ଚାଲିଗଲେ ସୋଭିଏତ ରୁଷର ଶେଷ ରାଷ୍ଟ୍ରପତି

ମସ୍କୋ: ବିନାରକ୍ତପାତରେ ଶୀତଳ ଯୁଦ୍ଧକୁ ନିର୍ଣ୍ଣାୟକ ପରିଣାମ ଦେଇଥିବା ସୋଭିଏତ ରୁଷର ଶେଷ ରାଷ୍ଟ୍ରପତି ମିଖାଇଲ ଗୋର୍ଭାଚୋଭଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ପରଲୋକ ଘଟିଛି।  ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା। ମସ୍କୋର ଏକ ହସପିଟାଲରେ ପରିଣତ ବୟସରେ ଜୀବନ ଯୁଦ୍ଧ ସହ ଲଢ଼ି ହାରିଯାଇଛନ୍ତି ମିଖାଇଲ। ମିଖାଇଲ ସୋଭିଏତ ରୁଷର ଶେଷ ରାଷ୍ଟ୍ରପତି ଥିଲେ। ବିନା ରକ୍ତପାତରେ ମିଖାଇଲଙ୍କ ଦ୍ୱରା ଶୀତଳ ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। କିନ୍ତୁ ସୋଭିଏତ ରୁଷକୁ ଖଣ୍ଡବିଖଣ୍ଡିତ ହେବାରୁ ରୋକିପାରି […]

rush

  • Published: Wednesday, 31 August 2022
  • , Updated: 31 August 2022, 11:57 AM IST

ମସ୍କୋ: ବିନାରକ୍ତପାତରେ ଶୀତଳ ଯୁଦ୍ଧକୁ ନିର୍ଣ୍ଣାୟକ ପରିଣାମ ଦେଇଥିବା ସୋଭିଏତ ରୁଷର ଶେଷ ରାଷ୍ଟ୍ରପତି ମିଖାଇଲ ଗୋର୍ଭାଚୋଭଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ପରଲୋକ ଘଟିଛି।  ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା। ମସ୍କୋର ଏକ ହସପିଟାଲରେ ପରିଣତ ବୟସରେ ଜୀବନ ଯୁଦ୍ଧ ସହ ଲଢ଼ି ହାରିଯାଇଛନ୍ତି ମିଖାଇଲ। ମିଖାଇଲ ସୋଭିଏତ ରୁଷର ଶେଷ ରାଷ୍ଟ୍ରପତି ଥିଲେ। ବିନା ରକ୍ତପାତରେ ମିଖାଇଲଙ୍କ ଦ୍ୱରା ଶୀତଳ ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। କିନ୍ତୁ ସୋଭିଏତ ରୁଷକୁ ଖଣ୍ଡବିଖଣ୍ଡିତ ହେବାରୁ ରୋକିପାରି ନଥିଲେ ମିଖାଇଲ। ସୋଭିଏତ ରୁଷର ଶାସନ ବ୍ୟବସ୍ଥାରେ ସଂସ୍କାର ଆଣିବା ଲାଗି ସେ ଆରମ୍ଭ କରିଥିବା ପେରିସ୍ତ୍ରୋଇକା ଓ ଗ୍ଲାସ୍ତନସ୍ତ ବ୍ୟବସ୍ଥା ସାରା ବିଶ୍ୱରେ ଚର୍ଚ୍ଚିତ ହୋଇଥିଲା।

ତାଙ୍କ ଶାସନ କାଳରେ ସେ ଆମେରିକା ସହ ଅସ୍ତ୍ରଶସ୍ତ୍ର ଡିଲକୁ ହ୍ରାସ କରି ପାଶ୍ଚାତ୍ୟ ରାଷ୍ଟ୍ର ସହ ଉତ୍ତମ ସମ୍ପର୍କ ସ୍ଥାପନ କରିବାରେ ବଡ଼ ପଦକ୍ଷେପ ଥିଲା। ଫଳରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ୟୁରୋପରେ ସୃଷ୍ଟ ବିଭାଜିତ ସମସ୍ୟାକୁ ହଟାଇବା ଏବଂ ଜର୍ମାନୀର ଏକତ୍ରିକରଣ କରିବାରେ ମିଖାଇଲ ଉଦ୍ୟମ କରିଥିଲେ।

୧୯୩୧ ମାର୍ଚ୍ଚ ୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ମିଖାଇଲ। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସେ ଜର୍ମାନୀର ଅତ୍ୟାଚାରକୁ ଅନୁଭବ କରିଥିଲେ। କମ୍ୟୁନିଷ୍ଟ ପାର୍ଟିରେ ସେ ନିଜର କ୍ୟାରିଅର ଆରମ୍ଭ କରିଥିଲେ। ସେ ସାମ୍ୟବାଦରେ ସୁଧାର କରିବାକୁ ଦାବି କରିଥିଲେ। ସେ ୧୯୮୫ରେ ସୋଭିଏତ ସଙ୍ଘର ନେତା ନିର୍ବାଚିତ ହୋଇଥିଲେ । ୧୯୮୫ରୁ ୧୯୯୧ ଯାଏଁ ସେ ସୋଭିଏତ କମ୍ୟୁନିଷ୍ଟ ପାର୍ଟିର ମହାସଚିବ ମଧ୍ୟ ଥିଲେ ।  ସେହିପରି ୧୯୮୮ରୁ ୧୯୮୯ ଯାଏଁ ସୁପ୍ରିମ ସୋଭିଏତ ପ୍ରୋସିଡିୟମର ଅଧ୍ୟକ୍ଷ ରହିଥିଲେ । ୧୯୮୮ରୁ ୧୯୯୧ ଯାଏଁ ସେ ଷ୍ଟେଟ୍ କଣ୍ଟ୍ରି ହେଡ୍ ଥିଲେ। ଏପରିକି ସେ ସୁପ୍ରିମ ସୋଭିଏତର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ ତୁଲାଇଛନ୍ତି।

୧୯୯୯ରେ ମିଖାଇଲ ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ।  ଆସନ୍ତକାଲି ମସ୍କୋରେ ତାଙ୍କର ଅନ୍ତିମ ସଂସ୍କାର ହେବ। ତାଙ୍କ ମୃତ୍ୟୁରେ  ବର୍ତ୍ତମାନ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

Related story