କର୍ଫ୍ୟୁ ନିୟମ ଭାଙ୍ଗିବାରୁ ୩୦୦ ଥର ବସ୍‌ଉଠ କରାଇଲା ପୁଲିସ୍‌, ଶେଷରେ ଚାଲିଗଲା ଯୁବକଙ୍କ ଜୀବନ

କାଭିଟେ: କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି କର୍ଫ୍ୟୁକୁ ଉଲ୍ଲଙ୍ଘନ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। କର୍ଫ୍ୟୁ ନିୟମ ଉଲ୍ଲଙ୍ଘନ କରିବାରୁ ପୁଲିସ୍‌ ଜଣେ ଯୁବକଙ୍କୁ ୩ଶହ ଥର ଉଠବସ୍‌ କରାଇଥିଲା। ଦଣ୍ଡ ପାଇ ଘରକୁ ଫେରିବା ପରେ ଯୁବକ ଜଣଙ୍କ କଷ୍ଟ ସହି ନ ପାରି ପ୍ରାଣ ହରାଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଫିଲିପାଇନ୍ସର କାଭିଟେ ପ୍ରଦେଶରେ ଘଟିଥିବା ଏହି ଘଟଣା ପୂରା ହଇଚଇ ସୃଷ୍ଟି କରିଛି। କରୋନା ସଂକ୍ରମଣକୁ ରୋକିବା […]

covid

Hemant Lenka
  • Published: Wednesday, 07 April 2021
  • , Updated: 07 April 2021, 05:13 PM IST

କାଭିଟେ: କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି କର୍ଫ୍ୟୁକୁ ଉଲ୍ଲଙ୍ଘନ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। କର୍ଫ୍ୟୁ ନିୟମ ଉଲ୍ଲଙ୍ଘନ କରିବାରୁ ପୁଲିସ୍‌ ଜଣେ ଯୁବକଙ୍କୁ ୩ଶହ ଥର ଉଠବସ୍‌ କରାଇଥିଲା। ଦଣ୍ଡ ପାଇ ଘରକୁ ଫେରିବା ପରେ ଯୁବକ ଜଣଙ୍କ କଷ୍ଟ ସହି ନ ପାରି ପ୍ରାଣ ହରାଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଫିଲିପାଇନ୍ସର କାଭିଟେ ପ୍ରଦେଶରେ ଘଟିଥିବା ଏହି ଘଟଣା ପୂରା ହଇଚଇ ସୃଷ୍ଟି କରିଛି।

କରୋନା ସଂକ୍ରମଣକୁ ରୋକିବା ପାଇଁ ଫିଲିପାଇନ୍ସ ସରକାର ସନ୍ଧ୍ୟା ୬ଟାରୁ କର୍ଫ୍ୟୁ ଲାଗୁ କରୁଛନ୍ତି। ତେବେ ଏଠାରେ ରହୁଥିବା ୨୮ ବର୍ଷୀୟ ଯୁବକ ଡାରେନ ମାନାଓଗ ସ୍ଥାନୀୟ ଷ୍ଟୋରରୁ ପାଣି କିଣିବାକୁ କର୍ଫ୍ୟୁ ସମୟରେ ଘରୁ ବାହାରିଥିଲେ। ସେ ପାଣି ଆଣିବାକୁ ଯାଉଥିଲେ ହେଁ ପୁଲିସ୍‌ ତାଙ୍କୁ ଅଟକାଇ ଥିଲା।

କର୍ଫ୍ୟୁ ନିୟମ ଉଲ୍ଲଙ୍ଘନ କରି ସେ ବାହାରେ ବୁଲୁଥିବା ପୁଲିସ୍‌ କହିବା ସହ ଦଣ୍ଡ ସୂରୁପ ପ୍ରଥମେ ୧୦୦ ଥର ବସ୍‌ ଉଠ ହେବାକୁ ନିର୍ଦ୍ଦେଶ ଦେଇଥିଲା। ଡାରେନ୍‌ ୧୦୦ ଥର ବସ୍‌ ଉଠ ହେବା ବେଳେ ମଝିରେ ଅଟକି ଯାଇଥିଲେ। ଫଳରେ ପୁଲିସ୍‌ ତାଙ୍କୁ ପୁଣି ୧ରୁ ଗଣତି ଆରମ୍ଭ କରିବାକୁ କହିଥିଲା। ଏପରି ଭାବେ ସେ ମୋଟ୍‌ ୩୦୦ରୁ ଅଧିକ ଥର ବସ୍‌ ଉଠ ହେବା ପରେ ତାଙ୍କୁ ପୁଲିସ୍‌ ଛାଡ଼ିଥିଲା।

[caption id="" align="aligncenter" width="640"] ମୃତ ଯୁବକ ଡାରେନ (ଫାଇଲ ଫଟୋ)[/caption]

୩୦୦ରୁ ଅଧିକ ଥର ବସ୍‌ ଉଠ ହୋଇଥିବାରୁ ଡାରେନ ଠିକ୍‌ ଭାବେ ଚାଲି ପାରୁ ନଥିଲେ। ତଥାପି ସେ ସନ୍ଧ୍ୟା ୮ଟା ବେଳକୁ ଘରକୁ ଫେରିଥିଲେ। ତା’ ପରଦିନ ସକାଳୁ ତାଙ୍କ କଷ୍ଟ ଆହୁରି ବଢ଼ିଥିଲା। ସେ ଘରେ ରହିଥିବା ବେଳେ ହଠାତ୍‌ ଅଚେତ୍‌ ହୋଇଯାଇଥିଲେ। ପରିବାର ଲୋକ ତାଙ୍କୁ ହସ୍ପିଟାଲ ନେଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏ ସମ୍ପର୍କରେ ତାଙ୍କ ସମ୍ପର୍କୀୟ ଭାଇ ଫେସ୍‌ବୁକ୍‌ରେ ପୋଷ୍ଟ କରିଛନ୍ତି। ସେ ମୃତଦେହର ଫଟୋ ମଧ୍ୟ ଶେୟାର କରି ପୁଲିସ୍‌କୁ ଏପରି ବର୍ବରତା ବନ୍ଦ କରିବାକୁ କହିଛନ୍ତି।
https://www.facebook.com/adrian.lucena.315/posts/810243353034650
ଘଟଣାକୁ ନେଇ ବିବାଦ ଉପୁଜିବାରୁ ପୁଲିସ୍‌ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି। ସଂପୃକ୍ତ ଅଧିକାରୀଙ୍କୁ ମଧ୍ୟ ପଚାରାଉଚରା କରାଯାଉଛି। ଘଟଣାରେ ଜେନେରାଲ ଟ୍ରିଆସ ପୁଲିସ୍‌ ଅଧିକାରୀମାନଙ୍କ ଭୂମିକା ଥିବା କାଭିଟେ ମେୟର ସୂଚନା ଦେଇଛନ୍ତି।

Related story