ଚିନ୍ତା ବଢ଼ାଇଲା 'ମଙ୍କିପକ୍ସ', ଜରୁରୀକାଳୀନ ପରିସ୍ଥିତି ଘୋଷଣା

ୱାଶିଂଟନ୍‌: ଚିନ୍ତା ବଢ଼ାଇଲା ମଙ୍କିପକ୍ସ। କାଲିଫର୍ଣ୍ଣିଆରେ ବଢ଼ିଲା ସଂକ୍ରମଣ। ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି କାଲିଫର୍ଣ୍ଣିଆ ଗଭର୍ଣ୍ଣର ଗାଭିନ ନ୍ୟୁଜମ ଏଠାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। କାଲିଫର୍ନିଆ ଆମେରିକାର ତୃତୀୟ ରାଜ୍ୟ, ଯେଉଁଠି ଏହି ଭାଇରସ୍‌କୁ ନେଇ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ରାଜ୍ୟପାଳ ନ୍ୟୁଜମ କହିଛନ୍ତି ରାଜ୍ୟବ୍ୟାପୀ ଜରୁରୀକାଳୀନ ଘୋଷଣା ଦ୍ୱାରା ମଙ୍କିପକ୍ସ ପ୍ରତି ଏକ ଉତ୍ତମ ପ୍ରତିକ୍ରିୟାକୁ ସମନ୍ୱିତ କରିବାରେ ସାହାଯ୍ୟ ମଳିବ। ଏହି ଭାଇରସ୍‌କୁ ନେଇ ସଚେତନତା ସୃଷ୍ଟି ହେବ ଏବଂ […]

Monkeypox

Madhupriya Mistry
  • Published: Tuesday, 02 August 2022
  • , Updated: 02 August 2022, 12:05 PM IST

ୱାଶିଂଟନ୍‌: ଚିନ୍ତା ବଢ଼ାଇଲା ମଙ୍କିପକ୍ସ। କାଲିଫର୍ଣ୍ଣିଆରେ ବଢ଼ିଲା ସଂକ୍ରମଣ। ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି କାଲିଫର୍ଣ୍ଣିଆ ଗଭର୍ଣ୍ଣର ଗାଭିନ ନ୍ୟୁଜମ ଏଠାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। କାଲିଫର୍ନିଆ ଆମେରିକାର ତୃତୀୟ ରାଜ୍ୟ, ଯେଉଁଠି ଏହି ଭାଇରସ୍‌କୁ ନେଇ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି।

ରାଜ୍ୟପାଳ ନ୍ୟୁଜମ କହିଛନ୍ତି ରାଜ୍ୟବ୍ୟାପୀ ଜରୁରୀକାଳୀନ ଘୋଷଣା ଦ୍ୱାରା ମଙ୍କିପକ୍ସ ପ୍ରତି ଏକ ଉତ୍ତମ ପ୍ରତିକ୍ରିୟାକୁ ସମନ୍ୱିତ କରିବାରେ ସାହାଯ୍ୟ ମଳିବ। ଏହି ଭାଇରସ୍‌କୁ ନେଇ ସଚେତନତା ସୃଷ୍ଟି ହେବ ଏବଂ ଅଧିକ ଟିକା ସୁରକ୍ଷିତ ହେବ। ସରକାର ସବୁ ସ୍ତରରେ ମଙ୍କିପକ୍ସ ସଂକ୍ରମଣକୁ କମାଇବା ପାଇଁ ଚେଷ୍ଟା ଚଲାଇଛି।  ଟେଷ୍ଟିଂ, ଟ୍ରେସିଂ ଦ୍ୱାରା ମହାମାରୀ ସମୟରେ ସବୁଠାରୁ ଅଧିକ ଗୁରୁତର ଥିବା ଲୋକ ଆମ ଫୋକସରେ ରହିବ। ତାଙ୍କୁ ଟିକା ଓ ଚିକିତ୍ସା ଯୋଗାଇ ଦିଆଯିବ।

ଗତ ସପ୍ତାହରେ ସାନ୍‌ ଫ୍ରାନ୍ସିସ୍କୋ ମଙ୍କିପକ୍ସ ଭାଇରସକୁ ଦୃଷ୍ଟିରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲା। ସାନ୍‌ ଫ୍ରାନ୍ସିସ୍କୋର ମେୟର ଏନେଇ ଘୋଷଣା କରିଥିଲେ।

ସୂଚନା ମୁତାବକ, ନ୍ୟୁୟର୍କ ପରେ ଏବେ କାଲିଫର୍ଣ୍ଣିଆରେ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ବର୍ତ୍ତମାନ ସୁଦ୍ଧା ଏହି ରାଜ୍ୟରୁ ୮୨୭ଟି ମଙ୍କିପକ୍ସ ମାମଲା ସାମ୍ନାକୁ ଆସିଛି। ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (ସିଡିସି) ର ତଥ୍ୟ ଅନୁଯାୟୀ ଦେଶରେ ମୋଟ ମଙ୍କିପକ୍ସ ମାମଲା ୫,୮୧୧ଟି ରହିଛି।

Related story