ପ୍ରଚଣ୍ଡ ନିଆଁ ବର୍ଷା, ଏହି ସ୍ଥାନରେ ଗଲାଣି ପ୍ରାୟ ୫୦୦ ଲୋକଙ୍କ ଜୀବନ

ବ୍ରିଟିଶ କଲମ୍ବିଆ: ମହାମାରୀ କରୋନା ସମୟରେ ପ୍ରଚଣ୍ଡ ରୌଦ୍ରତାପ କାନାଡାରେ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ଐତିହାସିକ ଓ ରେକର୍ଡ ସ୍ତରରେ ତାପମାତ୍ରା ପହଞ୍ଚିବା ପରେ ଲୋକମାତ୍ର ପ୍ରାଣ ହରାଇବା ଆରମ୍ଭ କରିଛନ୍ତି। ବିଶେଷ କରି ବ୍ରିଟିଶ କଲମ୍ବିଆରେ ହିଟୱେଭ ଯୋଗୁ ମୃତୁସଂଖ୍ୟା ହୁହୁ ହୋଇ ବଢ଼ିବାରେ ଲାଗିଛି। ବର୍ତ୍ତମାନ ପ୍ରାୟ ୫୦୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ପରିବେଶର ଏପରି ଭୟଙ୍କର ରୂପ ଦେଖି ସାଧାରଣ ଲୋକମାନେ ମଧ୍ୟ ଭୟଭୀତ […]

Canada

Canada

Hemant Lenka
  • Published: Thursday, 01 July 2021
  • Updated: 01 July 2021, 07:04 PM IST

Sports

Latest News

ବ୍ରିଟିଶ କଲମ୍ବିଆ: ମହାମାରୀ କରୋନା ସମୟରେ ପ୍ରଚଣ୍ଡ ରୌଦ୍ରତାପ କାନାଡାରେ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ଐତିହାସିକ ଓ ରେକର୍ଡ ସ୍ତରରେ ତାପମାତ୍ରା ପହଞ୍ଚିବା ପରେ ଲୋକମାତ୍ର ପ୍ରାଣ ହରାଇବା ଆରମ୍ଭ କରିଛନ୍ତି। ବିଶେଷ କରି ବ୍ରିଟିଶ କଲମ୍ବିଆରେ ହିଟୱେଭ ଯୋଗୁ ମୃତୁସଂଖ୍ୟା ହୁହୁ ହୋଇ ବଢ଼ିବାରେ ଲାଗିଛି।

ବର୍ତ୍ତମାନ ପ୍ରାୟ ୫୦୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ପରିବେଶର ଏପରି ଭୟଙ୍କର ରୂପ ଦେଖି ସାଧାରଣ ଲୋକମାନେ ମଧ୍ୟ ଭୟଭୀତ ହେବାରେ ଲାଗିଛି। କାରଣ କେବେ ହେଲେ ବ୍ରିଟିଶ କଲମ୍ବିଆ କିମ୍ବା କାନାଡାର କୌଣସି ସ୍ଥାନରେ ଏପରି ସ୍ଥିତି ଦେଖା ଯାଇ ନଥିଲା।

ସୂଚନା ଅନୁସାରେ, ବ୍ରିଟିଶ କଲମ୍ବିଆରେ ମାତ୍ର ୫ ଦିନରେ ୪୮୬ ଜଣଙ୍କ ଜୀବନ ଯାଇଛି। ସାଧାରଣତଃ ଏହି ସମୟସୀମା ମଧ୍ୟରେ ୧୬୫ ଜଣଙ୍କ ମୃତ୍ୟୁ ହୋଇଥାଏ। ହେଲେ ଏହାଠାରୁ ଅଧିକ ଲୋକ ଏବେ ଏଠାରେ ପ୍ରାଣ ହରାଇଛନ୍ତି। ପ୍ରଚଣ୍ଡ ହିଟୱେଭ ଯୋଗୁ ମୃତ୍ୟୁସଂଖ୍ୟା ବଢ଼ୁଥିବା କୁହାଯାଉଛି। ବିଭିନ୍ନ ସ୍ଥାନରେ ମଧ୍ୟ ଲୋକଙ୍କ ମୃତ୍ୟୁ ପଞ୍ଜୀକରଣ ହେଉଥିବାରୁ ଏହି ସଂଖ୍ୟା ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି। ବ୍ରିଟିଶ କଲମ୍ବିଆର ଲେଟନରେ ଚଳିତ ସପ୍ତାହରେ ସର୍ବୋଚ୍ଚ ତାପମାତ୍ରା ୪୯.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

ସାଧାରଣତଃ ଏହି ସମୟରେ ଏଠାରେ ଥଣ୍ଡା ଅନୁଭୂତ ହୁଏ। କିନ୍ତୁ ଚଳିତ ବର୍ଷ ସ୍ଥିତି ଅତ୍ୟନ୍ତ ସାଂଘାତିକ ହୋଇଯାଇଛି।
ବ୍ରିଟିଶ କଲମ୍ବିଆର ସବୁଠାରୁ ବଡ଼ ସହର ଭ୍ୟାଙ୍କୋଭରବାସୀ ଏବେ ଏସି ଥିବା ହୋଟେଲରେ ରହିବାକୁ ଭିଡ଼ ଜମାଇବାରେ ଲାଗିଛନ୍ତି। ହୋଟେଲ ଗୁଡ଼ିକରେ ଏତେ ଭିଡ଼ ଦେଖାଯାଉଛି ଯେ ଚେକ୍‌ ଇନ୍‌ ପାଇଁ ଲୋକଙ୍କୁ ଘଣ୍ଟାଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି।

ଅନଲାଇନ ଓ ଷ୍ଟୋର ଗୁଡ଼ିକରେ ଆଉ ଏସି ନାହିଁ। ସେକଣ୍ଡ ହ୍ୟାଣ୍ଡ ଏସି ଗୁଡ଼ିକ ବହୁମ କମ ଦାମରେ ରିଟେଲ ଦରରେ ବିକ୍ରି ହୋଇଥାଏ। କିନ୍ତୁ ଏବେ ଏଗୁଡ଼ିକର ଦାମ ଆକାଶ ଛୁଆଁ ହୋଇଯାଇଛି। ପିକ୍‌ ସମୟରେ ବିଜୁଳି ଚାହିଦା ସର୍ବକାଳୀନ ରେକର୍ଡସ୍ତରରେ ପହଞ୍ଚି ଯାଇଛି। ଲୋକମାନେ ପ୍ରାୟ ୬୦୦ ମେଗାୱାଟ ବିଜୁଳି ଖର୍ଚ୍ଚ କରୁଛନ୍ତି। କୋଇଲା ପାୱାର ପ୍ଲାଣ୍ଟର ବିଜୁଳି ଖର୍ଚ୍ଚ ସହ ଏହା ସମାନ।

ଚଳିତ ବର୍ଷ ସର୍ବୋଚ୍ଚ ତାପମାତ୍ରା ସ୍ୱାଭାବିକ ଠାରୁ ପ୍ରାୟ ୨୫ ଡିଗ୍ରୀ ଅଧିକ ରହିଛି। ଏହି କାରଣରୁ ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଅନ୍ୟପକ୍ଷରେ ଉତ୍ତର ଭାରତର ଅଧିକାଂଶ ସ୍ଥାନରେ ଦୁଇଦିନ ପାଇଁ ହିଟୱେଭ ସତର୍କ ସୂଚନା ଜାରି କରାଯାଇଛି। ଦିଲ୍ଲୀ ଠାରୁ ଆରମ୍ଭ କରି ଉତ୍ତର ପ୍ରଦେଶ ଓ ହରିଆଣାରେ ଝାଞ୍ଜୀ ପବନ ମାଡ଼ ହେବାର ଆଶଙ୍କା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos