ପୁଣି ଇରାକ ସଂସଦରେ ଧସେଇ ପଶିଲେ ଶତାଧିକ ଲୋକ

ବାଗଦାଦ: ଶ୍ରୀଲଙ୍କା ଭଳି ସ୍ଥିତି ଇରାକରେ ଦେଖିବାକୁ ମିଳିଛି। ଏଠାରେ ଶତାଧିକ ଲୋକ ବାଗଦାଦରେ ଥିବା ଦେଶର ସଂସଦରେ ଧସେଇ ପଶିଛନ୍ତି। ଜଣେ ଶିହା ର୍ଧମଗୁରୁଙ୍କ ପ୍ରରୋଚନାରେ ଲୋକମାନେ ଏଭଳି କାଣ୍ଡ ଭିଆଇଛନ୍ତି। ଏହାକୁ ମିଶାଇ ଚଳିତ ସପ୍ତାହରେ ଦ୍ୱିତୀୟ ଥର ପାଇଁ ସାଧାରଣ ଦେଶର ସଂସଦରେ ଏଭଳି ଧସେଇ ପଶିଛନ୍ତି। ଆଜି ଶତାଧିକ ଲୋକ ସଂସଦ ଭବନରେ ପଶିବା ବେଳେ ସେମାନଙ୍କୁ ଅଟକାଇବା ପାଇଁ ଇରାକର ସୁରକ୍ଷାକର୍ମୀମାନେ ଶତ ଚେଷ୍ଟା କରିଥିଲେ। ସ୍ଥିତି ଅଣାୟାତ୍ତ ହେବାରୁ […]

Iraq

  • Published: Saturday, 30 July 2022
  • , Updated: 30 July 2022, 07:51 PM IST

ବାଗଦାଦ: ଶ୍ରୀଲଙ୍କା ଭଳି ସ୍ଥିତି ଇରାକରେ ଦେଖିବାକୁ ମିଳିଛି। ଏଠାରେ ଶତାଧିକ ଲୋକ ବାଗଦାଦରେ ଥିବା ଦେଶର ସଂସଦରେ ଧସେଇ ପଶିଛନ୍ତି। ଜଣେ ଶିହା ର୍ଧମଗୁରୁଙ୍କ ପ୍ରରୋଚନାରେ ଲୋକମାନେ ଏଭଳି କାଣ୍ଡ ଭିଆଇଛନ୍ତି। ଏହାକୁ ମିଶାଇ ଚଳିତ ସପ୍ତାହରେ ଦ୍ୱିତୀୟ ଥର ପାଇଁ ସାଧାରଣ ଦେଶର ସଂସଦରେ ଏଭଳି ଧସେଇ ପଶିଛନ୍ତି।

ଆଜି ଶତାଧିକ ଲୋକ ସଂସଦ ଭବନରେ ପଶିବା ବେଳେ ସେମାନଙ୍କୁ ଅଟକାଇବା ପାଇଁ ଇରାକର ସୁରକ୍ଷାକର୍ମୀମାନେ ଶତ ଚେଷ୍ଟା କରିଥିଲେ। ସ୍ଥିତି ଅଣାୟାତ୍ତ ହେବାରୁ ସୁରକ୍ଷାକର୍ମୀମାନେ ବାଧ୍ୟ ହୋଇ ଆନ୍ଦୋଳନକାରୀଙ୍କ ଉପରକୁ ଲୁହବୁହା ଗ୍ୟାସ ମାଡ଼ କରିଥିଲେ। ସେହିପରି ସାଉଣ୍ତ ବୋମା ମାଡ଼ କରିଥିଲେ। ଏହାଦ୍ୱାରା ଏକାଧିକ ଲୋକ ଆହତ ହୋଇଛନ୍ତି। ଲୋକଙ୍କ ବିକ୍ଷୋଭ ଯୋଗୁ ଯୋଜନା ମୁତାବକ ସଂସଦ ଅଧିବେଶନ ଅନୁଷ୍ଠିତ ହୋଇ ପାରିନି। ଲୋକଙ୍କ ଆନ୍ଦୋଳନ ଯୋଗୁ ସାଂସଦମାନେ ହଲ ମଧ୍ୟରେ ପ୍ରବେଶ କରିପାରି ନାହାନ୍ତି।

ଇରାକର ପ୍ରଧାନମନ୍ତ୍ରୀ ମୁସ୍ତାଫା ଅଲ କାଦହିମ ଆନ୍ଦୋଳନକାରୀଙ୍କୁ ଶାନ୍ତି ବାଜାୟୀ ରଖିବାକୁ କହିଛନ୍ତି। ଏଥିସହ ଆନ୍ଦୋଳନକାରୀଙ୍କୁ ବିଶୃଙ୍ଖଳା ଆଚରଣକୁ ରୋକିବା ପାଇଁ ସୁରକ୍ଷାକର୍ମୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶିହା ଧର୍ମଗୁରୁ ମୁକତାଦ ଅଲ ସଦରଙ୍କ କଥାରେ ହଜାର ହଜାର ଲୋକ ଆଜି ଇରାକ ଗ୍ରୀନ ଜୋନର ସିମେଣ୍ଟ ବ୍ୟାରିକେଡକୁ ଭାଙ୍ଗି ଦେଇଛନ୍ତି। ଏଠାରେ ଅନେକ ସରକାରୀ ବିଲଡିଂ ଓ ବିଦେଶୀ ଦୂତାବସ ରହିଛି।

ଇରାନ ସମର୍ଥିତ ପାର୍ଟି ଦ୍ୱାରା ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ମହମ୍ମଦ ଶିୟା ଅଲ୍-ସୁଦାନୀଙ୍କୁ ଚୟନ କରାଯାଇଛି। ତାଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରି ଲୋକମାନେ ଆନ୍ଦୋଳନ କରୁଛନ୍ତି। ପ୍ରଦର୍ଶନକାରୀ ବାଗଦାଦର ଗ୍ରୀନ୍ ଜୋନ, ସରକାରୀ ଭବନ ଓ ରାଜନେତାଙ୍କ ଘରକୁ ଅକ୍ତିଆର କରିଛନ୍ତି।

ଜଣେ ଆନ୍ଦୋଳନକାରୀ କହିଛନ୍ତି, “ଆଜି ଆମେ ଦୁର୍ନୀତିଗ୍ରସ୍ତ ରାଜନେତାଙ୍କୁ ହଟାଇବାକୁ ଆସିଛୁ। ଏଥିସହ ସଂସଦ ଅଧିବେଶନ ବନ୍ଦ କରିବାକୁ ଦାବି କରିଛୁ। ଆମେ ମୁକତାଦଙ୍କ କଥାରେ ପରିଚାଳିତ। ଆମେ ଯେକୌଣସି ପରିସ୍ଥିତିରେ ମଧ୍ୟ ଗ୍ରୀନ ଜୋନରେ ପ୍ରବେଶ କରିବୁ। ଆମକୁ କେହି ବି ରୋକି ପାରିବେ ନାହିଁ।”
ଏହାପୂର୍ବରୁ ବୁଧବାର ମଧ୍ୟ ଆନ୍ଦୋଳକାରୀମାନେ ସଂସଦ ଭବନରେ ଧସେଇ ପଶିଥିଲେ।

Related story