ବାର୍‌ ଭିତରେ ଆଖିବୁଜା ଗୁଳିମାଡ଼, ୧୪ ମୃତ

କେପ୍‌ଟାଉନ୍‌: ବାର୍‌ ଭିତରେ ପୁଣି ଫୁଟିଲା ଗୁଳି। ଜୋହାନ୍ସବର୍ଗ ବାର୍‌ ଭିତରେ ଆଖିବୁଜା ଗୁଳିମାଡ। ଏଥିରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ଦକ୍ଷିଣ ଆଫ୍ରିକାର ସୋବେଟା ଟାଉନ୍‌ସିପ୍‌ରେ ଏହି ଘଟଣା ଘଟିଛି। ଏନେଇ ପୁଲିସ ସୂଚନା ଦେଇଛି। ସୂଚନା ମୁତାବକ, ବିଳମ୍ବିତ ରାତିରେ ଏହି ଗୁଳିକାଣ୍ଡ ଘଟିଛି। ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଗୁଳିକାଣ୍ଡ ନେଇ ପୁଲିସକୁ ଫୋନ୍‌ ଆସିଥିଲା। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପ୍ରଥମେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ […]

firing

Madhupriya Mistry
  • Published: Sunday, 10 July 2022
  • , Updated: 10 July 2022, 06:00 PM IST

କେପ୍‌ଟାଉନ୍‌: ବାର୍‌ ଭିତରେ ପୁଣି ଫୁଟିଲା ଗୁଳି। ଜୋହାନ୍ସବର୍ଗ ବାର୍‌ ଭିତରେ ଆଖିବୁଜା ଗୁଳିମାଡ। ଏଥିରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ଦକ୍ଷିଣ ଆଫ୍ରିକାର ସୋବେଟା ଟାଉନ୍‌ସିପ୍‌ରେ ଏହି ଘଟଣା ଘଟିଛି। ଏନେଇ ପୁଲିସ ସୂଚନା ଦେଇଛି।

ସୂଚନା ମୁତାବକ, ବିଳମ୍ବିତ ରାତିରେ ଏହି ଗୁଳିକାଣ୍ଡ ଘଟିଛି। ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଗୁଳିକାଣ୍ଡ ନେଇ ପୁଲିସକୁ ଫୋନ୍‌ ଆସିଥିଲା। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପ୍ରଥମେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେମାନେ ମଧ୍ୟ ପ୍ରାଣ ହରାଇଥିଲେ। ଫଳରେ ମୃତ୍ୟୁ ସଂଖ୍ୟାରେ ୧୪କୁ ବୃଦ୍ଧି ପାଇଥିଲା।

ସେହିପରି ଏହି ଘଟଣାରେ ୧୧ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି, ତେଣୁ ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଲୋକମାନେ ବାର୍‌ରେ ଖାଉଥିବା ବେଳେ କିଛି ଲୋକ ଏକ ମିନିବସରେ ଆସି ଆଖିବୁଜା ଗୁଳି ଚଳାଇ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।

ପୁଲିସ ଘଟଣାର ତଦନ୍ତ କରୁଛି। ଗୌତମ ପ୍ରଦେଶର ପୁଲିସ କମିଶନର ଲେଫ୍ଟନାଣ୍ଟ ଜେନେରାଲ ଇଲିୟାସ ମାୱେଲାଙ୍କ ଅନୁଯାୟୀ, ଏଠାରେ କିଛି ଲୋକ ଏକ ମିନିବସ୍‌ର ଆସି ବାରର ଗାର୍ଡଙ୍କ ଉପରକୁ ପ୍ରଥମେ ଗୁଳି ଚଳାଇଥିଲେ। ଘଟଣାସ୍ଥଳରୁ ମିଳିଥିବା କାରତୁସ ସଂଖ୍ୟାାରୁ ଏହି ଗୁଳି ବିନିମୟରେ ଏକରୁ ଏକାଧିକ ବ୍ୟକ୍ତି ସମ୍ପୃକ୍ତ ଥିବା ଜଣାପଡିଛି।

Related story