କେବଳ କରୋନା ଟିକା ନେଇଥିବା ଲୋକଙ୍କୁ ହଜ୍‌ ଯାତ୍ରା ପାଇଁ ମିଳିବ ଅନୁମତି

ଥିରୁଭନନ୍ତପୁରମ: ହଜ୍‌ ଯାତ୍ରା କରିବାକୁ ଚାହୁଁଥିବା ବିଶ୍ୱର ସବୁ ଲୋକଙ୍କ ପାଇଁ କରୋନା ଟିକା ବାଧ୍ୟତାମୂଳକ କରିଛି ସାଉଦି ଆରବ। ଭାରତରୁ ହଜ୍‌ ଯାତ୍ରା କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ମଧ୍ୟ ଏହି ନିୟମ କାର୍ଯ୍ୟକାରୀ ହେବ। ଯେଉଁମାନେ ଟିକା ନେଇଥିବେ ସେମାନଙ୍କୁ ଯାତ୍ରା ପାଇଁ ଅନୁମତି ମିଳିବ ବୋଲି ସାଉଦି ଆରବ ସରକାର କହିଛନ୍ତି। ସାଉଦି ସ୍ୱାସ୍ଥ୍ୟମନ୍ତ୍ରୀ ଡା ତୱଫିଗ ବିନ୍‌ ଫୱଜାନ ଅଲ ରାବି ଏ ସଂକ୍ରାନ୍ତରେ ଜାରି ସର୍କ୍ୟୁଲାର୍‌ରେ ଦସ୍ତଖତ ମଧ୍ୟ କରିଛନ୍ତି। […]

Madina

Hemant Lenka
  • Published: Thursday, 04 March 2021
  • , Updated: 04 March 2021, 07:05 PM IST

ଥିରୁଭନନ୍ତପୁରମ: ହଜ୍‌ ଯାତ୍ରା କରିବାକୁ ଚାହୁଁଥିବା ବିଶ୍ୱର ସବୁ ଲୋକଙ୍କ ପାଇଁ କରୋନା ଟିକା ବାଧ୍ୟତାମୂଳକ କରିଛି ସାଉଦି ଆରବ। ଭାରତରୁ ହଜ୍‌ ଯାତ୍ରା କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ମଧ୍ୟ ଏହି ନିୟମ କାର୍ଯ୍ୟକାରୀ ହେବ। ଯେଉଁମାନେ ଟିକା ନେଇଥିବେ ସେମାନଙ୍କୁ ଯାତ୍ରା ପାଇଁ ଅନୁମତି ମିଳିବ ବୋଲି ସାଉଦି ଆରବ ସରକାର କହିଛନ୍ତି।

ସାଉଦି ସ୍ୱାସ୍ଥ୍ୟମନ୍ତ୍ରୀ ଡା ତୱଫିଗ ବିନ୍‌ ଫୱଜାନ ଅଲ ରାବି ଏ ସଂକ୍ରାନ୍ତରେ ଜାରି ସର୍କ୍ୟୁଲାର୍‌ରେ ଦସ୍ତଖତ ମଧ୍ୟ କରିଛନ୍ତି। ମନ୍ତ୍ରୀ କହିଛନ୍ତି, ମକ୍କା ଓ ମଦିନାରେ ସ୍ୱାସ୍ଥ୍ୟ ସେବା ଚାଲୁ ରଖିବା ପାଇଁ ସରକାର ଆବଶ୍ୟକ କର୍ମଚାରୀଙ୍କୁ ପ୍ରସ୍ତୁତ କରି ରଖନ୍ତୁ। ନୂଆ ନିୟମ ଅନୁସାରେ, କେବଳ ଟିକା ନେଇଥିବା ଲୋକଙ୍କୁ ହଜ୍‌ ଯାତ୍ରା ପାଇଁ ଅନୁମତି ଦିଆଯିବ।

ଚଳିତ ବର୍ଷ ଜୁଲାଇ ମାସରେ ହଜ୍‌ ଯାତ୍ରା ଅନୁଷ୍ଠିତ ହେବ। କରୋନାକୁ ଦୃଷ୍ଟିରେ ରଖି କେତେ ଲୋକଙ୍କୁ ହଜ ଯାତ୍ରା କରିବା ପାଇଁ ମକ୍କା ଓ ମଦିନା ଯିବା ଅନୁମତି ମିଳିବ, ସେ ବିଷୟରେ ସାଉଦି ସରକାର ଏଯାଏ ନିଷ୍ପତ୍ତି ନେଇ ନାହାନ୍ତି। ଗତବର୍ଷ ସାଉଦିରେ ରହୁଥିବା କିଛି ହାତ ଗଣତି ସ୍ଥାନୀୟ ଲୋକ ଓ ବିଦେଶୀ ନାଗରିକଙ୍କୁ ହଜ୍‌ ପାଇଁ ଅନୁମତି ଦିଆଯାଇଥିଲା। ଉମରା(ମକ୍କାକୁ ହେଉଥିବା ଯାତ୍ରା) ତୀର୍ଥଯାତ୍ରାକୁ କରୋନା ଯୋଗୁ ଗତବର୍ଷ ମାର୍ଚ୍ଚରେ ସ୍ଥଗିତ ରଖାଯାଇଥିଲା।

ଏହାପରେ ଏହା ପୁଣି ଅକ୍ଟୋବର ୪ରୁ ଆରମ୍ଭ ହୋଇଥିଲା। ଚଳିତ ବର୍ଷ ଜାନୁଆରୀ ସୁଦ୍ଧା ପ୍ରାୟ ୧୯ ଲକ୍ଷ ଲୋକ ଉମରା ପାଳନ କରିଛନ୍ତି। ଅର୍ଥାତ ଏମାନେ ମକ୍କା ଯାତ୍ରା କରିଛନ୍ତି।

କରୋନା ମହାମାରୀ ପୂର୍ବରୁ ପ୍ରତିବର୍ଷ ବିଭିନ୍ନ ଦେଶରୁ ପ୍ରାୟ ୨୦ ଲକ୍ଷ ଲୋକ ହଜ୍‌ ଯାତ୍ରା ପାଇଁ ସାଉଦି ଆରବ ଆସନ୍ତି। ହିଜ୍ରା କ୍ୟାଲେଣ୍ଡରର ଧୁ ଅଲ ହିଜା ମାସରେ ପ୍ରତିବର୍ଷ ହଜ୍‌ ଯାତ୍ରା ଅନୁଷ୍ଠିତ ହୁଏ। ଗତମାସରେ ସାଉଦି ଆରବ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ଓ ଆମେରିକା ସମେତ ୨୦ଟି ଦେଶରୁ ଚଳାଚଳ କରୁଥିବା ବିମାନକୁ ନିଜ ଦେଶରେ ପ୍ରବେଶ ପାଇଁ ଅନୁମତି ଦେବାକୁ ମନା କରିଦେଇଥିଲା।

ଭାରତ ଓ ଆମେରିକା ବ୍ୟତୀତ ଅସ୍ଥାୟୀ ବିମାନ ପ୍ରବେଶ କଟକଣା ପାକିସ୍ତାନ, ବ୍ରାଜିଲ, ଜାପାନ, ବ୍ରିଟେନ, ଇଟାଲୀ, ପର୍ତ୍ତୁଗାଲ, ଫ୍ରାନ୍ସ, ସ୍ୱିଡେନ, ଜର୍ମାନୀ, ଆୟର୍ଲ୍ୟାଣ୍ଡ ଓ ସ୍ୱିଜରଲ୍ୟାଣ୍ଡ ଉପରେ ମଧ୍ୟ ଲାଗୁ ହୋଇଥିଲା।

Related story