ଭାରତ ଆସିବା ପୂର୍ବରୁ କରୋନାରେ ଆକ୍ରାନ୍ତ ହେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତ ଆସିବା ପୂର୍ବରୁ କରୋନାରେ ଆକ୍ରାନ୍ତ ହେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନଫତାଲି ବେନେଟ। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ନିକଟରେ ନଫତାଲି ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟନୀ ବ୍ଲିଙ୍କନଙ୍କୁ ସାକ୍ଷାତ କରିଥିଲେ। ଇସ୍ରାଏଲ ପ୍ରଧାନମନ୍ତ୍ରୀ ଆସନ୍ତା ଏପ୍ରିଲ ୩ ତାରିଖରେ ଭାରତ ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି। ସେ ୩ରୁ ୫ ଏପ୍ରିଲ ଯାଏଁ ଭାରତରେ ରହିବେ। ତେବେ ଏହା ପୂର୍ବରୁ ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ବୟାନ […]

israeli-pm-naftali-bennett

Madhupriya Mistry
  • Published: Monday, 28 March 2022
  • , Updated: 28 March 2022, 01:13 PM IST

ନୂଆଦିଲ୍ଲୀ: ଭାରତ ଆସିବା ପୂର୍ବରୁ କରୋନାରେ ଆକ୍ରାନ୍ତ ହେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନଫତାଲି ବେନେଟ। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ନିକଟରେ ନଫତାଲି ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟନୀ ବ୍ଲିଙ୍କନଙ୍କୁ ସାକ୍ଷାତ କରିଥିଲେ।

ଇସ୍ରାଏଲ ପ୍ରଧାନମନ୍ତ୍ରୀ ଆସନ୍ତା ଏପ୍ରିଲ ୩ ତାରିଖରେ ଭାରତ ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି। ସେ ୩ରୁ ୫ ଏପ୍ରିଲ ଯାଏଁ ଭାରତରେ ରହିବେ। ତେବେ ଏହା ପୂର୍ବରୁ ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ବୟାନ ଜାରି କରାଯାଇଛି।

ବୟାନରେ କୁହାଯାଇଛି, ଇସ୍ରାଏଲ ପ୍ରଧାନମନ୍ତ୍ରୀ ପୂରାପୁରି ଠିକ୍‌ ଅଛନ୍ତି। ସେ ନିଜ କାର୍ଯ୍ୟ ଜାରି ରଖିବେ। ତେବେ ସଂକ୍ରମିତ ହେବା ପରେ ସେ କ୍ୱାରେଣ୍ଟାଇନରେ ଅଛନ୍ତି। ସେ ଘରୁ ହିଁ କାମ ପରିଚାଳନା କରୁଛନ୍ତି।

ଆସନ୍ତା ମାସରେ ଭାରତ ଗସ୍ତରେ ଆସିବାକୁ ଯାଉଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଭାରତ ଆସିବା ପାଇଁ ଆମନ୍ତ୍ରିତ କରିଥିଲେ। ଏହା ତାଙ୍କର ପ୍ରଥମ ଅଧିକାରୀକ ଗସ୍ତ। ଏହି ସମୟରେ ଉଭୟ ଦେଶ ମଧ୍ୟରେ ଇନୋଭେସନ ଏବଂ ପ୍ରଯୁକ୍ତିବିଦ୍ୟା, ସାଇବର ସୁରକ୍ଷା, କୃଷି ଏବଂ ଜଳବାୟୁ ପରିବର୍ତ୍ତନ ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ।

ତେବେ, ବର୍ତ୍ତମାନ ନଫତାଲି କରୋନା ସଂକ୍ରମିତ ହେବା ପରେ ତାଙ୍କର ଏହି ଭାରତ ଗସ୍ତ ବାତିଲ ହୋଇପାରେ ବୋଲି ଆଶଙ୍କା କରାଯାଇଛି। ସେପଟେ ଏନେଇ କିନ୍ତୁ ଅଫିସିଆଲି କୌଣସି ବିବୃତ୍ତି ଜାରି କରାଯାଇନାହିଁ।

Related story