ଜଣଙ୍କ ପାଇଁ ହଜାରେ ଲୋକ ବନ୍ଧକ

ବେଜିଂ: ଜଣଙ୍କ ପାଇଁ ବନ୍ଦୀ ହେଲେ ହଜାର ହଜାର ଲୋକ। ଚୀନ୍‌ର ଶାଙ୍ଘାଇରେ ଥିବା ଡିଜ୍‌ନୀ ଲ୍ୟାଣ୍ଡ ବୁଲିବାକୁ ଆସିଥିବା ହଜାର ହାଜର ଲୋକ ସେଠାରେ ହିଁ ଫଶି ରହିଛନ୍ତି। ଡିଜନୀ ପାର୍କ ବୁଲିବାକୁ ଆସିଥିବା ଜଣେ ମହିଳା କରୋନା ପଜିଟିଭ ଚିହ୍ନଟ ହେବା ପରେ ପାର୍କରେ ଥିବା ସମସ୍ତ ଯାତ୍ରୀଙ୍କୁ ସେଠାରେ ହିଁ ତାଲା ପକାଇ ରଖାଯାଇଛି। କାହାକୁ ବି ବାହାରକୁ ଛଡା ଯାଉନାହିଁ। ଚୀନ୍‌ରେ କରୋନା ମହାମାରୀର ଆତଙ୍କ ଜାରି ରହିଛି। ଏହାକୁ ଦୃଷ୍ଟିରେ […]

lockdown

Madhupriya Mistry
  • Published: Wednesday, 02 November 2022
  • , Updated: 02 November 2022, 01:30 PM IST

ବେଜିଂ: ଜଣଙ୍କ ପାଇଁ ବନ୍ଦୀ ହେଲେ ହଜାର ହଜାର ଲୋକ। ଚୀନ୍‌ର ଶାଙ୍ଘାଇରେ ଥିବା ଡିଜ୍‌ନୀ ଲ୍ୟାଣ୍ଡ ବୁଲିବାକୁ ଆସିଥିବା ହଜାର ହାଜର ଲୋକ ସେଠାରେ ହିଁ ଫଶି ରହିଛନ୍ତି। ଡିଜନୀ ପାର୍କ ବୁଲିବାକୁ ଆସିଥିବା ଜଣେ ମହିଳା କରୋନା ପଜିଟିଭ ଚିହ୍ନଟ ହେବା ପରେ ପାର୍କରେ ଥିବା ସମସ୍ତ ଯାତ୍ରୀଙ୍କୁ ସେଠାରେ ହିଁ ତାଲା ପକାଇ ରଖାଯାଇଛି। କାହାକୁ ବି ବାହାରକୁ ଛଡା ଯାଉନାହିଁ।

ଚୀନ୍‌ରେ କରୋନା ମହାମାରୀର ଆତଙ୍କ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଏଠାରେ ଜିରୋ କୋଭିଡି ପଲିସି ଲାଗୁ କରାଯାଇଛି। ଏଭଳି ସ୍ଥିତିରେ ଡିଜ୍‌ନୀ ପାର୍କରୁ ଜଣେ ଯାତ୍ରୀ କରୋନାରେ ସଂକ୍ରମିତ ହୋଇଥିବା ଖବର ସାମ୍ନାକୁ ଆସିବା ପରେ ଆତଙ୍କ ଖେଳି ଯାଇଛି। ଚୀନ୍‌ର ଅଧିକାରୀମାନେ ଶାଙ୍ଘାଇ ଡିଜ୍‌ନୀ ପାର୍କର ଗେଟ୍‌ରେ ତାଲା ପକାଇ ଦେଇଛନ୍ତି। ଫଳରେ ପାର୍କ ବୁଲିବାକୁ ଆସିଥିବା ହଜାର ହଜାର ଯାତ୍ରୀ ସେଠାରେ ହି ବନ୍ଦୀ ହୋଇଯାଇଛନ୍ତି।

ସମସ୍ତ ଯାତ୍ରୀଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପରେ ହିଁ ବାହାରକୁ ଛଡାଯିବ ବୋଲି ଚୀନ୍ ପ୍ରଶାସନର ଜଣେ ଅଧିକାରୀ କହିଛନ୍ତି। ରଏଟର୍ସ ମୁତାବକ, ଗୁରୁବାର ଠାରୁ ଶାଙ୍ଘାଇ ସହର ବାସିନ୍ଦା କାମକୁ ଯାଇପାରିବେ ନହିଁ କି ସେମାନଙ୍କ ପିଲାମାନେ ସ୍କୁଲ ଯାଇପାରିବେ ନାହିଁ ବୋଲି ଚୀନ୍ ଅଧିକାରୀମାନେ କହିଛନ୍ତି। ଏମାନଙ୍କ ଆସନ୍ତା ତିନି ଦିନ ମଧ୍ୟରେ ନିଜ ନିଜର କରୋନା ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ରିପୋର୍ଟ ମୁତାବକ, ଗତ ସପ୍ତାହରେ ଚୀନ୍‌ର ୨୮ଟି ସହରରେ ଲକ୍‌ଡାଉନ୍ ଘୋଷଣା କରାଯାଇଛି। ଏଥିଲାଗି ୨୦.୮ କୋଟି ଜନସଂଖ୍ୟା ପ୍ରଭାବିତ ହୋଇଥିଲେ। ଚୀନ୍‌ରେ ଅଗଷ୍ଟ ୧୭ ପର ଠାରୁ ଅକ୍ଟୋବର ୧ ମଧ୍ୟରେ ସର୍ବାଧିକ କରୋନା ସଂକ୍ରମିତ ମାମଲା ସାମ୍ନକୁ ଆସିଛି। ଏଥିପାଇଁ ଏଠାରେ କରୋନା କଟକଣାକୁ କଡାକଡି କରାଯାଇଛି।

Related story