୫ ବର୍ଷ ପରେ କୁଖ୍ୟାତ ତାଲିବାନ ନେତା ରସୁଲକୁ ଜେଲରୁ ଖଲାସ କଲା ପାକିସ୍ତାନ

ଇସଲାମାବାଦ: ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ ଏବେ ସଂଗଠନ ବିରୋଧରେ ବିଦ୍ରୋହ କରି ଜେଲରେ ଥିବା କୁଖ୍ୟାତ ଆତଙ୍କୀ ମୁଲ୍ଲା ମହମ୍ମଦ ରସୁଲକୁ ଖଲାସ କରିଛି ପାକିସ୍ତାନ। ରସୁଲ ଆଫଗାନ ତାଲିବାନ ବିରୋଧରେ ବିଦ୍ରୋହ କରିଥିଲେ ହେଁ ସଂଗଠନ ପାଇଁ ହିଁ କାର୍ଯ୍ୟ କରୁଥିଲା। ତଥାପି ତା’କୁ ପାକିସ୍ତାନ ୫ ବର୍ଷ ତଳେ ଗିରଫ କରିଥିଲା। ୫୬ ବର୍ଷୀୟ ରସୁଲକୁ ୨୦୧୬ ମସିହା ମାର୍ଚ୍ଚ ମାସରେ ପାକିସ୍ତାନର ବାଲୁଚିସ୍ତାନରୁ ଗିରଫ କରାଯାଇଥିଲା। ଦୀର୍ଘ ୫ ବର୍ଷ […]

Mullah-Rasool

Hemant Lenka
  • Published: Wednesday, 18 August 2021
  • , Updated: 18 August 2021, 05:10 PM IST

ଇସଲାମାବାଦ: ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ ଏବେ ସଂଗଠନ ବିରୋଧରେ ବିଦ୍ରୋହ କରି ଜେଲରେ ଥିବା କୁଖ୍ୟାତ ଆତଙ୍କୀ ମୁଲ୍ଲା ମହମ୍ମଦ ରସୁଲକୁ ଖଲାସ କରିଛି ପାକିସ୍ତାନ। ରସୁଲ ଆଫଗାନ ତାଲିବାନ ବିରୋଧରେ ବିଦ୍ରୋହ କରିଥିଲେ ହେଁ ସଂଗଠନ ପାଇଁ ହିଁ କାର୍ଯ୍ୟ କରୁଥିଲା। ତଥାପି ତା’କୁ ପାକିସ୍ତାନ ୫ ବର୍ଷ ତଳେ ଗିରଫ କରିଥିଲା।

୫୬ ବର୍ଷୀୟ ରସୁଲକୁ ୨୦୧୬ ମସିହା ମାର୍ଚ୍ଚ ମାସରେ ପାକିସ୍ତାନର ବାଲୁଚିସ୍ତାନରୁ ଗିରଫ କରାଯାଇଥିଲା। ଦୀର୍ଘ ୫ ବର୍ଷ କାଳ ସେ ପାକିସ୍ତାନ ଜେଲରେ ରହିବା ପରେ ଆଜି ମୁକ୍ତି ପାଇଛି। ତତ୍କାଳୀନ ତାଲିବାନ ନେତା ମୁଲ୍ଲା ମହମ୍ମଦ ମନସୁରକୁ ରସୁଲ ବିରୋଧ କରୁଥିଲା।

ଏଥିପାଇଁ ସେ ତାଲିବାନ ଠାରୁ ଅଲଗା ହୋଇ ନିଜର ସମର୍ଥକଙ୍କ ସହ ଆଉ ଗୋଟିଏ ସଂଗଠନ ତିଆରି କରିଥିଲା। ତାଲିବାନ ଭଳି ରସୁଲର ସଂଗଠନ ମଧ୍ୟ ଆତଙ୍କରାଜ ଜାରି ରଖିଥିଲା। ୨୦୧୫ରେ ଫାରା ପ୍ରଦେଶରେ ତାଲିବାନ ଯୋଦ୍ଧାଙ୍କ ବୈଠକ ବସିଥିଲା। ଏହି ସମୟରେ ବିଦ୍ରୋହୀ ଗୋଷ୍ଠୀର ନେତାଭାବେ ରସୁଲକୁ ନିଯୁକ୍ତି ମିଳିଥିଲା।

ରସୁଲକୁ ସମର୍ଥନ କରୁଥିବା ତାଲିବାନୀମାନେ ମନସୁର ନିଜର ବ୍ୟକ୍ତିଗତ ଏଜେଣ୍ଡାକୁ ସଂଗଠନ ଉପରେ ଲଦି ଦେଉଥିବା ଅଭିଯୋଗ କରିଥିଲେ। ସେହିପରି ପାକିସ୍ତାନର ଇସାରାରେ ମନସୁର କାମ କରୁଥିବା ସେମାନେ କହିଥିଲେ। ଏହି କାରଣରୁ ପାକିସ୍ତାନ ଓ ମନସୁର ଗୋଷ୍ଠୀ ସହ ରସୁଲର ତିକ୍ତତା ସୃଷ୍ଟି ହୋଇଥିଲା।

ତାଲିବାନର ପ୍ରତିଷ୍ଠା କରିଥିବା ମୁଲ୍ଲା ଓମାର ୨୦୧୩ରେ ପ୍ରାଣ ହରାଇବା ପରେ ଉଭୟ ରସୁଲ ଓ ମନସୁର ସଂଗଠନର ନେତା ହେବାକୁ ଚେଷ୍ଟା କରିଥିଲେ। ଶେଷରେ ମନସୁର ନେତା ହେବାରୁ ଏହାକୁ ରସୁଲ ଗ୍ରହଣ କରିପାରି ନଥିଲା। ଏପରି କି ଆଫଗାନ ସରକାରଙ୍କ ସହ ମନସୁର ଶାନ୍ତି ପ୍ରତିଷ୍ଠା ସମ୍ପର୍କରେ ଆଲୋଚନା କରିବାକୁ ଯାଉଥିବାରୁ ଏହାକୁ ମଧ୍ୟ ରସୁଲ ବିରୋଧ କରିଥିଲା। ଏହି କାରଣରୁ ରସୁଲ ପାକିସ୍ତାନରେ ରହି କାମ କରୁଥିଲା। କିନ୍ତୁ ୨୦୧୬ରେ ପାକିସ୍ତାନ ସୁରକ୍ଷାକର୍ମୀ ତା’କୁ ଗିରଫ କରିଥିଲେ।

ଏବେ ତା’କୁ ପାକିସ୍ତାନ ରିଲିଜ କରିବାର କାରଣ ଜଣାପଡ଼ିନି। ସମ୍ଭବତଃ ଆଫଗାନିସ୍ତାନରେ ତାଲିବାନ କ୍ଷମତା ଦଖଲ କରିଥିବାରୁ ରସୁଲ ମଧ୍ୟ ସଂଗଠନ ସହ ମିଶି କାମ କରିବାକୁ ଚାହୁଁଛି। ଏହାଦ୍ୱାରା ସଂଗଠନ ଆହୁରି ଶକ୍ତିଶାଳୀ ହେବ ବୋଲି ତାଲିବାନ ଆଶା ରଖିଛି। ତାଲିବାନ ଏକଥା ପାକିସ୍ତାନ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ , ରସୁଲକୁ ଜେଲରୁ ଖଲାସ କରାଯାଇଥିବା କୁହାଯାଉଛି।

Related story