ପୃଥିବୀକୁ ବାହ୍ୟ ଆକ୍ରମଣରୁ ରକ୍ଷା ପାଇଁ ନାସାର ଫର୍ମୁଲା

ନୂଆଦିଲ୍ଲୀ: ପୃଥିବୀକୁ ବାହ୍ୟ ଆକ୍ରମଣରୁ ରକ୍ଷା କରିବାର ଡ୍ରାଏ ରନ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଯଦି ପୃଥିବୀ ଉପରେ ବାହାରୁ ଆକ୍ରମଣ ହେଲେ, କେମିତି ତାର ମୁକାବିଲା କରାଯାଇପାରିବ, ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ତରଫରୁ ଏହାର ଏକ ପରୀକ୍ଷାମୂଳକ ଉଦ୍ୟମ କରାଯାଇଛି। ଏହାକୁ କୁହାଯାଉଛି ଆନ୍ତଃଗ୍ରହ ପ୍ରତିରକ୍ଷା ବ୍ୟବସ୍ଥା । ପୃଥିବୀଠାରୁ ୧୧ ନିୟୁତ କିଲୋମିଟର ଦୂରରେ ଥିବା ଏକ ଗ୍ରହାଣୁ ଡିମୋରଫସ୍ ନିକଟରେ ପହଞ୍ଚିଛି । ନାସାର ମହାକାଶଯାନ ଡାର୍ଟ  ଡିମୋରଫସ୍ର ଆକାର […]

nasa

  • Published: Monday, 26 September 2022
  • , Updated: 26 September 2022, 09:47 PM IST

ନୂଆଦିଲ୍ଲୀ: ପୃଥିବୀକୁ ବାହ୍ୟ ଆକ୍ରମଣରୁ ରକ୍ଷା କରିବାର ଡ୍ରାଏ ରନ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଯଦି ପୃଥିବୀ ଉପରେ ବାହାରୁ ଆକ୍ରମଣ ହେଲେ, କେମିତି ତାର ମୁକାବିଲା କରାଯାଇପାରିବ, ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ତରଫରୁ ଏହାର ଏକ ପରୀକ୍ଷାମୂଳକ ଉଦ୍ୟମ କରାଯାଇଛି। ଏହାକୁ କୁହାଯାଉଛି ଆନ୍ତଃଗ୍ରହ ପ୍ରତିରକ୍ଷା ବ୍ୟବସ୍ଥା । ପୃଥିବୀଠାରୁ ୧୧ ନିୟୁତ କିଲୋମିଟର ଦୂରରେ ଥିବା ଏକ ଗ୍ରହାଣୁ ଡିମୋରଫସ୍ ନିକଟରେ ପହଞ୍ଚିଛି । ନାସାର ମହାକାଶଯାନ ଡାର୍ଟ  ଡିମୋରଫସ୍ର ଆକାର ଏକ ବଡ଼ ଫୁଟବଲ ପଡ଼ିଆ ପରି।

ତାସହିତ ଧକ୍କା ହୋଇ ତାକୁ ନଷ୍ଟ କରିବ ସ୍ପେସ୍କ୍ରାଫ୍ଟ ଡାର୍ଟ ।  ଆସନ୍ତାକାଲି ଭୋର୍ ସମୟରେ ଏହି ଧକ୍କା ହେବ ବୋଲି ଆକଳନ କରଯାଇଛି।  ଆମେରିକାରୁ ଏହାର ସିଧା ମନିଟରିଂ କରାଯାଉଛି । ୨୦୨୧ ନଭେମ୍ବରରେ ଡାର୍ଟକୁ ମହାକାଶକୁ ଛଡ଼ା ଯାଇଥିଲା।  ଯଦି ଏହା ସଫଳ ହୁଏ ତେବେ, ପୃଥିବୀ ଆଡ଼କୁ ମାଡ଼ି ଆସୁଥିବା ଗ୍ରହାଣୁକୁ  କିପରି ମହାକାଶରେ ଧ୍ୱଂସ କରାଯାଇ ପାରିବ ବା ତାର ଗତି ଓ ଦିଗ ବଦଳା ଯାଇ ପାରିବ, ସେ ନେଇ ମିଳିବ ଏକ ବଡ଼ ସଫଳତା ।  ମୋଟାମୋଟି ଭାବେ ପୃଥିବୀ ଉପରେ ବାହାରୁ ଆକ୍ରମଣ ହେଲେ, କିପରି ତାର ମୁକାବିଲା କରାଯାଇପାରିବ, ଏହା ତାର ଏକ ପରୀକ୍ଷାମୂଳକ ଉଦ୍ୟମ।

Related story