ମାଡି ଆସୁଛି ସୁନାମୀ! ସତର୍କ କଲା ପାଣିପାଗ ବିଭାଗ

ୱାଶିଂଟନ: ବାଜିଲା ସୁନାମୀ ପାଇଁ ସତର୍କ ଘଣ୍ଟି। ମାଡି ଆସିବ ଭୟଙ୍କର ସୁନାମୀ। ଏନେଇ ଆମେରିକାକୁ ସତର୍କ କରାଇଲା ପାଣିପାଗ ବିଭାଗ। ଆମେରିକାର ପଶ୍ଚିମ ଉପକୂଳରେ ସୁନାମୀ ଚେତବାନୀ ଜାରି କରାଯାଇଛି। ଶନିବାର ପ୍ରଶାନ୍ତ ମହାସାଗରରେ ଥିବା ଟୋଙ୍ଗା ଦ୍ୱୀପ ନିକଟରେ ସମୁଦ୍ର ମଧ୍ୟରେ ଏକ ଜ୍ୱାଳାମୁଖୀ ବିସ୍ଫୋରଣ ହୋଇଛି। ଫଳରେ ପ୍ରଶାନ୍ତ ମହାସାଗରର ଉପକୂଳବର୍ତ୍ତୀ ଅଞ୍ଚଳରେ ୪ ଫୁଟ ଉଚ୍ଚର ଢ଼େଉ ସୃଷ୍ଟି ହୋଇ କୂଳରେ ମାଡ ହେଉଛି। ଏହି ବିସ୍ଫୋରଣ ପରେ ସୃଷ୍ଟି ହୋଇଥିବା […]

tsunami

Madhupriya Mistry
  • Published: Sunday, 16 January 2022
  • , Updated: 16 January 2022, 01:05 PM IST

ୱାଶିଂଟନ: ବାଜିଲା ସୁନାମୀ ପାଇଁ ସତର୍କ ଘଣ୍ଟି। ମାଡି ଆସିବ ଭୟଙ୍କର ସୁନାମୀ। ଏନେଇ ଆମେରିକାକୁ ସତର୍କ କରାଇଲା ପାଣିପାଗ ବିଭାଗ। ଆମେରିକାର ପଶ୍ଚିମ ଉପକୂଳରେ ସୁନାମୀ ଚେତବାନୀ ଜାରି କରାଯାଇଛି।

ଶନିବାର ପ୍ରଶାନ୍ତ ମହାସାଗରରେ ଥିବା ଟୋଙ୍ଗା ଦ୍ୱୀପ ନିକଟରେ ସମୁଦ୍ର ମଧ୍ୟରେ ଏକ ଜ୍ୱାଳାମୁଖୀ ବିସ୍ଫୋରଣ ହୋଇଛି। ଫଳରେ ପ୍ରଶାନ୍ତ ମହାସାଗରର ଉପକୂଳବର୍ତ୍ତୀ ଅଞ୍ଚଳରେ ୪ ଫୁଟ ଉଚ୍ଚର ଢ଼େଉ ସୃଷ୍ଟି ହୋଇ କୂଳରେ ମାଡ ହେଉଛି।

ଏହି ବିସ୍ଫୋରଣ ପରେ ସୃଷ୍ଟି ହୋଇଥିବା ବିଶାଳ ଆକାରର ଢ଼େଉକୁ ଦୃଷ୍ଟିରେ ରଖି ଆମେରିକାର ପଶ୍ଚିମ ଉପକୂଳରେ ସୁନାମୀର ଚେତବାନୀ ଜାରି କରାଯାଇଛି। ଏହାବ୍ୟତୀତ ଜାପନକୁ ମଧ୍ୟ ସୁନାମୀ ବିପଦ ଥିବା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

ଏହି ବିସ୍ଫୋରଣର ଏକ ଭିଡିଓ ହୋନୁଲୁଲୁ ଜାତୀୟ ପାଣିପାଗ ସର୍ଭିସେସ ପକ୍ଷରୁ ଟ୍ୱିଟରରେ ଶେଆର କରାଯାଇଛି । ବିଶେଷଜ୍ଞଙ୍କ ମତ, ଗତ ୩୦ ବର୍ଷରେ ଏହା ଟୋଙ୍ଗାରେ ହୋଇଥିବା ସବୁଠାରୁ ବଡ଼ ଜ୍ୱାଳାମୁଖୀ ବିସ୍ଫୋରଣ।

ବୈଜ୍ଞାନିକମାନେ ରବିବାର କହିଛନ୍ତି ଯେ ଟୋଙ୍ଗା ନିକଟ ସମୁଦ୍ରରେ ଭିତରେ ହୋଇଥିବା ଆଗ୍ନେୟଗିରି ଉଦ୍‌ଗୀରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହା ସମଗ୍ର ବିଶ୍ୱରେ ଅନୁଭୂତ ହୋଇଥିଲା। ଭୂବିଜ୍ଞାନୀଙ୍କ ଅନୁଯାୟୀ ଆଗ୍ନେୟଗିରି ଉଦ୍‌ଗୀରଣ ଯୋଗୁଁ ସୁନାମୀ ସୃଷ୍ଟି ହୋଇଛି। ​​ଏହି କାରଣ ଯୋଗୁଁ ଜାପାନ ଠାରୁ ଆରମ୍ଭ କରି ଆମେରିକାର ପ୍ରଶାନ୍ତ ମହାସାଗର ଉପକୂଳବର୍ତ୍ତୀ ଅଞ୍ଚଳରେ ପାଣି ଭର୍ତ୍ତି ହୋଇଯାଇଛି।

ଟୋଙ୍ଗା ପାଣିପାଗ ବିଭାଗ ସାରା ଦେଶ ପାଇଁ ସୁନାମୀ ଚେତାବନୀ ଜାରି କରିଛି।  ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ଅପିଲ କରାଯାଇଛି। ଅନ୍ୟପଟେ ସ୍ଥିତି ଉପରେ ନଜର ରଖାଯାଇଛି, ଆବଶ୍ୟକ ସ୍ଥଳେ ଯଦି ସହାୟତା ପାଇଁ ନିବେଦନ କରାଯାଏ ତେବେ ଏଥିପାଇଁ ପ୍ରସ୍ତୁତ ଅଛୁ ବୋଲି ନ୍ୟୁଜିଲାଣ୍ଡ ସେନା ପକ୍ଷରୁ କୁହାଯାଇଛି। ସେପେଟେ ଅଷ୍ଟ୍ରେଲିଆ ମଧ୍ୟ ସତର୍କ ଚେତାବନୀ ଜାରି କରିଛି।

ସୂଚନା ଅନୁସାରେ ଏହି ଜ୍ୱାଳାମୁଖୀ ବିସ୍ଫୋରଣ ଟୋଙ୍ଗାର ଟୋଙ୍ଗା ହଙ୍ଗା ହାପାଇ ଜ୍ୱଳାମୁଖୀରେ ହୋଇଛି। ଏହି ଜ୍ୱଳାମୁଖୀ ଟୋଙ୍ଗାର ରାଜଧାନୀ ନୁକୁଓଲୋଫା ଠାରୁ ୬୪କିଲୋମିଟର ଉତ୍ତରରେ ଅବସ୍ଥିତ। ସ୍ୟାଟେଲାଇଟ୍‌ରେ ଆଗ୍ନେୟ ଉଦ୍‌ଗୀରଣର ପୂରା ଚିତ୍ର କଏଦ ହୋଇଛି। ଅଲାସ୍କାର ୧୦ ହଜାର କିଲୋମିଟର ଦୂରରେ ସ୍ଥିତ ସମୁଦ୍ରରେ ଜ୍ୱାଳାମୁଖୀ ବିସ୍ଫୋରଣ ଯୋଗୁଁ ପ୍ରବଳ ଗର୍ଜନ ଶୁଣିବାକୁ ମିଳିଥିଲା। ଏଥିସହ ବିସ୍ଫୋରଣ ଯୋଗୁଁ ବାୟୁମଣ୍ଡରେ ଧୂଆଁ ଆଉ ପାଉଁଶ ଭର୍ତ୍ତି ହୋଇଯାଇଥିଲା।

https://twitter.com/rajbhagatt/status/1482292427264503816?s=20

Related story