ରାଣୀଙ୍କ କଫିନ ଶୋଭାଯାତ୍ରାରେ ରାଜକୁମାରଙ୍କୁ ଗାଳିଗୁଲଜ, ଯୁବକ ଗିରଫ

ଲଣ୍ଡନ: ବ୍ରିଟେନ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଗତକାଲି କଫିନ୍‌ ଶୋଭଯାତ୍ରା ହୋଇଥିଲା। ଏହି ଶୋଭାଯାତ୍ରା ବେଳେ ରାଜକୁମାର ଆଣ୍ଡ୍ରିୟୁଙ୍କୁ ଜଣେ ଦୁର୍ବ୍ୟବହାର କରିଥିଲେ। ଭିଡ ଭିତରେ ଜଣେ ଯୁବକ ହଠାତ୍‌ ତାଙ୍କୁ ଗାଳିଗୁଲଜ କରିଥିଲେ। ଏହି ପୂରା ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଇଛି। ଭିଡିଓ ସାମ୍ନାକୁ ଆସିବା ପରେ ଉକ୍ତ ଯୁବକଙ୍କୁ ଗିରଫ କରାଯାଇଛି। ଭାଇରାଲ ହୋଇଥିବା ଭିଡିଓ ଅନୁସାରେ, ରାଜା ଚାର୍ଲସ ତୃତୀୟଙ୍କ ସମେତ ରାଣୀଙ୍କ ସମସ୍ତ ପୁଅ ଝିଅ ତାଙ୍କ କଫିନ […]

Heckling Prince Andrew

Madhupriya Mistry
  • Published: Tuesday, 13 September 2022
  • , Updated: 13 September 2022, 12:45 PM IST

ଲଣ୍ଡନ: ବ୍ରିଟେନ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଗତକାଲି କଫିନ୍‌ ଶୋଭଯାତ୍ରା ହୋଇଥିଲା। ଏହି ଶୋଭାଯାତ୍ରା ବେଳେ ରାଜକୁମାର ଆଣ୍ଡ୍ରିୟୁଙ୍କୁ ଜଣେ ଦୁର୍ବ୍ୟବହାର କରିଥିଲେ। ଭିଡ ଭିତରେ ଜଣେ ଯୁବକ ହଠାତ୍‌ ତାଙ୍କୁ ଗାଳିଗୁଲଜ କରିଥିଲେ। ଏହି ପୂରା ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଇଛି। ଭିଡିଓ ସାମ୍ନାକୁ ଆସିବା ପରେ ଉକ୍ତ ଯୁବକଙ୍କୁ ଗିରଫ କରାଯାଇଛି।

ଭାଇରାଲ ହୋଇଥିବା ଭିଡିଓ ଅନୁସାରେ, ରାଜା ଚାର୍ଲସ ତୃତୀୟଙ୍କ ସମେତ ରାଣୀଙ୍କ ସମସ୍ତ ପୁଅ ଝିଅ ତାଙ୍କ କଫିନ ଶୋଭଯାତ୍ରାରେ ସାମିଲ ହୋଇଥିଲେ। ଅନେକ ଲୋକଙ୍କ ଭିଡ ମଧ୍ୟ ଜମିଥିଲା। ଏହି ସମୟରେ ଭିଡ ଭିତରେ ଜଣେ ବ୍ୟକ୍ତି ଚିତ୍କାର କରି ରାଜକୁମାର ଆଣ୍ଡ୍ରିୟୁଙ୍କୁ ଗାଳିଗୁଲଜ କରିଥିଲେ। ସେ ତାଙ୍କୁ କହିଥିଲେ, 'ଆଣ୍ଡ୍ରିୟୁ ଆପଣ ଜଣେ ପାଗଳ ବୁଢ଼ା।'ଏହାପରେ ପୁଲିସ ତୁରନ୍ତି ଉକ୍ତ ଯୁବକଙ୍କୁ ଚିହ୍ନଟ କରି ଭିଡ ଭିତର ଟାଣି ଆଣି ଅଟକ ରଖିଥିଲା।

https://twitter.com/CharlotteOCOS/status/1569325166932393985?s=20&t=2LYt6dWtOngf_PDSBWOUow

ଟୁଇଟର୍‌ରେ ପୋଷ୍ଟ୍‌ ହୋଇଥିବା ଆଉ ଗୋଟାଏ ଭିଡିଓରେ ଜଣେ ପୁଲିସ ଅଧିକାରୀ ଉକ୍ତ ବ୍ୟକ୍ତିଙ୍କୁ ତଳେ ବସାଇ ଦେଉଛନ୍ତି। ଆଉ ଜଣେ ପୁଲିସ ତାଙ୍କୁ ନେଇ ଯାଉଥିବା ବେଳେ ସେ ବ୍ୟକ୍ତି ଜଣକ 'ଏହା ବୀଭତ୍ସ' ବୋଲି ଚିତ୍କାର କରୁଥିବା ଦେଖିବାକୁ ମିଳିଛି। ତୃତୀୟ ଭିଡିଓରେ ଦେଖାଯାଉଛି, ଦୁଇପାର୍ଶ୍ୱରେ ଦୁଇଜଣ ପୁଲିସ ଅଧିକାରୀ ଥାଇ ହତାକଡ଼ି ପଡ଼ିଥିବା ‌ସେ ବ୍ୟକ୍ତିଜଣ ତଳେ ବସିଛନ୍ତି।

ଜଣେ ପୁଲିସ ଅଧିକାରୀଙ୍କ କହିବା ମୁତାବକ, ସୋମବାର ଅପରାହ୍ଣ ପ୍ରାୟ ୨ଟା ୫୦ମିରେ ‘ରୟାଲ୍‌ ମାଇଲ୍‌’ରେ ଶାନ୍ତିଭଙ୍ଗ କରିବା ଅଭିଯୋଗରେ ଜଣେ ୨୨ ବର୍ଷିୟ ଯୁବକଙ୍କୁ ଗିରଫ କରାଯାଇଛି।

ସ୍କଟଲାଣ୍ଡର ରାଜଧାନୀରେ ଥିବା ହୋଲିରୁଡ୍‌ ହାଉସ୍‌ ପ୍ରାସାଦରୁ ରାଣୀଙ୍କ କଫିନ୍‌ ସେଣ୍ଟ୍‌ ଜାଇଲ୍‌ସ୍‌ କାଥେଡ୍ରାଲ୍‌ ନିଆଯାଉଥିବା ବେଳେ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ରାଣୀଙ୍କ କଫିନ୍‌ ପଛେ ପଛେ ରାଣୀଙ୍କ ୪ ସନ୍ତାନ:- ରାଜା ତୃତୀୟ ଚାର୍ଲସ୍‌, ରାଜକୁମାର ଆଣ୍ଡ୍ରିଉ, ରାଜକୁମାରୀ ଆନି ଏବଂ ରାଜକୁମାର ଏଡ୍‌ୱାର୍ଡ ଚାଲି ଚାଲି ଯାଉଥିଲେ। ରାଜକୁମାର ଆଣ୍ଡ୍ରିୟୁଙ୍କ ବ୍ୟତୀତ ରାଣୀଙ୍କର ଅନ୍ୟ ତିନି ସନ୍ତାନ ସଶସ୍ତ୍ରବାହିନୀ ପୋଷାକ ପିନ୍ଧି ଥିଲେ।

ଉଲ୍ଲେଖଯୋଗ୍ୟ, ଗତବର୍ଷ ଡ୍ୟୁକ୍‌ ଅଫ୍‌ ୟର୍କ ତଥା ରାଜକୁମାର ଆଣ୍ଡ୍ରିଉଙ୍କ ବିରୋଧରେ ଯୌନ‌ କେଳେଙ୍କାରୀ ମାମଲା ରୁଜୁ ହୋଇଥିଲା। ଜଣେ ୧୭ ବର୍ଷୀୟ ଯୁବତୀଙ୍କ ସହ ୩ଥର ଦୁଷ୍କର୍ମ କରିଥିବା ନେଇ ତାଙ୍କ ନାଁରେ ଅଭିଯୋଗ ହୋଇଥିଲା। ପରେ ଏହି ୧୨୨ କୋଟି ଟଙ୍କାର ବୁଝାମଣାରେ ଏହି ମାମଲାର ସମାଧାନ ହୋଇଥିଲେ। ଏହି ମାମଲାରେ ରାଣୀ ଏଲିଜାବେଥ-୨ ହସ୍ତକ୍ଷେପ କରିଥିଲେ। ଏହାପରେ ରାଣୀ ରାଜକୁମାର ଏଣ୍ଡ୍ରିୟୁଙ୍କଠାରୁ ସାମରିକ ପୃଷ୍ଠପୋଷକତା ଓ ଭୂମିକା ପ୍ରତ୍ୟାହାର କରି ନେଇଥିଲେ।

Related story