Advertisment

UNSCରେ ରୁଷ ପ୍ରତି ପୁଣି ବନ୍ଧୁତା ଦେଖାଇଲା ଭାରତ, ଦେଲାନି ଭୋଟ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟି ୟୁକ୍ରେନର ୪ଟି ଅଞ୍ଚଳକୁ କବ୍‌ଜା କରିଦେଇଛନ୍ତି। ଏହି ପଦକ୍ଷେପ ନେଇ ପୁଟିନ ସମସ୍ତ ଆନ୍ତର୍ଜାତୀୟ ନିୟମକୁ ଅତିକ୍ରମ କରିଛନ୍ତି। ରୁଷା ଏହି ପଦକ୍ଷେପ ଯୋଗୁ ଆମେରିକା, ବ୍ରିଟେନ ସମେତ ଅନେକ ପାଶ୍ଚାତ୍ୟ ଦେଶଗୁଡିକ କ୍ରୋଧିତ ହୋଇପଡିଛନ୍ତି। ପୁଟିନଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ଆମେରିକା ଏବଂ ଆଲବେନିଆ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ରୁଷ ବିରୋଧରେ ଏକ ନିନ୍ଦା ପ୍ରସ୍ତାବ ପାରିତ ହୋଇଛି। ଏହି ପ୍ରସ୍ତାବକୁ ୧୦ଟି […]

UNSCରେ ରୁଷ ପ୍ରତି ପୁଣି ବନ୍ଧୁତା ଦେଖାଇଲା ଭାରତ, ଦେଲାନି ଭୋଟ୍‌

UNSC

Advertisment

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟି ୟୁକ୍ରେନର ୪ଟି ଅଞ୍ଚଳକୁ କବ୍‌ଜା କରିଦେଇଛନ୍ତି। ଏହି ପଦକ୍ଷେପ ନେଇ ପୁଟିନ ସମସ୍ତ ଆନ୍ତର୍ଜାତୀୟ ନିୟମକୁ ଅତିକ୍ରମ କରିଛନ୍ତି। ରୁଷା ଏହି ପଦକ୍ଷେପ ଯୋଗୁ ଆମେରିକା, ବ୍ରିଟେନ ସମେତ ଅନେକ ପାଶ୍ଚାତ୍ୟ ଦେଶଗୁଡିକ କ୍ରୋଧିତ ହୋଇପଡିଛନ୍ତି।

Advertisment

ପୁଟିନଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ଆମେରିକା ଏବଂ ଆଲବେନିଆ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ରୁଷ ବିରୋଧରେ ଏକ ନିନ୍ଦା ପ୍ରସ୍ତାବ ପାରିତ ହୋଇଛି। ଏହି ପ୍ରସ୍ତାବକୁ ୧୦ଟି ଦେଶର ସମର୍ଥନ ମିଳିଥିବା ବେଳେ ଭାରତ କିନ୍ତୁ ଏଥିରୁ ନିଜକୁ ଦୂରେଇ ରଖିଛି। ଭାରତ ସମେତ ଚୀନ୍, ବ୍ରାଜିଲ ଏବଂ ଗାବନ୍ ଏହି ପ୍ରସ୍ତାବ ଉପରେ ଭୋଟିଂରୁ ଦୂରେଇ ରହିଥିଲେ। ଏଭଳି କରି ଭାରତ ପୁଣିଥରେ ରୁଷ ପ୍ରତି ନିଜ ବନ୍ଧୁତା ଦେଖାଇଛି।

ରୁଷ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ହୋଇଥିବାରୁ ନିନ୍ଦା ପ୍ରସ୍ତାବକୁ ଭିଟ୍‌ ଦେଇନଥିଲା। ତେବେ ନିନ୍ଦା ପ୍ରସ୍ତାବ ଜାତିସଂଘ ସୁରକ୍ଷା ପରିଷଦରେ ଗୃହୀତ ହୋଇପାରିନାହିଁ। ଏହି ନିନ୍ଦା ପ୍ରସ୍ତାବରେ ରୁଷ ୟୁକ୍ରେନ୍‌ରୁ ନିଜ ସୈନ୍ୟ ପ୍ରତ୍ୟାହାର କରିବା ପାଇଁ କୁହାଯାଇଥିଲା।

Advertisment

ସୂଚନାଯୋଗ୍ୟ ଯେ, ଶୁକ୍ରବାର ୟୁକ୍ରେନର ୪ଟି ଅଞ୍ଚଳ ରୁଷରେ ମିଶିଥିବା ନେଇ ଘୋଷଣା କରିଥିଲେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଏଭଳି ଘୋଷଣା କରି ସେ ସାରା ବିଶ୍ୱକୁ ଏକ ବଡ ଝଟ୍‌କା ଦେଇଥିଲେ। ଦକ୍ଷିଣ-ପୂର୍ବ ୟୁକ୍ରେନର ଦୋନେତସ୍କ, ଲୁହାନ୍‌ସ୍କ, ଖେର୍‌ସାନ୍‌ ଏବଂ ଜାପୋରିଝ୍‌ଝିଆ ଅଞ୍ଚଳ ରୁଷରେ ମିଶିଥିବା ନେଇ ପୁଟିନ ଘୋଷଣା କରିଥିଲେ।

ଏଥିପାଇଁ ରୁଷ ପକ୍ଷରୁ ସେପ୍ଟେମ୍ବର ୨୩ ଓ ୨୭ରେ ଏହିସବୁ ଅଞ୍ଚଳରେ ଜନମତ ସଂଗ୍ରହ କରାଯାଇଥିଲା। ଦୋନେତସ୍କ ୯୯.୨ ପ୍ରତିଶତ, ଲୁହାନସ୍କର ୯୮.୪ ପ୍ରତିଶତ, ଜାପୋରିଝ୍‌ଝିଆ ୯୩.୧ ପ୍ରତିଶତ ଏବଂ ଖେରସାନର ୮୭ ପ୍ରତିଶତ ଲୋକ ରୁଷ ସପକ୍ଷରେ ମତ ଦେଇଥିଲେ ବୋଲି ପୁଟିନ କହିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe