ମୋଦିଙ୍କ ପୁରୁଣା ଭିଡିଓକୁ ସେୟାର କରି ନିଜ ଦେଶର ପ୍ରଧାନମନ୍ତ୍ରୀଙ୍କୁ ହମଲା କଲା ଇମ୍ରାନ୍‌ ଖାନ୍‌ଙ୍କ ଦଳ

ଇସଲାମାବାଦ: ଗତ କିଛି ଦିନ ହେବ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଶେହବାଜ୍‌ ସରିଫଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ଦେଶକୁ ଏହି ସମସ୍ୟାରୁ ମୁକୁଳାଇବା ପାଇଁ ନୂଆ ପ୍ରଧାନମନ୍ତ୍ରୀଙ୍କ ଲାଗି ଏକ ବଡ଼ ଆହ୍ୱାନ ହୋଇପଡ଼ିଥିବା ବେଳେ ବିରୋଧୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଦଳ ଶାସକ ଦଳକୁ ନିଶାନା କରିଛି। ଦୁର୍ବଳ ଆର୍ଥିକ ସ୍ଥିତିକୁ ପରିଚାଳନା କରିବାରେ ବିଫଳ ହୋଇଥିବା ପ୍ରଧାନମନ୍ତ୍ରୀଙ୍କ ଶେହବାଜ୍‌ ସରିଫଙ୍କୁ କଡ଼ା ସମାଲୋଚନା […]

Imran Khan

  • Published: Monday, 16 January 2023
  • , Updated: 16 January 2023, 05:32 PM IST

ଇସଲାମାବାଦ: ଗତ କିଛି ଦିନ ହେବ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଶେହବାଜ୍‌ ସରିଫଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ଦେଶକୁ ଏହି ସମସ୍ୟାରୁ ମୁକୁଳାଇବା ପାଇଁ ନୂଆ ପ୍ରଧାନମନ୍ତ୍ରୀଙ୍କ ଲାଗି ଏକ ବଡ଼ ଆହ୍ୱାନ ହୋଇପଡ଼ିଥିବା ବେଳେ ବିରୋଧୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଦଳ ଶାସକ ଦଳକୁ ନିଶାନା କରିଛି। ଦୁର୍ବଳ ଆର୍ଥିକ ସ୍ଥିତିକୁ ପରିଚାଳନା କରିବାରେ ବିଫଳ ହୋଇଥିବା ପ୍ରଧାନମନ୍ତ୍ରୀଙ୍କ ଶେହବାଜ୍‌ ସରିଫଙ୍କୁ କଡ଼ା ସମାଲୋଚନା କରିବାକୁ ଯାଇ ଅଭିନବ ଢଙ୍ଗରେ ଟାର୍ଗେଟ କରିଛନ୍ତି  ଇମ୍ରାନ୍‌ ଖାନ୍‌ଙ୍କ ଦଳ। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନେତୃତ୍ୱାଧୀନ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ)ର ଅନେକ ନେତା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ପୁରୁଣା ଭିଡିଓ କ୍ଲିପ ସେୟାର କରିଛନ୍ତି।

https://twitter.com/AzamKhanSwatiPk/status/1613166492434206724?s=20&t=QRep8ErbboTcjPRi1x_GfA

ଯେଉଁଥିରେ ମୋଦି ପାକିସ୍ତାନକୁ ତୀବ୍ର ସମାଲୋଚନା କରୁଥିବା ଦେଖିବାକୁ ମିଳୁଛି। ତେବେ ଇମ୍ରାନ ଖାନ କ୍ଷମତାରେ ଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି ଏହି ମନ୍ତବ୍ୟ ଦେଇଥିବା ଜଣାପଡ଼ିଛି। ଭାଇରାଲ ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦି ରାଜସ୍ଥାନର ବାରମେରରେ ୨୦୧୯ ସାଧାରଣ ନିର୍ବାଚନ ରାଲିରେ ଭାଷଣ ଦେଉଥିବାର ଶୁଣିବାକୁ ମିଳୁଛି। ପ୍ରଧାନମନ୍ତ୍ରୀ ମୋଦି ଭିଡିଓରେ କହୁଛନ୍ତି ଯେ, "ଆମେ ପାକିସ୍ତାନର ଅହଂକାରକୁ ନଷ୍ଟ କରିଛୁ, ସେମାନଙ୍କୁ ବିଶ୍ୱସାରା ବୁଲି ବୁଲି ଭିକ ମାଗିବାକୁ ବାଧ୍ୟ କରିଛୁ। ଏତଦ୍‌ବ୍ୟତୀତ, ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ପାକିସ୍ତାନର ପରମାଣୁ ଆକ୍ରମଣର ଧମକ ବିଷୟରେ ମତ ରଖିଛନ୍ତି । ସେ କହିଛନ୍ତି, "ଆମେ ପାକିସ୍ତାନର ଧମକକୁ ଭୟ କରିବା ଛାଡ଼ି ଦେଇଛୁ। ଯଦି ସେମାନଙ୍କର ପରମାଣୁ ଅସ୍ତ୍ର ଅଛି, ତେବେ ଆମେ ବି ଦିୱାଲି ପାଇଁ ସେମତି କିଛି ଜିନିଷ ରଖୁ ବୋଲି କହିଛନ୍ତି।

ଏହି ଭିଡିଓକୁ ପାକିସ୍ତାନର ପୂର୍ବତନ ମନ୍ତ୍ରୀ ତଥା ଇମ୍ରାନ ଖାନ ନେତୃତ୍ୱାଧୀନ ଦଳର ବରିଷ୍ଠ ନେତା ଆଜମ ଖାନଙ୍କ ସମେତ ଅନେକ ପିଟିଆଇ ନେତା ଟ୍ୱିଟରରେ ସେୟାର କରିଛନ୍ତି। ପାକିସ୍ତାନ ‌ଏବେ ସବୁଠୁ ଖରାପ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ନିକଟରେ ଇମ୍ରାନ ଖାନ କହିଛନ୍ତି ଯେ “ଶେହବାଜ ସରିଫଙ୍କ ନେତୃତ୍ୱ ଦେଶର ଅର୍ଥନୀତିକୁ ନଷ୍ଟ କରିଦେଇଛି।  ବର୍ତ୍ତମାନ ପାକିସ୍ତାନ ବିଶ୍ୱକୁ ଭିକ୍ଷା ମାଗୁଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଶେହବାଜଙ୍କ ତାଙ୍କ ପରିବାର ସଦସ୍ୟ ଦେଶର ଅର୍ଥନୀତିକୁ ନଷ୍ଟ କରି ଦେଇଛନ୍ତି ।  ବର୍ତ୍ତମାନ ଦେଶ ବିକଳ ପରିସ୍ଥତି ପରେ ପହଞ୍ଚିଥିବା ବେଳେ  ସେମାନେ ବିଶ୍ୱକୁ ଭିକ୍ଷା ମାଗୁଛନ୍ତି ବୋଲି ଇମ୍ରାନ ଖାନ୍‌ କହିଛନ୍ତି।

Related story