ବିମାନ ବନ୍ଦରରେ ଗ୍ୟାସ୍ ଲିକ୍‌, ୪ ଗୁରୁତର

ଲସ୍ ଏଞ୍ଜଲିସ୍‌: ବିମାନ ବନ୍ଦରରେ ଗ୍ୟାସ୍ ଲିକ୍। ବିମାନ ବନ୍ଦରର ବ୍ୟାଗେଜ୍ ଏରିଆରେ ଗ୍ୟାସ୍ ଲିକ୍ ଯୋଗୁ ୪ ଜଣ ଅସୁସ୍ଥ ହୋଇପଡିଛନ୍ତି। ଲସ୍ ଏଞ୍ଜଲିସ୍‌ର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଘଟିଛି ଏଭଳି କିଛି ଘଟଣା। ଆଜି ସକାଳୁ ବିମାନ ବନ୍ଦରର ବ୍ୟାଗେଜ୍ ଏରିଆରେ କାର୍ବନ ଡାଇଅକ୍‌ସାଇଡ୍ ଗ୍ୟାସ୍ ଲିକ୍ ଯୋଗୁ ୪ ଜଣ ଗୁରୁତର ହୋଇପଡିଛନ୍ତି। ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କ ସ୍ଥିତି ସଙ୍କଟାପନ୍ନ ଥିବା କୁହାଯାଉଛି। ଏନେଇ ବିିମାନ ବନ୍ଦର ଅଧିକାରୀଙ୍କ […]

gas-leak in airport

Madhupriya Mistry
  • Published: Tuesday, 01 November 2022
  • , Updated: 01 November 2022, 08:41 AM IST

ଲସ୍ ଏଞ୍ଜଲିସ୍‌: ବିମାନ ବନ୍ଦରରେ ଗ୍ୟାସ୍ ଲିକ୍। ବିମାନ ବନ୍ଦରର ବ୍ୟାଗେଜ୍ ଏରିଆରେ ଗ୍ୟାସ୍ ଲିକ୍ ଯୋଗୁ ୪ ଜଣ ଅସୁସ୍ଥ ହୋଇପଡିଛନ୍ତି। ଲସ୍ ଏଞ୍ଜଲିସ୍‌ର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଘଟିଛି ଏଭଳି କିଛି ଘଟଣା।

ଆଜି ସକାଳୁ ବିମାନ ବନ୍ଦରର ବ୍ୟାଗେଜ୍ ଏରିଆରେ କାର୍ବନ ଡାଇଅକ୍‌ସାଇଡ୍ ଗ୍ୟାସ୍ ଲିକ୍ ଯୋଗୁ ୪ ଜଣ ଗୁରୁତର ହୋଇପଡିଛନ୍ତି। ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କ ସ୍ଥିତି ସଙ୍କଟାପନ୍ନ ଥିବା କୁହାଯାଉଛି।

ଏନେଇ ବିିମାନ ବନ୍ଦର ଅଧିକାରୀଙ୍କ ତରଫରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ତେବେ କେଉଁଠାରୁ ଏହି ଗ୍ୟାସ୍ ଲିକ୍ ହେଲା ସେ ନେଇ କୌଣସି ସୂଚନା ମିଳିନାହିଁ। ଟ୍ୱିଟ୍‌ରେ କୁହାଯାଇଛି ଯେ, ବ୍ୟାଗେଜ୍ ଏରିଆରେ ଗ୍ୟାସ୍ ଲିକ୍ ହେବା ଯୋଗୁ ସମସ୍ତ ଯାତ୍ରୀମାନଙ୍କୁ ଟର୍ମିନାଲ ୮ରୁ ହଟାଇ ଦିଆଯାଇଛି। ସେମାନଙ୍କୁ ସ୍କ୍ରିନିଂ ପାଇଁ ଟର୍ମିନାଲ ୭ କୁ ପଠା ଯାଇଛି । କେଉଁ କାରଣରୁ ଏହି ଗ୍ୟାସ୍ ଲିକ୍ ହେଲା ସେ ନେଇ ତଦନ୍ତ ଜାରି ରହିଛି।

Related story