ଘରେ ପଶି ରାଷ୍ଟ୍ରପତିଙ୍କୁ ହତ୍ୟା, ପତ୍ନୀ ଗୁରୁତର

ପୋର୍ଟ ଅଫ୍ ପ୍ରିନ୍ସ: ହାଇତି ଦେଶରେ ଘଟିଛି ବଡ଼ ଅଘଟଣ। ଦେଶର ରାଷ୍ଟ୍ରପତି ଜୋଭିନେଲ ମୋଇସିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଖବର ଅନୁଯାୟୀ ତାଙ୍କ ଘର ଭିତରେ ହିଁ ତାଙ୍କ ଉପରେ ଆକ୍ରମଣ କରାଯାଇଥିଲା। ହାଇତିର ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ କ୍ଳଡ୍ ଜୋସେଫ କହିଛନ୍ତି ଯେ ବୁଧବାର ସକାଳେ ଏହି ଘଟଣା ଘଟିଛି। ଗତ କିଛି ମାସ ଧରି ରାଜଧାନୀରେ ଗୋଷ୍ଠୀ ହିଂସା ବୃଦ୍ଧି ପାଉଥିବାରୁ ଦେଶରେ ଉତ୍ତେଜନା ଦେଖାଦେଇଥିଲା। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ‘କିଛି ଅଜ୍ଞାତ […]

Jovenel-Moïse

Ranjit Kumar Jena
  • Published: Wednesday, 07 July 2021
  • , Updated: 07 July 2021, 09:36 PM IST

ପୋର୍ଟ ଅଫ୍ ପ୍ରିନ୍ସ: ହାଇତି ଦେଶରେ ଘଟିଛି ବଡ଼ ଅଘଟଣ। ଦେଶର ରାଷ୍ଟ୍ରପତି ଜୋଭିନେଲ ମୋଇସିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଖବର ଅନୁଯାୟୀ ତାଙ୍କ ଘର ଭିତରେ ହିଁ ତାଙ୍କ ଉପରେ ଆକ୍ରମଣ କରାଯାଇଥିଲା। ହାଇତିର ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ କ୍ଳଡ୍ ଜୋସେଫ କହିଛନ୍ତି ଯେ ବୁଧବାର ସକାଳେ ଏହି ଘଟଣା ଘଟିଛି। ଗତ କିଛି ମାସ ଧରି ରାଜଧାନୀରେ ଗୋଷ୍ଠୀ ହିଂସା ବୃଦ୍ଧି ପାଉଥିବାରୁ ଦେଶରେ ଉତ୍ତେଜନା ଦେଖାଦେଇଥିଲା।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ 'କିଛି ଅଜ୍ଞାତ ବ୍ୟକ୍ତି ଥିଲେ। ସେମାନଙ୍କ ମଧ୍ୟରୁ କେତେକ ସ୍ପାନିଶ ଭାଷାରେ କଥାବାର୍ତ୍ତା କରୁଥିଲେ। ସେମାନେ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ବାସଭବନ ଉପରେ ଆକ୍ରମଣ କରିବା ପରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ସେ କହିଛନ୍ତି ଯେ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ମଧ୍ୟ ଗୁଳି ମରାଯାଇଥିଲା କିନ୍ତୁ ତାଙ୍କ ଜୀବନ ବଞ୍ଚିଯାଇଛି।

https://twitter.com/michaelcdeibert/status/1412713543447760896?s=20

ଏଥି ସହିତ କିଛି ଦିନ ପୂର୍ବରୁ ରାଜଧାନୀର ଏକ ମୁଖ୍ୟ ରାସ୍ତାରେ ଗୁଳି ବିନିମୟରେ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ଜଣେ ସାମ୍ବାଦିକ ଓ ଜଣେ ରାଜନୀତିକ କର୍ମକର୍ତ୍ତା ମଧ୍ୟ ଥିଲେ। ଜାତୀୟ ପୁଲିସର ମୁଖ୍ୟ ଲିଅନ୍ ଚାର୍ଲ୍ସ ଏ ସମ୍ବନ୍ଧରେ କହିଛନ୍ତି ଯେ ଉକ୍ତ ଅଞ୍ଚଳରେ ଅସନ୍ତୁଷ୍ଟ ପୁଲିସ୍ କର୍ମଚାରୀଙ୍କ ମୁଖପାତ୍ରଙ୍କ ହତ୍ୟାର କିଛି ଘଣ୍ଟା ପରେ ଏହି ଗୁଳି ବିନିମୟ ହୋଇଥିଲା।

ଏହି ଗୋଷ୍ଠୀ ଫାଣ୍ଟମ୍ ୫୦୯ ଭାବେ ଜଣାଶୁଣା। ପୁଲିସ୍ ଏହି ହତ୍ୟାକାଣ୍ଡ ପାଇଁ ସେହି ଫାଣ୍ଟମ ୫୦୯ର ସହଯୋଗୀଙ୍କୁ ଦାୟୀ କରିଛି, କିନ୍ତୁ ଏହାର କିଛି ପ୍ରମାଣ ମିଳିନାହିଁ।

Related story