ବିଟ୍ରେନକୁ ଶାସନ କରିବେ ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ !

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ହୋଇପାରନ୍ତି ବିଟ୍ରେନର ପ୍ରଧାନମନ୍ତ୍ରୀ ।ଋଷି ସୁନାକ୍‌ ହୋଇପାରନ୍ତି ବୋରିସ୍ ଜନସନଙ୍କ ଉତ୍ତରାଧିକାରୀ।  ବ୍ରିଟେନ୍‌କୁ ଶାସନ କରିପାରନ୍ତି ଜଣେ ଭାରତୀୟ ବଂଶୋଦ୍ଭବ । ଭାରତୀୟମାନଙ୍କୁ ପ୍ରାୟ ୨୦୦ ବର୍ଷ ଧରି ଶାସନ କରିଥିଲେ ବ୍ରିଟିସ ସରକାର।  ହେଲେ ଆକଳନ ଯଦି ଠିକ୍ ହୁଏ ତେବେ ଜଣେ ଭାରତୀୟ ବଂଶୋଦ୍ଭବ ହିଁ ବ୍ରିଟେନକୁ ଶାସନ କରିବେ। ବହୁ ବାଦ-ବିବାଦ ଓ ପ୍ରତିବାଦ ପରେ ବ୍ରିଟେନର ବୋରିସ ଜନସନ୍ ପ୍ରଧାନମନ୍ତ୍ରୀ ପଦ ଛାଡ଼ିଛନ୍ତି।  କନଜରଭେଟିଭ୍ ପାର୍ଟିର ନେତା […]

rusi-sonak

Tapas Behera
  • Published: Thursday, 07 July 2022
  • , Updated: 07 July 2022, 05:53 PM IST

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ହୋଇପାରନ୍ତି ବିଟ୍ରେନର ପ୍ରଧାନମନ୍ତ୍ରୀ ।ଋଷି ସୁନାକ୍‌ ହୋଇପାରନ୍ତି ବୋରିସ୍ ଜନସନଙ୍କ ଉତ୍ତରାଧିକାରୀ।  ବ୍ରିଟେନ୍‌କୁ ଶାସନ କରିପାରନ୍ତି ଜଣେ ଭାରତୀୟ ବଂଶୋଦ୍ଭବ । ଭାରତୀୟମାନଙ୍କୁ ପ୍ରାୟ ୨୦୦ ବର୍ଷ ଧରି ଶାସନ କରିଥିଲେ ବ୍ରିଟିସ ସରକାର।  ହେଲେ ଆକଳନ ଯଦି ଠିକ୍ ହୁଏ ତେବେ ଜଣେ ଭାରତୀୟ ବଂଶୋଦ୍ଭବ ହିଁ ବ୍ରିଟେନକୁ ଶାସନ କରିବେ। ବହୁ ବାଦ-ବିବାଦ ଓ ପ୍ରତିବାଦ ପରେ ବ୍ରିଟେନର ବୋରିସ ଜନସନ୍ ପ୍ରଧାନମନ୍ତ୍ରୀ ପଦ ଛାଡ଼ିଛନ୍ତି।  କନଜରଭେଟିଭ୍ ପାର୍ଟିର ନେତା ଭାବେ ମଧ୍ୟ ସେ ଇସ୍ତଫା ଦେଇଛନ୍ତି । ନୂଆ ନେତା ନିର୍ବାଚିତ ନହେବା ଯାଏଁ ବୋରିସ୍‌, ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ରହିବେ।

ତେବେ ବୋରିସ୍ ଜନସନ୍‌ ଇସ୍ତଫା ଦେବା ପରେ ଏବେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ କିଏ ହେବେ ତାକୁ ନେଇ ସବୁଠୁ ଅଧିକ ଚର୍ଚ୍ଚା। ଆଉ ଏହି ଚର୍ଚ୍ଚାର ସବୁଠୁ ଆଗରେ ଅଛନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନାକ୍। ଋଷି ସୁନାକ୍ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହେବାର ଅଧିକ ସମ୍ଭାବନା ରହିଛି। ଋଷି ସୁନାକ୍ ପୂର୍ବରୁ ରାଜକୋଷର ମୁଖ୍ୟ ସମ୍ପାଦକ, ଅର୍ଥମନ୍ତ୍ରୀ, ଜାନସେଲର୍‌ ଭଳି ବଡ଼ ବଡ଼ ପଦବୀରେ ରହି ଆସିଛନ୍ତି।

ଋଷି ହେଉଛନ୍ତି ଇନଫୋସିସ୍‌ର ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ। ଋଷିଙ୍କ ପତ୍ନୀ ଅକ୍ଷିତା ବ୍ରିଟେନର ଜଣେ ଲୋକପ୍ରିୟ ଡିଜାଇନର। ଋଷିଙ୍କ ଜେଜେବାପା ପଞ୍ଜାବର ମୂଳ ବାସିନ୍ଦା ଥିଲେ। ପଞ୍ଜାବରୁ ସେମାନେ ଆଫ୍ରିକା ଚାଲିଯାଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ପରିବାର ବ୍ରିଟେନ୍‌କୁ ଆସି ରହିଥିଲେ। ବ୍ରିଟେନରେ ହିଁ ରୁଷି ଜନ୍ମଗ୍ରହଣ କରିଥିଲେ। ଏବେ ଋଷି ସୁନାକ୍‌ ବ୍ରିଟେନ୍‌ର ପ୍ରଧାମନ୍ତ୍ରୀ ହେବାର ସମ୍ଭାବନା ସୃଷ୍ଟି ହୋଇଛି।

Related story