ନୂଆଦିଲ୍ଲୀ: ଫିଲିପାଇନ୍ସରେ ଏକ ବଡ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦକ୍ଷିଣ ଫିଲିପାଇନ୍ସ ଅବତରଣ କରିବା ସମୟରେ ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯାଇଛି । ତେବେ ଜଳୁଥିବା ବିମାନର ଧ୍ୱଂସାବଶେଷରୁ ୪୦ ଜଣଙ୍କୁ ଉଦ୍ଧାର କରାଯାଇଛି।
ଉଦ୍ଧାର ସୈନିକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେବି ଉଦ୍ଧାର କାର୍ୟ୍ୟ ଜାରି ରହିଛି। ଏହି ବିମାନରେ ମୋଟ ୮୫ ଜଣ ସେନା ଥିଲେ । C-130 ସାମରିକ ବିମାନ ସୁଲୁ ପ୍ରଦେଶର ଜୋଲୋ ଦ୍ୱୀପରେ ଅବତରଣ କରିବାକୁ ଚେଷ୍ଟା କରୁଥିଲା । ଏହି ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ଫିଲିପାଇନ୍ସର ସାମରିକ ମୁଖ୍ୟ କହିଛନ୍ତି ଯେ ବିମାନର ଧ୍ୱଂସାବଶେଷରୁ ଅତି କମରେ ୪୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଯେପରି ଅଧିକରୁ ଅଧିକ ସେନାଙ୍କ ଜୀବନ ରକ୍ଷା କରାଯାଇପାରିବ ସେଥିପାଇଁ ଆମେ ଚେଷ୍ଟା କରୁଛୁ। ତେବେ ଏହି ଦୁର୍ଘଟଣା କେତେ ଜଣଙ୍କ ମୃତ୍ୟୁ ହୋଇଛି, ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ ।
https://twitter.com/AlertsPea/status/1411556461365194754?s=20