ଲୋକଙ୍କୁ ତୃତୀୟ ଡୋଜ୍‌ ଟିକା ଦେବାକୁ କାମ ଆରମ୍ଭ ହୋଇଛି। ସମସ୍ତଙ୍କ ପାଇଁ ସିଧାସଳଖ ତୃତୀୟ ଡୋଜ୍‌ର ଆବଶ୍ୟକତା ନାହିଁ। କିନ୍ତୁ ସବୁଠାରୁ ବୟସ୍କ ଓ ସବୁଠାରୁ ସଂକ୍ରମଣ ପ୍ରବଣ ଲୋକଙ୍କୁ ଏହି ବୁଷ୍ଟର ଡୋଜ୍‌ ଦିଆଯିବ। ସେହିପରି ଜର୍ମାନୀ ମଧ୍ୟ ସେପ୍ଟମ୍ବର ମାସରୁ ବୟସ୍କ ଓ ନର୍ସିଂ ହୋମରେ କାମ କରୁଥିବା ଲୋକଙ୍କୁ ବୁଷ୍ଟର ଡୋଜ୍‌ ଦେବାକୁ ଘୋଷଣା କରିଛି।

Advertisment

ବର୍ତ୍ତମାନ ଫ୍ରାନ୍ସରେ କରୋନାର ୪ର୍ଥ ୱେଭ ପ୍ରଭାବ ବିସ୍ତାର କରିଛି। ଏହାର ପ୍ରମୁଖ କାରଣ ଡେଲ୍ଟାର ଭାରିଏଣ୍ଟ ବୋଲି କୁହାଯାଉଛି। ଏଥିରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଫ୍ରାନ୍ସ ବୁଷ୍ଟର ଡୋଜ୍‌କୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛି। ସେହିପରି ଜର୍ମାନୀରେ ମଧ୍ୟ ସଂକ୍ରମଣ ବଢ଼ୁଥିବାରୁ ତୃତୀୟ ଡୋଜ୍‌କୁ ସୁରକ୍ଷା କବଚ ଭାବେ ବ୍ୟବହାର କରିବାକୁ ସେଠାକାର ସରକାର ଯୋଜନା କରିଛନ୍ତି।

ହୁ’ର ମୁଖ୍ୟ ଟେଡ୍ରୋସ ଆଧାନୋମ ଘେବ୍ରିୟସ ଗତକାଲି କହିଥିଲେ, ମୁଁ ବୁଝି ପାରୁଛି ପ୍ରତିଟି ଦେଶ ସେମାନଙ୍କ ନାଗରିକଙ୍କ ସୁରକ୍ଷା ପାଇଁ ଚିନ୍ତିତ। ସେମାନେ ନିଜର ନାଗରିକଙ୍କୁ ଡେଲ୍ଟା ଭାରିଏଣ୍ଟରୁ ସୁରକ୍ଷା ଦେବାକୁ ଚାହୁଁଛନ୍ତି। କିନ୍ତୁ ବିଶ୍ୱ ଟିକା ସପ୍ଲାଏର ଅଧିକାଂଶ ଡୋଜ୍‌ ବ୍ୟବହାର କରି ସାରିଥିବା ଦେଶଗୁଡ଼ିକ ପୁଣି ଏହାର ଅତିରିକ୍ତ ଡୋଜ୍‌ ବ୍ୟବହାର କରନ୍ତୁ ବୋଲି ଆମେ କେବେ ହେଲେ ଗ୍ରହଣ କରିପାରିବୁ ନାହିଁ।

ବିତ୍ତଶାଳୀ ରାଷ୍ଟ୍ରଗୁଡ଼ିକ ମେ’ ମାସରେ ପ୍ରତି ୧୦୦ ଲୋକରେ ୫୦ ଡୋଜ୍‌ ଟିକାର ବ୍ୟବହାର କରିଥିଲେ। ସେବେଠାରୁ ଏହି ସଂଖ୍ୟା ଦୁଇ ଗୁଣିତ ହୋଇଥିଲା। କିନ୍ତୁ ଗରିବ ଦେଶଗୁଡ଼ିକ ପ୍ରତି ୧୦୦ ଲୋକରେ କେବଳ ୧.୫ ଡୋଜ୍‌ ଟିକା ବ୍ୟବହାର କରିଛନ୍ତି। ସପ୍ଲାଏରେ ବାଧା ଉପୁଜିବାରୁ ଏପରି ସ୍ଥିତି ସୃଷ୍ଟି ହୋଇଛି। ଆମକୁ ବିତ୍ତଶାଳୀ ରାଷ୍ଟ୍ରଗୁଡ଼ିକ ପାଖକୁ ଯାଉଥିବା ଟିକାକୁ ଅଧିକାଂଶରେ ଗିରବ ରାଷ୍ଟ୍ରଗୁଡ଼ିକ ପାଖକୁ ପଠାଇବାକୁ ପଡ଼ିବ। ଏହା ଜରୁରୀ କାଳୀନ ଭିତ୍ତିରେ ହେବା ଦରକାର। ତେଣୁ ସେପ୍ଟେମ୍ବର ଶେଷ ସୁଦ୍ଧା ବୁଷ୍ଟର ଡୋଜ୍‌ ଉପରେ ରୋକ ଲଗାଇବାକୁ ପଡ଼ିବ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe