ଚିଡ଼ିଆଘର ପାଲଟିଲା ପାକିସ୍ତାନ ସଂସଦ, ଚାଲିଲା ଗୋଇଠା-ବିଧା ମାଡ଼

ଇସଲାମାବାଦ: ପାକିସ୍ତାନ ସଂସଦରେ ମଙ୍ଗଳବାର କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ଏକ ସୁସ୍ଥ ଗଣତନ୍ତ୍ର ପାଇଁ ଆଦୌ ଶୋଭନୀୟ ନୁହେଁ। ଜାତୀୟ ବଜେଟ୍ ଉପରେ ଆଲୋଚନା ବେଳେ ସାଂସଦମାନେ କେବଳ ପରସ୍ପରକୁ ଧକ୍କା ମାରିବା ସହ ପରସ୍ପରକୁ ଗାଳିଗୁଲଜ ମଧ୍ୟ କରିଛନ୍ତି। ଏପରିକି ବିରୋଧୀ ଦଳର ନେତା ଶାହବାଜ ଶରିଫ କହିବା ଆରମ୍ଭ କରିବା ମାତ୍ରେ ଗୃହରେ ହଙ୍ଗାମା ହୋଇଥିଲା। ଏହି ସମୟରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟିର ପାକିସ୍ତାନ ତେହରିକ-ଇ-ଇନସାଫ (ପିଟିଆଇ)ର ସାଂସଦ […]

PAKISTAN

Ranjit Kumar Jena
  • Published: Tuesday, 15 June 2021
  • , Updated: 15 June 2021, 11:42 PM IST

ଇସଲାମାବାଦ: ପାକିସ୍ତାନ ସଂସଦରେ ମଙ୍ଗଳବାର କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ଏକ ସୁସ୍ଥ ଗଣତନ୍ତ୍ର ପାଇଁ ଆଦୌ ଶୋଭନୀୟ ନୁହେଁ। ଜାତୀୟ ବଜେଟ୍ ଉପରେ ଆଲୋଚନା ବେଳେ ସାଂସଦମାନେ କେବଳ ପରସ୍ପରକୁ ଧକ୍କା ମାରିବା ସହ ପରସ୍ପରକୁ ଗାଳିଗୁଲଜ ମଧ୍ୟ କରିଛନ୍ତି। ଏପରିକି ବିରୋଧୀ ଦଳର ନେତା ଶାହବାଜ ଶରିଫ କହିବା ଆରମ୍ଭ କରିବା ମାତ୍ରେ ଗୃହରେ ହଙ୍ଗାମା ହୋଇଥିଲା।

ଏହି ସମୟରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟିର ପାକିସ୍ତାନ ତେହରିକ-ଇ-ଇନସାଫ (ପିଟିଆଇ)ର ସାଂସଦ ଅଲୀ ନୱାଜ ଆୱାନ ଅନ୍ୟ ସାଂସଦଙ୍କୁ ଗୋଟିଏ ପରେ ଗୋଟିଏ ଆପତ୍ତଜନକ ଭାଷା କହିବା ଆରମ୍ଭ କରି ଦେଲେ ଏବଂ ପ୍ରଶ୍ନ-ଉତ୍ତରର ଏକ କପି ବିରୋଧୀ ଦଳର ନେତାଙ୍କ ଉପରକୁ ଫୋପାଡ଼ି ଦେଇଥିଲେ।

ପାକିସ୍ତାନ ମିଡିଆରେ ବାହାରିଥିବା ରିପୋର୍ଟ ଅନୁଯାୟୀ, ଶରିଫଙ୍କ ଭାଷଣ ଉପରେ ପିଟିଆଇର ସାଂସଦ ଆରମ୍ଭରୁ ନାରାବାଜି କରିଥିଲେ ଏବଂ ଜୋରରେ ଚିତ୍କାର କରିଥିଲେ। ଏହାରି ଭିତରେ ପିଟିଆଇ ସାଂସଦ ନିଜ ସରକାରଙ୍କ ବଜେଟର କପି ଫୋପାଡିବା ଆରମ୍ଭ କରିଦେଇଥିଲେ। ଏହି ପୂରା ହଙ୍ଗାମା ବେଳେ ଗୋଟିଏ ପଟେ ଶରିଫ୍‌ ଲଗାତାର କଥା ଜାରି ରଖିଥିବା ବେଳେ ଅନ୍ୟପଟେ ସ୍ପିକର ଅସଦ୍ କ୍ୟାସର ସାଂସଦଙ୍କୁ ରୋକିବାକୁ ପ୍ରୟାସ କରିଥିଲେ । କିନ୍ତୁ ହୋହଲ୍ଲା ବନ୍ଦ ହେବାର ନାଁ ନେଉନଥିଲା।

https://twitter.com/nighatdad/status/1404853649797435402?s=20

ଏହା ପୂର୍ବରୁ ପାକିସ୍ତାନର ସଂସଦକୁ ଅସଂସଦୀୟ ଭାଷାର ବ୍ୟବହାର କରୁଥିବା ଦେଖିବାକୁ ମିଳିଥିଲା, କିନ୍ତୁ ମଙ୍ଗଳବାର ମାମଲା ଅଧିକ ଖରାପ ଥିବା ଲାଗୁଛି। ତେବେ, ଏହା ପ୍ରଥମ ଘଟଣା ନୁହେଁ ଯେତେବେଳେ ପିଟିଆଇର କୌଣସି ନେତା ପ୍ରଥମ ଥର ପାଇଁ ଏପରି ବ୍ୟବହାର କରୁଥିବା ଦେଖାଯାଇଛି।

https://twitter.com/nailainayat/status/1404787745944313861?s=20

କିଛି ଦିନ ପୂର୍ବେ ପିଟିଆଇର ମହିଳା ନେତା ଫିରଦୋସ୍ ଆଶିକ୍ ଆୱାନ୍ ଟିଭିରେ ଏକ ଟକ୍ ଶୋ’ରେ ଆଲୋଚନା ବେଳେ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ସାଂସଦଙ୍କୁ ଦୁର୍ବ୍ୟବହାର କରିଥିଲେ ଏବଂ ଚାପୁଡ଼ା ମଧ୍ୟ ମାରିଥିଲେ। ସୂଚନାଯୋଗ୍ୟ, ସେ କିଛି ଦିନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସୂଚନା ଏବଂ ପ୍ରସାରଣ ପ୍ରସଙ୍ଗରେ ବିଶେଷ ସହାୟକ ହୋଇଥିଲେ ଏବଂ ବର୍ତ୍ତମାନ ସେ ପଞ୍ଜାବରେ ପିଟିଆଇ ପ୍ରାଦେଶିକ ସରକାରଙ୍କ ମୁଖପାତ୍ର ଅଛନ୍ତି।

Related story