ଭଲ ଖବର: କରୋନା ବିରୋଧରେ ନୋଭାଭାକ୍ସ ଟିକା ୯୦% ସଫଳ

ୱାଶିଂଟନ: ମହାମାରୀ କରୋନର ସହ ଲଢ଼େଇ କରୁଥିବା ବିଶ୍ୱବାସୀଙ୍କ ପାଇଁ ଭଲ ଖବର। ଆମେରିକୀୟ କମ୍ପାନୀ ନୋଭାଭାକ୍ସ ପ୍ରସ୍ତୁତ କରିଥିବା କରୋନା ଟିକା ଭାଇରସ ବିରୋଧରେ ୯୦%ରୁ ଅଧିକ ସଫଳ ବୋଲି ଜଣାପଡ଼ିଛି। କରୋନାରେ ପୀଡ଼ିତ ହେଉଥିବା ଲକ୍ଷଣ ଥିବା ଲୋକଙ୍କ କ୍ଷେତ୍ରରେ ଏହା ୯୦.୪% ସଫଳ ହେଉଥିବା ଆଜି କମ୍ପାନୀ ଦାବି କରିଛି। କମ୍ପାନୀ କହିଛି ଯେ ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲରେ ୩୦ ହଜାର ଲୋକ ସାମିଲ ହୋଇଥିଲେ। ଆମେରିକା ଓ ମେକ୍ସିକୋର ୧୧୯ଟି […]

Vaccine1

Hemant Lenka
  • Published: Monday, 14 June 2021
  • , Updated: 14 June 2021, 06:09 PM IST

ୱାଶିଂଟନ: ମହାମାରୀ କରୋନର ସହ ଲଢ଼େଇ କରୁଥିବା ବିଶ୍ୱବାସୀଙ୍କ ପାଇଁ ଭଲ ଖବର। ଆମେରିକୀୟ କମ୍ପାନୀ ନୋଭାଭାକ୍ସ ପ୍ରସ୍ତୁତ କରିଥିବା କରୋନା ଟିକା ଭାଇରସ ବିରୋଧରେ ୯୦%ରୁ ଅଧିକ ସଫଳ ବୋଲି ଜଣାପଡ଼ିଛି। କରୋନାରେ ପୀଡ଼ିତ ହେଉଥିବା ଲକ୍ଷଣ ଥିବା ଲୋକଙ୍କ କ୍ଷେତ୍ରରେ ଏହା ୯୦.୪% ସଫଳ ହେଉଥିବା ଆଜି କମ୍ପାନୀ ଦାବି କରିଛି।

କମ୍ପାନୀ କହିଛି ଯେ ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲରେ ୩୦ ହଜାର ଲୋକ ସାମିଲ ହୋଇଥିଲେ। ଆମେରିକା ଓ ମେକ୍ସିକୋର ୧୧୯ଟି ସ୍ଥାନରେ ଏହାର ପରୀକ୍ଷା କରାଯାଇଥିଲା। ଏହି ପରୀକ୍ଷାରୁ ଜଣାପଡ଼ିଛି ଯେ କମ୍ପାନୀର ଏନଭିଏକ୍ସ-ସିଓଭି ୨୩୭୩ ପ୍ରୋଟିନ ଯୁକ୍ତ ଟିକା ମଧ୍ୟମ ଓ ସାଂଘିତକ କରୋନା ଲକ୍ଷଣ ବିରୋଧରେ ୧୦୦% ସଫଳ। ମୋଟାମୋଟି ଏହି ଟିକାର ସଫଳତାର ହାର ୯୦.୪।

ଏହା ୬୫ ବର୍ଷ ଓ ଏହାଠାରୁ କମ ବୟସ୍କଙ୍କ କ୍ଷେତ୍ରରେ ଅଧିକ ଫଳପ୍ରଦ। ଟିକାର ଦୁଇଟି ଡୋଜ୍‌ ନେଲେ ଏହା ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ବୃଦ୍ଧି କରିବାରେ ସହାୟକ ହେଉଛି। ସେହିପରି କରୋନାର ସବୁ ପ୍ରକାରର ଷ୍ଟ୍ରେନ ବିପକ୍ଷରେ ଏହା ଲଢ଼େଇ କରିବାକୁ ସକ୍ଷମ ବୋଲି କମ୍ପାନୀ ଦାବି କରିଛି।

Related story