ମସ୍କୋ: ରୁଷ ଏବଂ କ୍ରିମିୟାକୁ ଯୋଡୁଥିବା ଏକ ବ୍ରିଜରେ ଭୟଙ୍କର ବିସ୍ଫୋରଣ। ଏହି ଅଗ୍ନିକାଣ୍ଡରେ ପୋଲର ଗୋଟିଏ ଅଂଶ ଭୁଶୁଡି ପଡ଼ିଛି। ନିଆଁ ଲାଗିବା ସମୟର ଏକ ଭିଡିଓ ସାମନାକୁ ଆସିଛି। ଏଥିରେ ବ୍ରିଜ ଉପରେ ଧୂଆଁର ଚାଦର ଦେଖିବାକୁ ମିଳୁଛି। ଏହି ଘଟଣାର କିଛି ଘଣ୍ଟା ପୂର୍ବରୁ ୟୁକ୍ରେନର ପୂର୍ବରେ ଥିବା ସହର ଖାରକିଭରେ ବହୁ ଶକ୍ତିଶାଳୀ ବିସ୍ଫୋରଣ କରାଯାଇଥିଲା।
ରିପୋର୍ଟ ଅନୁସାରେ ନିଆଁ ଲାଗିବା ଯୋଗୁଁ ପୋଲ ଉପର ଦେଇ ନିଆଯାଉଥିବା କାର୍ଗୋ ଟ୍ରେନର ଡବା ଗୁଡିକ ଜଳି ଯାଇଛି। ବିଜ୍ରର ଦୁଇ ପାଖରେ ଆଶିଂକ କ୍ଷତି ହୋଇଛି। ସେପଟେ ଏହି ବିସ୍ଫୋରଣ ପରେ ଆକ୍ସନମୋଡକୁ ଆସିଛନ୍ତି ରୁଷ ରାଷ୍ଟ୍ରପତି ପୁଟିନ୍। ସେ ଏଫ୍ଏସ୍ବି ଅଧିକାରୀମାନଙ୍କୁ ସତର୍କ କରାଇଛନ୍ତି। ୟୁକ୍ରେନ୍ ସରକାରଙ୍କ ପରାମର୍ଶଦାତା ମିଖାଇଲ ପୋଡେଲିକ କହିଛନ୍ତି, ଏହା କେବଳ ଆରମ୍ଭ ମାତ୍ର। ଯାହା ସବୁ ଅବୈଧ ରହିଛି ସେ ସବୁକୁ ନଷ୍ଟ କରାଯିବ। ଏବେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆହୁରି ତୀବ୍ର ହେବ।
https://twitter.com/Gerashchenko_en/status/1578627684271214592?s=20&t=r82R3xBCXhanaP1m0qGXXw
ସେପଟେ ଏହି ଘଟଣାକୁ ନେଇ ଆମେରିକାକୁ ଦାୟୀ କରିଛି ରୁଷ। ୟୁକ୍ରେନ୍କୁ ପେଣ୍ଟାଗନ୍ ହତିଆର୍ ଦେଇଥିଲା। ଏହି ଆକ୍ରମଣ ପଛରେ ଜେଲେନସ୍କିଙ୍କ ମସ୍ତିଷ୍କ ଥିବା ରୁଷ ଏମ୍ଇଏ କହିଛି।
୨୦୧୪ ମସିହାରେ କ୍ରିମିୟା ଉପରେ ରୁଷ କବଜା କରିଥିଲା ଏବଂ ୟୁକ୍ରେନ ସହ ଯୁଦ୍ଧରେ ଏହି ବ୍ରିଜ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିଲା। ୨୦୧୮ରେ ପୁଟିନ୍ ଏହି ବ୍ରିଜ୍କୁ ଉଦ୍ଘାଟନ୍ କରିଥିଲେ।
ଉଲ୍ଲେଖଯୋଗ୍ୟ ଏହି ବ୍ରିଜ୍ ରୁଷ ଏବଂ ୟୁକ୍ରେନ ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିଲା। ଯୁଦ୍ଧ ମଧ୍ୟରେ ଗତ ବୁଧବାର ୟୁକ୍ରେନର ଚାରୋଟି ବଡ଼ ସହରକୁ ରୁଷରେ ସାମିଲ କରାଇବା ନେଇ ଦସ୍ତାବିଜ ଉପରେ ହସ୍ତାକ୍ଷର କରିଥିଲା। ଏଥିରେ ୟୁରୋପର ସବୁଠୁ ବଡ଼ ପରମାଣୁ ଉର୍ଜା ପ୍ଲାଣ୍ଟ ଜାପୋରିଝିଝଆ ସାମିଲ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।